ଅଟୋ ସେକ୍ଟରକୁ ପିଏଲ୍‌ଆଇ ପ୍ୟାକେଜ, ୭.୫ ଲକ୍ଷଙ୍କୁ ମିଳିବ ନିଯୁକ୍ତି…

ନୂଆଦିଲ୍ଲୀ,୧୫।୯: ଅଟୋ ଏବଂ ଡ୍ରୋନ୍‌ ସେକ୍ଟର ପାଇଁ ପ୍ରଡକଶନ୍‌ ଲିଙ୍କ୍‌ ଇନସେନଟିଭ୍‌ (ପିଏଲ୍‌ଆଇ) ଯୋଜନା ଅନ୍ତର୍ଗତ ୫୭,୦୪୩ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି। ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି। ଧାର୍ଯ୍ୟ ପ୍ୟାକେଜ ମଧ୍ୟରୁ ଅଟୋ ସେକ୍ଟରକୁ ୨୫,୯୩୮ କୋଟି ଟଙ୍କାର ପ୍ୟାକେଜ ପ୍ରଦାନ କରାଯିବ।

ଏହା ଦ୍ୱାରା ଅଟୋ ସେକ୍ଟରରେ ୭.୫ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସରକାର ଅନୁମାନ କରୁଛନ୍ତି। ଏହି ପ୍ୟାକେଜ୍‌ ଦ୍ୱାରା ଦେଶରେ ବିଦ୍ୟୁତ୍‌ ଚାଳିତ ଯାନ ବାହନ ନିର୍ମାଣ ପ୍ରୋତ୍ସାହିତ ହୋଇପାରିବ ବୋଲିି କୁହାଯାଉଛି।

କ୍ୟାବିନେଟ୍‌ ମଞ୍ଜୁରୀକୁ ଅଟୋ କମ୍ପାନୀ ସଂଗଠନ ଏସ୍‌ଆଇଏଏମ୍‌ ପକ୍ଷରୁ ସ୍ବାଗତ କରାଯାଇଛି। ଏହା ମାଧ୍ୟମରେ ଅଟୋ ସେକ୍ଟର ବିକାଶ ସମ୍ଭବ ହୋଇ ପାରିବ ବୋଲି ସଂଗଠନ କହିଛି।

ସୂଚନାଯୋଗ୍ୟ, ଏହି ପ୍ୟାକେଜ୍‌ରେ ଇଲୋକ୍ଟ୍ରୋନିକ୍ସ ପାଓ୍ବାର ଷ୍ଟିୟରିଂ, ଅଟୋମେଟିକ୍‌ ଟ୍ରାନ୍ସମିଶନ ଆସେମ୍ବ୍ଲି, ସେନସର, ସନ୍‌ରୁଫ୍‌, ସୁପର କାପାସିଟର, ଆଡପ୍ଟିଭ୍‌ ଫ୍ରଣ୍ଟ୍‌ ଲାଇଟିଂ, ଟାୟାର ପ୍ରେସର ମନିଟରିଂ ସିଷ୍ଟମ୍‌, ଅଯୋମେଟିକ୍‌ ବ୍ରେକିଂ, କୋଲିଜନ ଓ୍ବାର୍ନିଂ ସିଷ୍ଟମ୍‌ ଆଦିକୁ ଅନ୍ତର୍ଭୁକ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜ ରାଜବଂଶର ସ୍ମୃତି : ଲୋକଙ୍କ ଦାନରେ ଚାଲିଛି କୁଲାଡ ଜଗନ୍ନାଥ ମନ୍ଦିର

ଭଞ୍ଜନଗର,୨୬।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଘୁମୁସର ଭଞ୍ଜ ରାଜବଂଶର ସ୍ମୃତି ଭାବେ ପରିଚିତ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ନିର୍ମାଣ ହୋଇଥିଲା। ସେ ସମୟରେ ମନ୍ଦିର ପରିଚାଳନା…

ପୁଣି କରୋନା ଭଳି ହେବ ଲକ୍‌ଡାଉନ! ଇବୋଲା ଭୂତାଣୁକୁ ନେଇ ଭାରତରେ ହାଇଆଲର୍ଟ: ଜାଣନ୍ତୁ ସରକାରଙ୍କ ଗାଇଡଲାଇନ

ନୂଆଦିଲ୍ଲୀ, ୨୬।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ବୈଠକରେ ଇବୋଲା ନିବାରଣ, ନିରୀକ୍ଷଣ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସମୀକ୍ଷା କରାଯାଇଛି। କେନ୍ଦ୍ର…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

୪୧ ବର୍ଷ ବୟସରେ ଯମଜ ସନ୍ତାନର ମା’ ହେଲେ ଦିବ୍ୟଙ୍କା: ସ୍ବାମୀ କହିଲେ…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ମା’ ହୋଇଛନ୍ତି। ତାଙ୍କ ସ୍ବାମୀ ବିବେକ ଦାହିୟା ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ଦିବ୍ୟଙ୍କା ୪୧…

କାହିଁକି ବିଜୟଙ୍କୁ ଈର୍ଷା କରୁଛନ୍ତି ପବନ କଲ୍ୟାଣ! ଅସଲ କଥା ଖୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,୨୬।୫: ତାମିଲନାଡୁ ରାଜନୀତି କ୍ଷେତ୍ରରେ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଜବରଦସ୍ତ ବିଜୟ ଏବେ ଅନ୍ୟ ରାଜ୍ୟର ନେତାମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଏହି…

କାଠଯୋଡି ନଦୀ ପଠାରେ ପଡିଛି ମହିଳାଙ୍କ ଗଳିତ ମୃତଦେହ, ଅର୍ଦ୍ଧ ଉଲଗ୍ନ….

କଟକ, ୨୬।୫(ପ୍ରଭୁକଲ୍ୟାଣ ପାଲ): ପୁରୀଘାଟ ଥାନା ଅନ୍ତର୍ଗତ କାଠଯୋଡି ନଦୀ ପଠାରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ଶରୀର ଅର୍ଦ୍ଧ ଉଲଗ୍ନ ହୋଇ…

ଯେ କୌଣସି ମୁହୂର୍ତ୍ତରେ ଆସିପାରେ ଖୁସି ଖବର! ଇରାନ ସହ ଡିଲ୍‌କୁ ନେଇ ୟୁ-ଟର୍ନ ନେଲେ ରୁବିଓ

ନୂଆଦିଲ୍ଲୀ,୨୬।୫: ଇରାନ ସହିତ ସମ୍ଭାବ୍ୟ ଚୁକ୍ତି ସମ୍ପର୍କରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ତାଙ୍କର ପୂର୍ବ ବକ୍ତବ୍ୟରୁ ଏକ ୟୁ-ଟର୍ନ ନେଇଛନ୍ତି। ପୂର୍ବରୁ, ସେ କହିଥିଲେ…

ମୁଁ କେମିତି ବଞ୍ଚିବି…. କୋରାପୁଟ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ରୋଚକ ଦୃଶ୍ୟ, ଭୋ ଭୋ ହୋଇ କାନ୍ଦିଲେ ଯୁବତୀ

କୋରାପୁଟ,୨୬।୫(ଅମିତାଭ ବେହେରା ): କୋରାପୁଟ ଜିଲାପାଳଙ୍କ ମିଳିତ ଅଭିଯୋଗ ଓ ଜନ ଶୁଣାଣି ଶିବିରରେ ଜଣେ ମହିଳା କାନ୍ଦି କାନ୍ଦି ନିଜ ଅଭିଯୋଗ ଜଣାଇଛନ୍ତି । କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri