Posted inଖେଳ

ଅବନୀ ଲେଖରା କିଏ? ଯିଏ ପାରାଲିମ୍ପିକରେ ଭାରତକୁ ଦେଲେ ପ୍ରଥମ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୩୦।୮: ମହିଳା ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ଭାରତର ଅବନୀ ଲେଖରା ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଅନ୍ତିମ ରାଉଣ୍ଡରେ ୨୪୯.୭ ସ୍କୋର କରି ଅବନୀ ଭାରତକୁ ପ୍ରଥମ ସ୍ବର୍ଣ୍ଣ ଦେଇଛନ୍ତି। ତାଙ୍କ ବ୍ୟତୀତ ଭାରତର ମୋନା ଅଗ୍ରୱାଲ ମଧ୍ୟ ସମାନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଅବନୀଙ୍କ ଏହି ବିଜୟ ମଧ୍ୟ ଐତିହାସିକ କାରଣ ସେ ଏକ ନୂତନ ପାରାଲିମ୍ପିକ ରେକର୍ଡ କରିଛନ୍ତି।

ଶେଷ ଶଟ୍‌ ପର୍ଯ୍ୟନ୍ତ ଦକ୍ଷିଣ କୋରିଆର ୟୁନରୀ ଲି ଏବଂ ଅବନୀଙ୍କ ମଧ୍ୟରେ କଡା ପ୍ରତିଯୋଗିତା ହୋଇଥିଲା। ଶେଷ ଶଟ ପର୍ଯ୍ୟନ୍ତ ଭାରତର ଅବନୀ ରୌପ୍ୟ ପଦକ ସ୍ଥିତିରେ ରହିଥିଲେ, କିନ୍ତୁ ଶେଷ ଶଟ୍‌ରେ ଭାରତୀୟ ଶୁଟର ୧୦.୫ ସ୍କୋର କରିଥିଲେ।

ଅବନୀ ଲେଖରା ମାତ୍ର ୧୯ ବର୍ଷ ବୟସରେ ଟୋକିଓ ପାରାଲିମ୍ପିକ୍ସରେ ଭାଗ ନେବାକୁ ପହଞ୍ଚିଥିଲେ। ସେଠାରେ ସେ ଫାଇନାଲରେ ୨୪୯.୬ ସ୍କୋର କରି ସ୍ବର୍ଣ୍ଣ ପଦକ ଜିତି ଏକ ନୂତନ ପାରାଲିମ୍ପିକ ରେକର୍ଡ ସ୍ଥାପନ କରିଥିଲେ। ବର୍ତ୍ତମାନ ପ୍ୟାରିସ ପାରାଲିମ୍ପିକ୍ସରେ ଅବନୀ ୨୪୯.୭ ସ୍କୋର କରି ନିଜର ରେକର୍ଡକୁ ବଜାୟ ରଖିଛନ୍ତି।

ଲଗାତାର ଦୁଇଟି ପାରାଲିମ୍ପିକ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଅବନୀ ଲେଖରା ବର୍ତ୍ତମାନ ପ୍ରଥମ ଭାରତୀୟ ଶୁଟର ହୋଇଛନ୍ତି। ତାଙ୍କ ପୂର୍ବରୁ, ଆଜି ପର୍ଯ୍ୟନ୍ତ ଭାରତର କୌଣସି ସୁଟର ଏହା କରିପାରିନାହାଁନ୍ତି, ଯିଏ ଲଗାତାର ଦୁଇଟି ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପାରାଲିମ୍ପିକ୍ସ ୨୦୨୪ରେ ଅବନୀ ଲେଖରାଙ୍କ ଚ୍ୟାଲେଞ୍ଜ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ କାରଣ ସେ ମହିଳା ୫୦ ମିଟର ରାଇଫଲ ୩ ପୋଜିସନରେ ପଦକ ପାଇଁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅବନୀ ଗତଥର ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିଲେ, କିନ୍ତୁ ଏଥର ସେ ତାଙ୍କ ପଦକର ରଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri