ମେଲବୋର୍ନ,୨୮।୧୦: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ର ସୁପର-୧୨ ରାଉଣ୍ଡ ମୁକାବିଲା ବର୍ଷା କାରଣରୁ ବାତିଲ୍ ହୋଇଛି। ଏହି ମୁକାବିଲାରେ ଟସ୍ ବି ପଡ଼ି ପାରିନାହିଁ। ଉଭୟ ଟିମ୍ ଲାଗି ଏହି ମ୍ୟାଚ୍ ସେମିଫାଇନାଲରେ ପହଞ୍ଚିବା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହା ବାତିଲ ହେବା କାରଣରୁ ଉଭୟ ଟିମ୍କୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ଫଳରେ ଇଂଲଣ୍ଡ ଟିମ୍ ଅଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଏବଂ ଅଷ୍ଟ୍ରେଲିଆ ଟିମ୍ ଚତୁର୍ଥ ସ୍ଥାନରେ ପହଞ୍ଚିଛି।
କହିରଖୁଛୁ, ଇଂଲଣ୍ଡ ଟିମ୍ ନିଜର ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନକୁ ୫ ଉଇକେଟରେ ପରାଜିତ କରିଥିଲେ, ହେଲେ ଦ୍ୱିତୀୟ ମ୍ୟାଚ୍ରେ ଆୟରଲ୍ୟାଣ୍ଡଠାରୁ ଦଳ ହାରିଥିଲା। ଅପରପକ୍ଷେ ଅଷ୍ଟ୍ରେଲିଆ ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇଥିଲା। ଏହାପରେ କଙ୍ଗାରୁ ଟିମ୍ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାଜିତ କରିଥିଲା।


