୪.୨ ଟ୍ରିଲିୟନ ଟଙ୍କା କାରବାର କରିଛି ଅଟୋ କମ୍ପୋନେଣ୍ଟ ସେକ୍ଟର

ନୂଆଦିଲ୍ଲୀ,୨୩।୮: ଭାରତୀୟ ଅଟୋ କମ୍ପୋନେଣ୍ଟ ଇଣ୍ଡଷ୍ଟ୍ରି ୨୦୨୧-୨୨ ରେ ସର୍ବାଧିକ ୪.୨ ଟ୍ରିଲିୟନ ଟଙ୍କା କାରବାର କରିଛି। ଏପରି କି ଗତ ଆର୍ଥିକ ବର୍ଷରେ ରପ୍ତାନି ଏବଂ ପରବର୍ତ୍ତୀ ମାର୍କେଟରେ ଦୃଢ଼ ପ୍ରଦର୍ଶନ ଯୋଗୁ ୨୩% ଅaଭିବୃଦ୍ଧି ପଞ୍ଜୀକରଣ କରିଛି ବୋଲି ସୋମବାର ଶିଳ୍ପ ସଂସ୍ଥା ଅଟୋମୋଟିଭ କମ୍ପୋନେଣ୍ଟ୍‌ ମାନ୍ୟୁଫାକ୍‌ଚର୍ସ ଆସୋସିଏଶନ୍‌ ଅଫ୍‌ ଇଣ୍ଡିଆ (ଏସିଏମ୍‌ଏ) ପକ୍ଷରୁ କୁହାଯାଇଛି। ଏକ ଭର୍ଚୁଆଲ୍‌ ଖବରଦାତା ସମ୍ମିଳନୀରେ ଏସିଏମ୍‌ଏ କହିଛି ଯେ, ୨୦୨୧-୨୨ରେ ଅଟୋ ପାର୍ଟସର ଆମଦାନୀ ୩୩% ବୃଦ୍ଧି ଘଟିଛି, ସେହି ସମୟ ମଧ୍ୟରେ ରପ୍ତାନି ମଧ୍ୟ ୪୩% ବୃଦ୍ଧି ପାଇଛି। ଏପରି କି ୨୦୨୧-୨୨ରେ ଭାରତରେ ଅଟୋ କମ୍ପୋନେଣ୍ଟ ଇଣ୍ଡଷ୍ଟ୍ରି ୧.୪୧ ଟ୍ରିଲିୟନ ଟଙ୍କା ମୂଲ୍ୟର ଉପାଦାନ ରପ୍ତାନି କରିଥିଲା ବେଳେ ସମାନ ବର୍ଷରେ ମଧ୍ୟ ୧.୩୬ ଟ୍ରିଲିୟନ ଟଙ୍କା ମୂଲ୍ୟର ଅଟୋ ପାର୍ଟସ ଆମଦାନୀ ହୋଇଥିଲା ବୋଲି ସୂଚନା ମିଳିଛି। ମୋଟ ଅଟୋ ଉପାଦାନଗୁଡିକର ଆମଦାନୀ ମଧ୍ୟରୁ ପ୍ରାୟ ୩୦% ଚାଇନାରୁ ଆସିଛି ଏବଂ ଏହାକୁ ଏକ ନମ୍ବର ସ୍ଥାନ ଦେଇଛି। ଭାରତ ପାଇଁ ଅଟୋ ପାର୍ଟସର ୨ୟ ବୃହତ୍ତମ ଉତ୍ସ ହେଉଛି ଜର୍ମାନୀ, ଯାହା ପ୍ରାୟ ୧୧% ବୋଲି ଏସିଏମ୍‌ଏ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୩୨% ରପ୍ତାନିରେ ଉତ୍ତର ଆମେରିକା ୪୬% ଅଭିବୃଦ୍ଧି ହାସଲ କରିଛି। ୟୁରୋପ ୩୧% ଏବଂ ଏସିଆ ୨୫% କରି ଯଥାକ୍ରମେ ୩୯% ଏବଂ ୪୦ % ବୃଦ୍ଧି ପାଇଛନ୍ତି। ଗତ ଆର୍ଥିକ ବର୍ଷରେ ରପ୍ତାନି ହୋଇଥିବା ପ୍ରମୁଖ ସାମଗ୍ରୀଗୁଡ଼ିକ ମଧ୍ୟରେ ଡ୍ରାଇଭ୍‌ ଟ୍ରାନ୍ସମିଶନ୍‌ ଏବଂ ଷ୍ଟିଅରିଂ, ଇଞ୍ଜିନ୍‌ ଉପାଦାନ, ବଡି, ଚେସିସ, ସସ୍‌ପେନସନ ଏବଂ ବ୍ରେକ୍‌ସ ଆଦି ରହିଛି। ୨୦୨୧-୨୨ରେ ଅଟୋ କମ୍ପୋନେଣ୍ଟଗୁଡିକର ପରବର୍ତ୍ତୀ ମାର୍କେଟର କାରବାର ୭୪,୨୦୩ କୋଟି ଟଙ୍କା ଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ୧୫% ଅଭିବୃଦ୍ଧି ଘଟିଛି। ୨୦୨୧-୨୨ରେ ପରବର୍ତ୍ତୀ ମାର୍କେଟର କାରବାର ପୂର୍ବ-ମହାମାରୀ ସ୍ତର ଅତିକ୍ରମ କରିଥିଲା, କାରଣ ରାସ୍ତାରେ ଅଧିକ ଯାନବାହନର ଦୀର୍ଘ ସମୟ ବ୍ୟବହାର ଫଳରେ ସେକେଣ୍ଡହାଣ୍ଡର ଚାହିଦା ବୃଦ୍ଧି, ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ଅନଲାଇନ୍‌ ରିଟେଲର ପରି ନୂତନ ବିକ୍ରୟ ଚ୍ୟାନେଲ ଏବଂ ମଲ୍ଟି ବ୍ରାଣ୍ଡ ଆଉଟଲେଟ୍‌ ବୃଦ୍ଧି ପାଇଥିବା ଏସିଏମ୍‌ଏ ମତବ୍ୟକ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?