Posted inଖେଳ

ଭାରତ ସାମ୍ନାରେ ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜ

ଲଣ୍ଡନ, ୭ା୬ (ପି.ଟି.): ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଦଳ ନିର୍ଦ୍ଧାରଣ ପାଇଁ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ। ଇଂଲଣ୍ଡର ଓଭାଲରେ ଖେଳାଯିବ ଏହି ମହାସମର। ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବା ବେଳେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଫାଇନାଲ ଖେଳିବ। ଆଇସିସି ଟ୍ରଫି ହାସଲରେ ରହିଥିବା ମରୁଡିକୁ ଭାରତ ଶେଷ କରିବା ପ୍ରୟାସରେ ରହିଥିବା ବେଳେ ଦଳ ସାମ୍ନାରେ ରହିଛି ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜ। ଡବ୍ଲ୍ୟୁଟିସିର ଏହି ଦୁଇ ବର୍ଷ ମଧ୍ୟରେ ଭାରତୀୟ ଦଳର ପ୍ରଦର୍ଶନ ସବୁଠୁ ସ୍ଥିର ରହିଛି। ଏପରିକି ଦଳ ବିଗତ ୧୦ ବର୍ଷ ମଧ୍ୟରେ ଅନୁଷ୍ଠିତ ସମସ୍ତ ଆଇସିସି ଟୁର୍ନାମେଣ୍ଟର ନକ୍‌ଆଉଟ ପର୍ଯ୍ୟାୟରେ ପହଞ୍ଚୁଛି। ତେବେ ୨୦୧୩ ମସିହାରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିବା ପରଠାରୁ ଦଳ ଆଉ କୌଣସ ଟ୍ରଫି ଜିତିବାରେ ସଫଳ ହୋଇ ନାହିଁ। ଏହି ସମୟ ମଧ୍ୟରେ ଦଳ ୩ଟି ଫାଇନାଲ ଓ ୪ଟି ସେମିଫାଇନାଲରେ ଚିତପଟାଙ୍ଗ ହୋଇଛି। ବିଗତ ଦୁଇ ବର୍ଷ ମଧ୍ୟରେ ଭାରତ ୬ଟି ଟେଷ୍ଟ ସିରିଜ୍‌ ଖେଳିଥିବା ବେଳେ କେବଳ ଗୋଟିଏରେ ପରାଜିତ ହୋଇଛି। ଦକ୍ଷିଣ ଆଫ୍ରିକା ନିକଟରୁ ଭାରତ ହାରିଥିବା ବେଳେ ଏହା ମଧ୍ୟରେ ବିରାଟ କୋହଲିଙ୍କ ହାତରୁ ଅଧିନାୟକତ୍ୱ ଭାର ରୋହିତ ଶର୍ମାଙ୍କ ହାତକୁ ଯାଇଛି। ଘରୋଇ ମାଟିରେ ଭାରତ ଅପରାଜେୟ ରହିଥିବା ବେଳେ ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷରେ ବିଜୟ ପାଇଁ ଦଳକୁ ସାମାନ୍ୟ ସଂଘର୍ଷ କରିବାକୁ ପଡିଥିଲା। ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ନିଜ ଦଳ ଉପରେ ଭରସା ଜାହିର କରିଛନ୍ତି। ଟାଇଟଲ ଜିତିବା ଦ୍ୱାରା ଦଳ ନିଜର ସାମ୍ରାଜ୍ୟ ସୃଷ୍ଟି କରିଥାଏ। ଓଭାଲରେ ପ୍ରଦର୍ଶନ ଯାହାବି ହେଉନା କାହିଁକି ଏହି ଦଳକୁ ନେଇ ରହିଥିବା ମତାମତ ସମାନ ରହିବ। ଦୁଇ ବର୍ଷର ଅକ୍ଳାନ୍ତ ପରିଶ୍ରମ ବଳରେ ହିଁ ଦଳ ଏଠାରେ ପହଞ୍ଚିବାରେ ସମର୍ଥ ହୋଇଛି। ଏହି ସମୟ ମଧ୍ୟରେ ଦଳକୁ ମିଳିଛି ଅନେକ ସଫଳତା। ଦଳ ଅଷ୍ଟ୍ରେଲିଆରେ ସିରିଜ୍‌ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡରେ ସିରିଜ୍‌ ଡ୍ର କରିଥିଲା।
ଭୁଲରୁ ଶିକ୍ଷା
ଭାରତୀୟ ଦଳ ଅତୀତରେ କରିଥିବା ଭୁଲରୁ ଶିକ୍ଷା ଲାଭ କରିବା ନେଇ ଆଶା କରାଯାଉଛି। ପ୍ରଥମ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ସାଉଥାମ୍ପଟନ୍‌ରେ ଖେଳା ଯାଇଥିବା ବେଳେ ଭାରତ ଏଥିରେ ଦୁଇ ଜଣ ସ୍ପିନରଙ୍କୁ ଖେଳାଇଥିଲା। ବିରାଟ କୋହଲିଙ୍କ ଏହି ନିଷ୍ପତ୍ତି ଭାରତ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ୧୪୩ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଓଭାଲରେ ଜୁନ୍‌ ମାସରେ ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ପିଚ୍‌ରେ ପ୍ରଚୁର ପରିମାଣରେ ଘାସ ରହିଥିବା ବେଳେ ଏହା କିଭଳି ବ୍ୟବହାର କରିବ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ଏପରି ପରସ୍ଥିତିରେ ଭାରତର ରଣନୀତି କ’ଣ ରହିବ ତାହା ସ୍ପଷ୍ଟ ହୋଇନାହିଁ। ଭାରତ ୩-୨ ବା ୪-୧ କମ୍ବିନେଶନ ସହିତ ପଡିଆକୁ ଓହ୍ଲାଇବ ଏହା ଉପରେ ସଭିଙ୍କ ନଜର ରହିବ। ବ୍ୟାଟିଂରେ ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ଇଶାନ୍‌ କିଶନଙ୍କୁ ପ୍ରାଧାନ୍ୟ ମିଳିବାର ସମ୍ଭାବନା ରହିଛି। ମହମ୍ମଦ ଶାମି ଓ ମହମ୍ମଦ ସିରାଜଙ୍କ ଖେଳିବା ନିଶ୍ଚିତ ଥିବା ବେଳେ ଉମେଶ ଯାଦବ ଓ ଶାର୍ଦ୍ଦୂଳ ଠାକୁରଙ୍କ ମଧ୍ୟରୁ ଜଣେ ଅଥବା ଦୁଇ ଜଣଯାକ ଖେଳିପାରନ୍ତି।
ଆଇପିଏଲ୍‌ରୁ ଟେଷ୍ଟ
ଭାରତୀୟ ଦଳର ଏକାଧିକ ଖେଳାଳି ଆଇପିଏଲ୍‌ ଖେଳି ଫେରିଥିବାରୁ ଫର୍ମାଟ ପରିବର୍ତ୍ତନ ପାଇଁ ସମୟ ଲାଗିପାରେ। ଇଂଲଣ୍ଡରେ ଟେଷ୍ଟ କ୍ରିକେଟ ସର୍ବଦା କଷ୍ଟସାଧ୍ୟ ହେଉଥିବା ବେଳେ ଟି୨୦ରୁ ଫେରିଥିବା କ୍ରିକେଟରଙ୍କ ପାଇଁ ଅଧିକ କଠିନ ପରିସ୍ଥିତି ସୃଷ୍ଟ ହୋଇପାରେ। ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲି, ଶୁବମନ ଗିଲ୍‌ ଓ ଚେତେଶ୍ୱର ପୂଜାରାଙ୍କ ପରି ଖେଳାଳିଙ୍କ ପାଇଁ ନିଜକୁ ପ୍ରମାଣିତ କରିବାର ଏହା ଏକ ବଡ ସୁଯୋଗ। ସେହିପରି ଦୁଇ ବର୍ଷ ପରେ ଦଳକୁ ଫେରିଥିବା ଅଜିଙ୍କ୍ୟ ରାହାନେ ମଧ୍ୟ ଏକ ବୃହତ୍‌ ସ୍କୋର ପାଇଁ ପ୍ରୟାସ କରିବେ।
ଆସେସ୍‌ ଓ୍ବାର୍ମଅପ୍‌
ଏହି ମ୍ୟାଚ ପରେ ଅଷ୍ଟ୍ରେଲିଆ ଆସେସ୍‌ ସିରିଜ୍‌ ଖେଳିବ। ଆସେସ୍‌ ପୂର୍ବରୁ ଏହା ଦଳର ଓ୍ବାର୍ମ ଅପ୍‌ ଗେମ୍‌। ଓଭାଲରେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଆଭରେଜ୍‌ ୧୦୦ ରହିଥିବା ବେଳେ ଅଷ୍ଟ୍ରେଲିଆ ଏଥିରୁ ଫାଇଦା ଉଠାଇବାକୁ ଚେଷ୍ଟା କରିବ। ଅପରପକ୍ଷରେ ସ୍ମିଥ୍‌ଙ୍କୁ ଆଉଟ କରିବା ପାଇଁ ଭାରତ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିପାରେ। ନାଥନ ଲିୟନଙ୍କ ସ୍ପିନ୍‌ ଓ କାମେରନ୍‌ ଗ୍ରୀନ୍‌ଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ।
ଅଷ୍ଟ୍ରେଲିଆ ଦଳ: ପ୍ୟାଟ କୁମିନ୍ସ (ଅଧିନାୟକ), ସ୍କଟ ବୋଲାଣ୍ଡ, ଆଲେକ୍ସ କେରୀ, କାମେରନ୍‌ ଗ୍ରୀନ୍‌, ମାର୍କସ୍‌ ହାରିସ୍‌, ମାଇକେଲ ନେସର, ଟ୍ରାଭିସ୍‌ ହେଡ, ଉସମାନ୍‌ ଖ୍ବାଜା, ମାର୍ନସ ଲାବୁଶେନ୍‌, ନାଥନ୍‌ ଲିୟନ୍‌, ଜୋଶ ଇଙ୍ଗଲିସ୍‌, ଟଡ୍‌ ମର୍ଫି, ଷ୍ଟିଭ୍‌ ସ୍ମିଥ୍‌, ମିଚେଲ ଷ୍ଟାର୍କ ଓ ଡେଭିଡ୍‌ ଓ୍ବାର୍ନର।
ରିଜର୍ଭ: ମିଚେଲ ମାର୍ଶ, ମ୍ୟାଟ୍ଟ ରେନ୍‌ଶ’।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ରବିଚନ୍ଦ୍ରନ ଅଶ୍ୱିନ୍‌, ଶ୍ରୀକର ଭରତ, ଶୁବମାନ ଗିଲ୍‌, ରବୀନ୍ଦ୍ର ଜାଡେଜା, ବିରାଟ କୋହଲି, ଈଶାନ କିଶନ, ଚେତେଶ୍ୱର ପୂଜାରା, ଅକ୍ଷର ପଟେଲ, ଅଜିଙ୍କ୍ୟ ରାହାନେ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୂଳ ଠାକୁର, ଜୟଦେବ ଉନାଡକଟ, ଉମେଶ ଯାଦବ।
ରିଜର୍ଭ : ଯଶସ୍ବୀ ଜୟସ୍ବାଲ,ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri