ଉତ୍ତରାଧିକାରୀ ଚୟନ ପାଇଁ ହୁଏ ଅଡିଶନ୍‌

ପ୍ୟାରିସ,୨୫ା୪: ଫୋର୍ବସ୍‌ ମାଗାଜିନ୍‌ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାର ଶୀର୍ଷରେ ଥିବା ଲଗ୍‌ଜୁରୀ ବ୍ରାଣ୍ଡ୍‌ ଲୁଇ ଭୁଇଟୋନ(ଏଲ୍‌ଭିଏମ୍‌ଏଚ୍‌) ଅଧ୍ୟକ୍ଷ ବର୍ନାର୍ଡ ଆର୍ନଲ୍ଡଙ୍କ ସମ୍ପର୍କରେ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବିଶ୍ୱର ସବୁଠୁ ଧନୀ ହେବାପରଠୁ ୭୪ବର୍ଷୀୟ ବର୍ନାର୍ଡଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ବୃଦ୍ଧି ଘଟିଥିବାବେଳେ ସେ ୨୪୦ ବିିଲିୟନ୍‌ ଡଲାର ସମ୍ପତ୍ତିର ମାଲିକ। ତେବେ ଏହି ବିଲିଅନେୟାର ନିଜ ଉତ୍ତରାଧିକାରୀ ବାଛିବା ପାଇଁ ତାଙ୍କ ୫ ସନ୍ତାନଙ୍କ ଅଡିଶନ୍‌ ନେଇଥାନ୍ତି, ଯାହା ପ୍ରତି ମାସରେ ଥରେ ଲେଖାଏ କରାଯାଏ ବୋଲି ଏବେ ଜଣାପଡ଼ିଛି। ଏପରି କି ଏହି ଅଡିଶନ ଏଲ୍‌ଭିଏମ୍‌ଏଚ୍‌ର ହେଡ୍‌ କ୍ୱାର୍ଟର୍ସର ପ୍ରାଇଭେଟ ଡାଇନିଂ ରୁମ୍‌ରେ ମଧ୍ୟାହ୍ନ ଭୋଜନ ସମୟରେ କରାଯାଇଥାଏ ବୋଲି ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଅଡିଶନ ପାଇଁ ସ୍ବତନ୍ତ୍ର ପ୍ରକାର ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ପ୍ରାୟ ୯୦ ମିନିଟ୍‌ ଧରି ଚାଲେ। ଡାଇନିଂ ଟେବୁଲରେ ବର୍ନାର୍ଡ ବସି ନିଜ ଆଇପ୍ୟାଡ୍‌ରୁ ବିଭିନ୍ନ ବିଷୟରେ ପଢ଼ି ପିଲାଙ୍କୁ ପ୍ରଥମେ ଶୁଣାନ୍ତି। ଏହାପରେ ୫ସନ୍ତାନଙ୍କ ସହ ବିଜ୍‌ନେସ୍‌ ଷ୍ଟ୍ରାଟେଜି ସମ୍ପର୍କରେ ଆଲୋଚନା କରନ୍ତି। ପରେ ବ୍ୟବସାୟରେ ପରିବର୍ତ୍ତନ ଆଣିବା ଲାଗି ପିଲାମାନଙ୍କଠାରୁ ବର୍ନାର୍ଡ ପରାମର୍ଶ ଲୋଡ଼ିଥା’ନ୍ତି। ଜଣ ଜଣ କରି ପିଲାଙ୍କ ଅଡିଶନ୍‌ ନେବା ସହ ସେମାନଙ୍କ ମଧ୍ୟରୁ କିଏ ତାଙ୍କ ଉତ୍ତରାଧିକାରୀ ହେବାକୁ ଯୋଗ୍ୟ ତାହା ସ୍ଥିର କରିଥା’ନ୍ତି। ବ୍ୟବସାୟକୁ କିପରି ଭାବେ ଆଗକୁ ନିଆଯିବ ସେ ନେଇ ବର୍ନାର୍ଡ ପିଲାମାନଙ୍କୁ ତାଲିମ ମଧ୍ୟ ଦିଅନ୍ତି। ବର୍ତ୍ତମାନ ସୁଦ୍ଧା ବର୍ନାର୍ଡ ନିଜ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିନାହାନ୍ତି। ତେବେ ପ୍ରତ୍ୟେକଙ୍କ ପରାମର୍ଶ ନେବା ପରେ ବର୍ନାର୍ଡ ଶେଷ ନିଷ୍ପତ୍ତିରେ ପହଞ୍ଚତ୍ବେ ବୋଲି କହିଛନ୍ତି।
ଏଲ୍‌ଭିଏମ୍‌ଏଚ୍‌ ବ୍ୟତୀତ ବୁଲ୍‌ଗାରି, ଟିଫାନୀ, ସେଫୋରା, ଡୋମ୍‌ ଭଳି ଏକାଧିକ ଲଗ୍‌ଜୁରୀ ବ୍ରାଣ୍ଡର ବର୍ନାର୍ଡ ମାଲିକ ଅଟନ୍ତି। କମ୍ପାନୀର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବର୍ନାର୍ଡ ତାଙ୍କ ସନ୍ତାନମାନଙ୍କୁ ଦେଇଛନ୍ତି। ତାଙ୍କ ବଡ଼ ପୁଅ ଡଲ୍‌ଫିନ୍‌ ଖ୍ରୀଷ୍ଟିଆନ୍‌ ଡିଓରର ମୁଖ୍ୟ ପଦରେ ରହିଛନ୍ତି। ତାଙ୍କ ଭାଇ ଆଣ୍ଟୋନି ପରିବାରର ସମ୍ପତ୍ତି ଏବଂ ଏଲ୍‌ଭିଏମ୍‌ଏଚ୍‌ର ଆର୍ଥିକ କାରବାର ବୁଝନ୍ତି। ତୃତୀୟ ସନ୍ତାନ ଫ୍ରେଡେରିକ୍‌ ଟ୍ୟାଗ୍‌ ହୁଇରର ସିଇଓ ଭାବେ କାର୍ଯ୍ୟ କରୁଥିବାବେଳେ ଆଲେକ୍ସଜାଣ୍ଡର ଟିଫାନୀର ଏକ୍‌ଜିକ୍ୟୁଟିଭ୍‌ ଏବଂ ଜିନ୍‌ ଲୁଇସ୍‌ ଭୁଇଟୋନର ବ୍ରାଣ୍ଡ ଘଡ଼ିର ମାର୍କେଟିଂ କଥା ବୁଝୁ୍‌ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଦୁଇ ବର୍ଷ ମଧ୍ୟରେ ପ୍ରଥମଥର ଭାରତ ପାଇଁ ଆସିଲା ବଡ଼ ଖବର: ଶୁଣିଲେ ଆମେରିକା ସହ ଚାଇନା, ପାକିସ୍ତାନର ନିଜ ହଜିବ…

ନୂଆଦିଲ୍ଲୀ,୨୯।୧୨: ଏହି ଖବର ଶିଳ୍ପ କ୍ଷେତ୍ରରେ ଏକ ସ୍ବାଗତଯୋଗ୍ୟ ଆଶ୍ୱସ୍ତି। ଆମେରିକାର ଉଚ୍ଚ ଟାରିଫ୍‌ ସତ୍ତ୍ୱେ, ଗତ ଦୁଇ ବର୍ଷ ମଧ୍ୟରେ ଭାରତୀୟ ଶିଳ୍ପ କ୍ଷେତ୍ର...

ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ଟାର୍ଗେଟ୍‌: ପିରୋଜପୁରରେ ପରିବାରକୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ

ଢାକା,୨୯ା୧୨: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ଥମିବାର ନାଁ ନେଉନାହିଁ। ରବିବାର ପିରୋଜପୁର ଜିଲା ଦୁମରିତାଲା ଗ୍ରାମରେ ଏକ ଭୟଙ୍କର ଘଟଣା ଘଟିଛି।...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri