ପୁରୁଷୋତ୍ତମପୁର,୧୩।୧ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ରାସ୍ତାର ନୂଆଁପଲ୍ଲାୀ ଛକ ନିକଟରେ ଅଟୋ ଦୁର୍ଘଟଣା । ମଙ୍ଗଳବାର ଏକ ଅଟୋ ଭାରସାମ୍ଯ ହରାଇ ଓଲଟି ପଡିଲା । ଦୁର୍ଘଟଣା ଫଳରେ ଅଟୋରେ ବସିଥିବା ପାଞ୍ଚଜଣ ମହିଳା ଶ୍ରମିକ ଗୁରୁତର ହୋଇଛନ୍ତି ।
ତେବେ ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭାଟକୁମରଡା ଗୋଷ୍ଠି ସ୍ବାସ୍ଥ୍ଯକେନ୍ଦ୍ରକୁ ନେଇଥିଲେ । ହେଲେ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦିଆଯାଇଛି । ଏହି ଆହାତ ଶ୍ରମିକଙ୍କ ଘର ଦୂଆନପଲ୍ଲୀ ଗ୍ରାମରେ ହୋଇଥିବା ବେଳେ ସେମାନେ ମୂଲ ଲାଗିବା ପାଇଁ ଅଟୋଯୋଗେ ଯାଉଥିବା ନେଇ ସୂଚନା ରହିଛି ।