Posted inଖେଳ

ଭାରତ ସାମ୍ନାରେ ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜ

ଲଣ୍ଡନ, ୭ା୬ (ପି.ଟି.): ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଦଳ ନିର୍ଦ୍ଧାରଣ ପାଇଁ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ। ଇଂଲଣ୍ଡର ଓଭାଲରେ ଖେଳାଯିବ ଏହି ମହାସମର। ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବା ବେଳେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଫାଇନାଲ ଖେଳିବ। ଆଇସିସି ଟ୍ରଫି ହାସଲରେ ରହିଥିବା ମରୁଡିକୁ ଭାରତ ଶେଷ କରିବା ପ୍ରୟାସରେ ରହିଥିବା ବେଳେ ଦଳ ସାମ୍ନାରେ ରହିଛି ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜ। ଡବ୍ଲ୍ୟୁଟିସିର ଏହି ଦୁଇ ବର୍ଷ ମଧ୍ୟରେ ଭାରତୀୟ ଦଳର ପ୍ରଦର୍ଶନ ସବୁଠୁ ସ୍ଥିର ରହିଛି। ଏପରିକି ଦଳ ବିଗତ ୧୦ ବର୍ଷ ମଧ୍ୟରେ ଅନୁଷ୍ଠିତ ସମସ୍ତ ଆଇସିସି ଟୁର୍ନାମେଣ୍ଟର ନକ୍‌ଆଉଟ ପର୍ଯ୍ୟାୟରେ ପହଞ୍ଚୁଛି। ତେବେ ୨୦୧୩ ମସିହାରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିବା ପରଠାରୁ ଦଳ ଆଉ କୌଣସ ଟ୍ରଫି ଜିତିବାରେ ସଫଳ ହୋଇ ନାହିଁ। ଏହି ସମୟ ମଧ୍ୟରେ ଦଳ ୩ଟି ଫାଇନାଲ ଓ ୪ଟି ସେମିଫାଇନାଲରେ ଚିତପଟାଙ୍ଗ ହୋଇଛି। ବିଗତ ଦୁଇ ବର୍ଷ ମଧ୍ୟରେ ଭାରତ ୬ଟି ଟେଷ୍ଟ ସିରିଜ୍‌ ଖେଳିଥିବା ବେଳେ କେବଳ ଗୋଟିଏରେ ପରାଜିତ ହୋଇଛି। ଦକ୍ଷିଣ ଆଫ୍ରିକା ନିକଟରୁ ଭାରତ ହାରିଥିବା ବେଳେ ଏହା ମଧ୍ୟରେ ବିରାଟ କୋହଲିଙ୍କ ହାତରୁ ଅଧିନାୟକତ୍ୱ ଭାର ରୋହିତ ଶର୍ମାଙ୍କ ହାତକୁ ଯାଇଛି। ଘରୋଇ ମାଟିରେ ଭାରତ ଅପରାଜେୟ ରହିଥିବା ବେଳେ ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷରେ ବିଜୟ ପାଇଁ ଦଳକୁ ସାମାନ୍ୟ ସଂଘର୍ଷ କରିବାକୁ ପଡିଥିଲା। ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ନିଜ ଦଳ ଉପରେ ଭରସା ଜାହିର କରିଛନ୍ତି। ଟାଇଟଲ ଜିତିବା ଦ୍ୱାରା ଦଳ ନିଜର ସାମ୍ରାଜ୍ୟ ସୃଷ୍ଟି କରିଥାଏ। ଓଭାଲରେ ପ୍ରଦର୍ଶନ ଯାହାବି ହେଉନା କାହିଁକି ଏହି ଦଳକୁ ନେଇ ରହିଥିବା ମତାମତ ସମାନ ରହିବ। ଦୁଇ ବର୍ଷର ଅକ୍ଳାନ୍ତ ପରିଶ୍ରମ ବଳରେ ହିଁ ଦଳ ଏଠାରେ ପହଞ୍ଚିବାରେ ସମର୍ଥ ହୋଇଛି। ଏହି ସମୟ ମଧ୍ୟରେ ଦଳକୁ ମିଳିଛି ଅନେକ ସଫଳତା। ଦଳ ଅଷ୍ଟ୍ରେଲିଆରେ ସିରିଜ୍‌ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡରେ ସିରିଜ୍‌ ଡ୍ର କରିଥିଲା।
ଭୁଲରୁ ଶିକ୍ଷା
ଭାରତୀୟ ଦଳ ଅତୀତରେ କରିଥିବା ଭୁଲରୁ ଶିକ୍ଷା ଲାଭ କରିବା ନେଇ ଆଶା କରାଯାଉଛି। ପ୍ରଥମ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ସାଉଥାମ୍ପଟନ୍‌ରେ ଖେଳା ଯାଇଥିବା ବେଳେ ଭାରତ ଏଥିରେ ଦୁଇ ଜଣ ସ୍ପିନରଙ୍କୁ ଖେଳାଇଥିଲା। ବିରାଟ କୋହଲିଙ୍କ ଏହି ନିଷ୍ପତ୍ତି ଭାରତ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ୧୪୩ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଓଭାଲରେ ଜୁନ୍‌ ମାସରେ ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ପିଚ୍‌ରେ ପ୍ରଚୁର ପରିମାଣରେ ଘାସ ରହିଥିବା ବେଳେ ଏହା କିଭଳି ବ୍ୟବହାର କରିବ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ଏପରି ପରସ୍ଥିତିରେ ଭାରତର ରଣନୀତି କ’ଣ ରହିବ ତାହା ସ୍ପଷ୍ଟ ହୋଇନାହିଁ। ଭାରତ ୩-୨ ବା ୪-୧ କମ୍ବିନେଶନ ସହିତ ପଡିଆକୁ ଓହ୍ଲାଇବ ଏହା ଉପରେ ସଭିଙ୍କ ନଜର ରହିବ। ବ୍ୟାଟିଂରେ ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ଇଶାନ୍‌ କିଶନଙ୍କୁ ପ୍ରାଧାନ୍ୟ ମିଳିବାର ସମ୍ଭାବନା ରହିଛି। ମହମ୍ମଦ ଶାମି ଓ ମହମ୍ମଦ ସିରାଜଙ୍କ ଖେଳିବା ନିଶ୍ଚିତ ଥିବା ବେଳେ ଉମେଶ ଯାଦବ ଓ ଶାର୍ଦ୍ଦୂଳ ଠାକୁରଙ୍କ ମଧ୍ୟରୁ ଜଣେ ଅଥବା ଦୁଇ ଜଣଯାକ ଖେଳିପାରନ୍ତି।
ଆଇପିଏଲ୍‌ରୁ ଟେଷ୍ଟ
ଭାରତୀୟ ଦଳର ଏକାଧିକ ଖେଳାଳି ଆଇପିଏଲ୍‌ ଖେଳି ଫେରିଥିବାରୁ ଫର୍ମାଟ ପରିବର୍ତ୍ତନ ପାଇଁ ସମୟ ଲାଗିପାରେ। ଇଂଲଣ୍ଡରେ ଟେଷ୍ଟ କ୍ରିକେଟ ସର୍ବଦା କଷ୍ଟସାଧ୍ୟ ହେଉଥିବା ବେଳେ ଟି୨୦ରୁ ଫେରିଥିବା କ୍ରିକେଟରଙ୍କ ପାଇଁ ଅଧିକ କଠିନ ପରିସ୍ଥିତି ସୃଷ୍ଟ ହୋଇପାରେ। ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲି, ଶୁବମନ ଗିଲ୍‌ ଓ ଚେତେଶ୍ୱର ପୂଜାରାଙ୍କ ପରି ଖେଳାଳିଙ୍କ ପାଇଁ ନିଜକୁ ପ୍ରମାଣିତ କରିବାର ଏହା ଏକ ବଡ ସୁଯୋଗ। ସେହିପରି ଦୁଇ ବର୍ଷ ପରେ ଦଳକୁ ଫେରିଥିବା ଅଜିଙ୍କ୍ୟ ରାହାନେ ମଧ୍ୟ ଏକ ବୃହତ୍‌ ସ୍କୋର ପାଇଁ ପ୍ରୟାସ କରିବେ।
ଆସେସ୍‌ ଓ୍ବାର୍ମଅପ୍‌
ଏହି ମ୍ୟାଚ ପରେ ଅଷ୍ଟ୍ରେଲିଆ ଆସେସ୍‌ ସିରିଜ୍‌ ଖେଳିବ। ଆସେସ୍‌ ପୂର୍ବରୁ ଏହା ଦଳର ଓ୍ବାର୍ମ ଅପ୍‌ ଗେମ୍‌। ଓଭାଲରେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଆଭରେଜ୍‌ ୧୦୦ ରହିଥିବା ବେଳେ ଅଷ୍ଟ୍ରେଲିଆ ଏଥିରୁ ଫାଇଦା ଉଠାଇବାକୁ ଚେଷ୍ଟା କରିବ। ଅପରପକ୍ଷରେ ସ୍ମିଥ୍‌ଙ୍କୁ ଆଉଟ କରିବା ପାଇଁ ଭାରତ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିପାରେ। ନାଥନ ଲିୟନଙ୍କ ସ୍ପିନ୍‌ ଓ କାମେରନ୍‌ ଗ୍ରୀନ୍‌ଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ।
ଅଷ୍ଟ୍ରେଲିଆ ଦଳ: ପ୍ୟାଟ କୁମିନ୍ସ (ଅଧିନାୟକ), ସ୍କଟ ବୋଲାଣ୍ଡ, ଆଲେକ୍ସ କେରୀ, କାମେରନ୍‌ ଗ୍ରୀନ୍‌, ମାର୍କସ୍‌ ହାରିସ୍‌, ମାଇକେଲ ନେସର, ଟ୍ରାଭିସ୍‌ ହେଡ, ଉସମାନ୍‌ ଖ୍ବାଜା, ମାର୍ନସ ଲାବୁଶେନ୍‌, ନାଥନ୍‌ ଲିୟନ୍‌, ଜୋଶ ଇଙ୍ଗଲିସ୍‌, ଟଡ୍‌ ମର୍ଫି, ଷ୍ଟିଭ୍‌ ସ୍ମିଥ୍‌, ମିଚେଲ ଷ୍ଟାର୍କ ଓ ଡେଭିଡ୍‌ ଓ୍ବାର୍ନର।
ରିଜର୍ଭ: ମିଚେଲ ମାର୍ଶ, ମ୍ୟାଟ୍ଟ ରେନ୍‌ଶ’।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ରବିଚନ୍ଦ୍ରନ ଅଶ୍ୱିନ୍‌, ଶ୍ରୀକର ଭରତ, ଶୁବମାନ ଗିଲ୍‌, ରବୀନ୍ଦ୍ର ଜାଡେଜା, ବିରାଟ କୋହଲି, ଈଶାନ କିଶନ, ଚେତେଶ୍ୱର ପୂଜାରା, ଅକ୍ଷର ପଟେଲ, ଅଜିଙ୍କ୍ୟ ରାହାନେ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୂଳ ଠାକୁର, ଜୟଦେବ ଉନାଡକଟ, ଉମେଶ ଯାଦବ।
ରିଜର୍ଭ : ଯଶସ୍ବୀ ଜୟସ୍ବାଲ,ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri