Posted inଫୁରସତ

ଅନଲାଇନ ପ୍ରେମ ପଡ଼ିଲା ଭାରୀ: ୪ କୋଟିରୁ ଅଧିକ ଟଙ୍କା ହରାଇଲେ ମହିଳା

ସିଡନୀ,୨୧।୨: ସାଇବର ଅପରାଧୀମାନେ ଲୋକଙ୍କ ଭାବନାର ଫାଇଦା ଉଠାଇ ସେମାନଙ୍କୁ ଠକି କିପରି ପାରନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଅଷ୍ଟ୍ରେଲିଆରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଅନଲାଇନରେ ପ୍ରକୃତ ପ୍ରେମ ଖୋଜିବା ପାଇଁ ଚେଷ୍ଟା କରି ୭,୮୦,୦୦୦ ଅଷ୍ଟ୍ରେଲିୟ ଡଲାର (ଅର୍ଥାତ୍‌ ୪.୩ କୋଟି ଟଙ୍କାରୁ ଅଧିକ) ହରାଇଛନ୍ତି। ମହିଳା ଜଣକ ତାଙ୍କର ୩୩ ବର୍ଷର ବୈବାହିକ ଜୀବନ ଭାଙ୍ଗିବା ପରେ ଦୁଃଖରେ ଥିଲେ ଏବଂ ଏଥିରୁ ବାହାରିବା ତାଙ୍କ ପାଇଁ କଷ୍ଟକର ହେଉଥିଲା। ଜଣେ ନୂତନ ସାଥୀ ଖୋଜିବାରେ ମହିଳା ଜଣକ ଅନଲାଇନ ଡେଟିଂ ଆରମ୍ଭ କଲେ ଏବଂ ତାଙ୍କର ସମସ୍ତ ସଞ୍ଚୟ ହରାଇ କାଙ୍ଗାଳ ହୋଇଗଲେ।

୫୭ ବର୍ଷୀୟ ଆନେଟ ଫୋର୍ଡ ଅନଲାଇନ ଡେଟିଂ କରୁ କରୁ ସାଇବର ଅପରାଧୀଙ୍କ ଫାଶରେ ପଡ଼ିଗଲେ। ସେ ଅନଲାଇନରେ ୱିଲିୟମ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ, ଯିଏ ଅନେକ ଦିନର ଡେଟିଂରେ ତାଙ୍କର ବିଶ୍ୱାସ ଜିତିବା ପରେ, ଗୋଟିଏ ଦିନ ତାଙ୍କୁ କହିଥିଲେ ଯେ ତାଙ୍କ କୁଆଲାଲମ୍ପୁର ଅଫିସ ବାହାରେ ତାଙ୍କ ପର୍ସ ଚୋରି ହୋଇଯାଇଥିବାରୁ ସେ ଚାପରେ ଅଛନ୍ତି। ତା’ପରେ, ଲୁହଭରା ସ୍ବରରେ, ସେ ଆନେଟଙ୍କୁ ୫,୦୦୦ ଅଷ୍ଟ୍ରେଲିୟ ଡଲାର (୨.୭୫ ଲକ୍ଷ ଟଙ୍କାରୁ ଅଧିକ) ସାହାଯ୍ୟ ମାଗିଲେ, ଯାହାଦ୍ୱାରା ସେ ଘରର ଜରୁରୀ ଖର୍ଚ୍ଚ ପୂରଣ କରିପାରିବେ।
ଆଶ୍ଚର୍ଯ୍ୟଜନକ କଥା ହେଉଛି, ଆନେଟ କିଛି ନ ଭାବି ଭାବପ୍ରବଣ ହୋଇ ୱିଲିୟମ୍ସଙ୍କୁ ଟଙ୍କା ଦେଇଦେଲେ। ଏବେ ଠକ ଜଣକ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ହୋଇଯାଇଥିଲେ। ଏହା ପରେ ସେ ଆନେଟଙ୍କୁ କହିଲେ ଯେ, ସେ ହସ୍ପିଟାଲରେ ଅଛନ୍ତି ଏବଂ ତାଙ୍କୁ ଡାକ୍ତରଙ୍କୁ ଟଙ୍କା ଦେବାକୁ ପଡିବ। ତା’ପରେ ଆନେଟ ଟଙ୍କା ଦେଇଥିଲେ।
ଠକମାନେ ଭାବିଥିଲେ ଯେ ଆନେଟ ଏବେ ସେମାନଙ୍କ ପଞ୍ଝାରେ ଅଛି। କିନ୍ତୁ ଆନେଟ ସନ୍ଦେହ କରି ହସ୍ପିଟାଲ ବିଲ, ହୋଟେଲରେ ରହିବା ବିଲ୍‌ସବୁ ମାଗିଥିଲେ। ଏହାପରେ ଓ୍ବିଲିୟମ ଠକ ବୋଲି ଜାଣିପାରିଥିଲେ। ଏହା କରି ୱିଲିୟମ ମହିଳାଙ୍କଠାରୁ ୩ ଲକ୍ଷ ଅଷ୍ଟ୍ରେଲିୟ ଡଲାର (୧.୬୫ କୋଟି ଟଙ୍କାରୁ ଅଧିକ) ଆଦାୟ କରିଥିଲେ। ଆନେଟ ଅଭିଯୋଗ କରିଛନ୍ତି, ସେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ, କିନ୍ତୁ କୌଣସି ଉତ୍ତର ପାଇ ନ ଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ୨୦୨୨ରେ, ଆନେଟ ଫେସବୁକରେ ନେଲସନ ନାମକ ଆଉ ଜଣେ ଠକଙ୍କୁ ଭେଟିଥିଲେ ଏବଂ ଅନଲାଇନ ପ୍ରେମ ନାମରେ ପୁଣି ଠକେଇର ଶିକାର ହୋଇଥିଲେ। ନେଲସନ ତାଙ୍କଠାରୁ ୨୮୦,୦୦୦ ଅଷ୍ଟ୍ରେଲିୟ ଡଲାର (୧.୫୪ କୋଟି ଟଙ୍କା) ନେଇଯାଇଥିଲେ।
୨୦୨୩ ମସିହାରେ ଅଷ୍ଟ୍ରେଲିଆରେ ୩,୨୦୦ରୁ ଅଧିକ ପ୍ରେମ ଠକେଇ ରିପୋର୍ଟ ହୋଇଥିଲା, ଯେଉଁଥିରେ ପ୍ରାୟ ୧୩୦ କୋଟି ଟଙ୍କାର କ୍ଷତି ହୋଇଥିଲା। ଗ୍ରାହକ ସୁରକ୍ଷା ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଏଆଇ-ଚାଳିତ ଡିପଫେକ ପ୍ରଯୁକ୍ତିବିଦ୍ୟା ଠକେଇକୁ ଆହୁରି ବିଶ୍ୱାସଯୋଗ୍ୟ କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri