Posted inଫୁରସତ

ଅନଲାଇନ ପ୍ରେମ ପଡ଼ିଲା ଭାରୀ: ୪ କୋଟିରୁ ଅଧିକ ଟଙ୍କା ହରାଇଲେ ମହିଳା

ସିଡନୀ,୨୧।୨: ସାଇବର ଅପରାଧୀମାନେ ଲୋକଙ୍କ ଭାବନାର ଫାଇଦା ଉଠାଇ ସେମାନଙ୍କୁ ଠକି କିପରି ପାରନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଅଷ୍ଟ୍ରେଲିଆରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଅନଲାଇନରେ ପ୍ରକୃତ ପ୍ରେମ ଖୋଜିବା ପାଇଁ ଚେଷ୍ଟା କରି ୭,୮୦,୦୦୦ ଅଷ୍ଟ୍ରେଲିୟ ଡଲାର (ଅର୍ଥାତ୍‌ ୪.୩ କୋଟି ଟଙ୍କାରୁ ଅଧିକ) ହରାଇଛନ୍ତି। ମହିଳା ଜଣକ ତାଙ୍କର ୩୩ ବର୍ଷର ବୈବାହିକ ଜୀବନ ଭାଙ୍ଗିବା ପରେ ଦୁଃଖରେ ଥିଲେ ଏବଂ ଏଥିରୁ ବାହାରିବା ତାଙ୍କ ପାଇଁ କଷ୍ଟକର ହେଉଥିଲା। ଜଣେ ନୂତନ ସାଥୀ ଖୋଜିବାରେ ମହିଳା ଜଣକ ଅନଲାଇନ ଡେଟିଂ ଆରମ୍ଭ କଲେ ଏବଂ ତାଙ୍କର ସମସ୍ତ ସଞ୍ଚୟ ହରାଇ କାଙ୍ଗାଳ ହୋଇଗଲେ।

୫୭ ବର୍ଷୀୟ ଆନେଟ ଫୋର୍ଡ ଅନଲାଇନ ଡେଟିଂ କରୁ କରୁ ସାଇବର ଅପରାଧୀଙ୍କ ଫାଶରେ ପଡ଼ିଗଲେ। ସେ ଅନଲାଇନରେ ୱିଲିୟମ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ, ଯିଏ ଅନେକ ଦିନର ଡେଟିଂରେ ତାଙ୍କର ବିଶ୍ୱାସ ଜିତିବା ପରେ, ଗୋଟିଏ ଦିନ ତାଙ୍କୁ କହିଥିଲେ ଯେ ତାଙ୍କ କୁଆଲାଲମ୍ପୁର ଅଫିସ ବାହାରେ ତାଙ୍କ ପର୍ସ ଚୋରି ହୋଇଯାଇଥିବାରୁ ସେ ଚାପରେ ଅଛନ୍ତି। ତା’ପରେ, ଲୁହଭରା ସ୍ବରରେ, ସେ ଆନେଟଙ୍କୁ ୫,୦୦୦ ଅଷ୍ଟ୍ରେଲିୟ ଡଲାର (୨.୭୫ ଲକ୍ଷ ଟଙ୍କାରୁ ଅଧିକ) ସାହାଯ୍ୟ ମାଗିଲେ, ଯାହାଦ୍ୱାରା ସେ ଘରର ଜରୁରୀ ଖର୍ଚ୍ଚ ପୂରଣ କରିପାରିବେ।
ଆଶ୍ଚର୍ଯ୍ୟଜନକ କଥା ହେଉଛି, ଆନେଟ କିଛି ନ ଭାବି ଭାବପ୍ରବଣ ହୋଇ ୱିଲିୟମ୍ସଙ୍କୁ ଟଙ୍କା ଦେଇଦେଲେ। ଏବେ ଠକ ଜଣକ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ହୋଇଯାଇଥିଲେ। ଏହା ପରେ ସେ ଆନେଟଙ୍କୁ କହିଲେ ଯେ, ସେ ହସ୍ପିଟାଲରେ ଅଛନ୍ତି ଏବଂ ତାଙ୍କୁ ଡାକ୍ତରଙ୍କୁ ଟଙ୍କା ଦେବାକୁ ପଡିବ। ତା’ପରେ ଆନେଟ ଟଙ୍କା ଦେଇଥିଲେ।
ଠକମାନେ ଭାବିଥିଲେ ଯେ ଆନେଟ ଏବେ ସେମାନଙ୍କ ପଞ୍ଝାରେ ଅଛି। କିନ୍ତୁ ଆନେଟ ସନ୍ଦେହ କରି ହସ୍ପିଟାଲ ବିଲ, ହୋଟେଲରେ ରହିବା ବିଲ୍‌ସବୁ ମାଗିଥିଲେ। ଏହାପରେ ଓ୍ବିଲିୟମ ଠକ ବୋଲି ଜାଣିପାରିଥିଲେ। ଏହା କରି ୱିଲିୟମ ମହିଳାଙ୍କଠାରୁ ୩ ଲକ୍ଷ ଅଷ୍ଟ୍ରେଲିୟ ଡଲାର (୧.୬୫ କୋଟି ଟଙ୍କାରୁ ଅଧିକ) ଆଦାୟ କରିଥିଲେ। ଆନେଟ ଅଭିଯୋଗ କରିଛନ୍ତି, ସେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ, କିନ୍ତୁ କୌଣସି ଉତ୍ତର ପାଇ ନ ଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ୨୦୨୨ରେ, ଆନେଟ ଫେସବୁକରେ ନେଲସନ ନାମକ ଆଉ ଜଣେ ଠକଙ୍କୁ ଭେଟିଥିଲେ ଏବଂ ଅନଲାଇନ ପ୍ରେମ ନାମରେ ପୁଣି ଠକେଇର ଶିକାର ହୋଇଥିଲେ। ନେଲସନ ତାଙ୍କଠାରୁ ୨୮୦,୦୦୦ ଅଷ୍ଟ୍ରେଲିୟ ଡଲାର (୧.୫୪ କୋଟି ଟଙ୍କା) ନେଇଯାଇଥିଲେ।
୨୦୨୩ ମସିହାରେ ଅଷ୍ଟ୍ରେଲିଆରେ ୩,୨୦୦ରୁ ଅଧିକ ପ୍ରେମ ଠକେଇ ରିପୋର୍ଟ ହୋଇଥିଲା, ଯେଉଁଥିରେ ପ୍ରାୟ ୧୩୦ କୋଟି ଟଙ୍କାର କ୍ଷତି ହୋଇଥିଲା। ଗ୍ରାହକ ସୁରକ୍ଷା ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଏଆଇ-ଚାଳିତ ଡିପଫେକ ପ୍ରଯୁକ୍ତିବିଦ୍ୟା ଠକେଇକୁ ଆହୁରି ବିଶ୍ୱାସଯୋଗ୍ୟ କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri