ଇନ୍ଦୋର,୨୫।୧୦: ଇନ୍ଦୋରରେ ଲଜ୍ଜା। ୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ କରାଯାଇଛି। କାଫେକୁ ଯିବାବେଳେ ଜଣେ ବାଇକ ଆରୋହୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସିସିଟିଭିରେ ବାଇକ ଆରୋହୀ ଚିହ୍ନଟ ହୋଇଥିବାବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିଶ୍ବକପ ମ୍ୟାଚ ଖେଳିବାକୁ ଇନ୍ଦୋର ଆସିଛି ଅଷ୍ଟ୍ରେଲିଆ ଟିମ ।
ସୂଚନା ଅନୁଯାୟୀ, ଘଟଣାଟି ଶୁକ୍ରବାର ରାତିରେ ଘଟିଥିଲା, ଯେତେବେଳେ ଦୁଇଜଣ ଅଷ୍ଟ୍ରେଲିଆ ମହିଳା ଖେଳାଳି ହୋଟେଲ ରାଡିସନ ବ୍ଲୁରୁ ନିକଟସ୍ଥ ଏକ କାଫେକୁ ଚାଲିଯାଉଥିଲେ। ଜଣେ ଯୁବକ ସେମାନଙ୍କ ପାଖକୁ ଅସଦାଚରଣ କରିଥିଲେ।
ଅଷ୍ଟ୍ରେଲିଆ ଖେଳାଳିମାନେ ତୁରନ୍ତ ଦଳର ସୁରକ୍ଷା ଅଧିକାରୀ ଡାନି ସିମନ୍ସଙ୍କୁ ଏକ SOS ସୂଚନା ପଠାଇଥିଲେ, ଯାହା ପରେ ସୁରକ୍ଷା ଦଳ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। MIG ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଆକିଲକୁ ଗିରଫ କରିଛି। CCTV ଫୁଟେଜ ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏହି ଘଟଣା ଇନ୍ଦୋର ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି, ବିଶେଷକରି ଯେତେବେଳେ ଅନ୍ତର୍ଜାତୀୟ ଖେଳାଳିମାନେ ସହରରେ ଉପସ୍ଥିତ ଥାଆନ୍ତି। ପୋଲିସ ତଦନ୍ତକୁ ଜୋରଦାର କରିଛି ଏବଂ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି।
Dharitri – The Largest & Most Trusted Odia Daily
\

