ଉତ୍ତରାଧିକାରୀ ଚୟନ ପାଇଁ ହୁଏ ଅଡିଶନ୍‌

ପ୍ୟାରିସ,୨୫ା୪: ଫୋର୍ବସ୍‌ ମାଗାଜିନ୍‌ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାର ଶୀର୍ଷରେ ଥିବା ଲଗ୍‌ଜୁରୀ ବ୍ରାଣ୍ଡ୍‌ ଲୁଇ ଭୁଇଟୋନ(ଏଲ୍‌ଭିଏମ୍‌ଏଚ୍‌) ଅଧ୍ୟକ୍ଷ ବର୍ନାର୍ଡ ଆର୍ନଲ୍ଡଙ୍କ ସମ୍ପର୍କରେ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବିଶ୍ୱର ସବୁଠୁ ଧନୀ ହେବାପରଠୁ ୭୪ବର୍ଷୀୟ ବର୍ନାର୍ଡଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ବୃଦ୍ଧି ଘଟିଥିବାବେଳେ ସେ ୨୪୦ ବିିଲିୟନ୍‌ ଡଲାର ସମ୍ପତ୍ତିର ମାଲିକ। ତେବେ ଏହି ବିଲିଅନେୟାର ନିଜ ଉତ୍ତରାଧିକାରୀ ବାଛିବା ପାଇଁ ତାଙ୍କ ୫ ସନ୍ତାନଙ୍କ ଅଡିଶନ୍‌ ନେଇଥାନ୍ତି, ଯାହା ପ୍ରତି ମାସରେ ଥରେ ଲେଖାଏ କରାଯାଏ ବୋଲି ଏବେ ଜଣାପଡ଼ିଛି। ଏପରି କି ଏହି ଅଡିଶନ ଏଲ୍‌ଭିଏମ୍‌ଏଚ୍‌ର ହେଡ୍‌ କ୍ୱାର୍ଟର୍ସର ପ୍ରାଇଭେଟ ଡାଇନିଂ ରୁମ୍‌ରେ ମଧ୍ୟାହ୍ନ ଭୋଜନ ସମୟରେ କରାଯାଇଥାଏ ବୋଲି ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଅଡିଶନ ପାଇଁ ସ୍ବତନ୍ତ୍ର ପ୍ରକାର ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ପ୍ରାୟ ୯୦ ମିନିଟ୍‌ ଧରି ଚାଲେ। ଡାଇନିଂ ଟେବୁଲରେ ବର୍ନାର୍ଡ ବସି ନିଜ ଆଇପ୍ୟାଡ୍‌ରୁ ବିଭିନ୍ନ ବିଷୟରେ ପଢ଼ି ପିଲାଙ୍କୁ ପ୍ରଥମେ ଶୁଣାନ୍ତି। ଏହାପରେ ୫ସନ୍ତାନଙ୍କ ସହ ବିଜ୍‌ନେସ୍‌ ଷ୍ଟ୍ରାଟେଜି ସମ୍ପର୍କରେ ଆଲୋଚନା କରନ୍ତି। ପରେ ବ୍ୟବସାୟରେ ପରିବର୍ତ୍ତନ ଆଣିବା ଲାଗି ପିଲାମାନଙ୍କଠାରୁ ବର୍ନାର୍ଡ ପରାମର୍ଶ ଲୋଡ଼ିଥା’ନ୍ତି। ଜଣ ଜଣ କରି ପିଲାଙ୍କ ଅଡିଶନ୍‌ ନେବା ସହ ସେମାନଙ୍କ ମଧ୍ୟରୁ କିଏ ତାଙ୍କ ଉତ୍ତରାଧିକାରୀ ହେବାକୁ ଯୋଗ୍ୟ ତାହା ସ୍ଥିର କରିଥା’ନ୍ତି। ବ୍ୟବସାୟକୁ କିପରି ଭାବେ ଆଗକୁ ନିଆଯିବ ସେ ନେଇ ବର୍ନାର୍ଡ ପିଲାମାନଙ୍କୁ ତାଲିମ ମଧ୍ୟ ଦିଅନ୍ତି। ବର୍ତ୍ତମାନ ସୁଦ୍ଧା ବର୍ନାର୍ଡ ନିଜ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିନାହାନ୍ତି। ତେବେ ପ୍ରତ୍ୟେକଙ୍କ ପରାମର୍ଶ ନେବା ପରେ ବର୍ନାର୍ଡ ଶେଷ ନିଷ୍ପତ୍ତିରେ ପହଞ୍ଚତ୍ବେ ବୋଲି କହିଛନ୍ତି।
ଏଲ୍‌ଭିଏମ୍‌ଏଚ୍‌ ବ୍ୟତୀତ ବୁଲ୍‌ଗାରି, ଟିଫାନୀ, ସେଫୋରା, ଡୋମ୍‌ ଭଳି ଏକାଧିକ ଲଗ୍‌ଜୁରୀ ବ୍ରାଣ୍ଡର ବର୍ନାର୍ଡ ମାଲିକ ଅଟନ୍ତି। କମ୍ପାନୀର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବର୍ନାର୍ଡ ତାଙ୍କ ସନ୍ତାନମାନଙ୍କୁ ଦେଇଛନ୍ତି। ତାଙ୍କ ବଡ଼ ପୁଅ ଡଲ୍‌ଫିନ୍‌ ଖ୍ରୀଷ୍ଟିଆନ୍‌ ଡିଓରର ମୁଖ୍ୟ ପଦରେ ରହିଛନ୍ତି। ତାଙ୍କ ଭାଇ ଆଣ୍ଟୋନି ପରିବାରର ସମ୍ପତ୍ତି ଏବଂ ଏଲ୍‌ଭିଏମ୍‌ଏଚ୍‌ର ଆର୍ଥିକ କାରବାର ବୁଝନ୍ତି। ତୃତୀୟ ସନ୍ତାନ ଫ୍ରେଡେରିକ୍‌ ଟ୍ୟାଗ୍‌ ହୁଇରର ସିଇଓ ଭାବେ କାର୍ଯ୍ୟ କରୁଥିବାବେଳେ ଆଲେକ୍ସଜାଣ୍ଡର ଟିଫାନୀର ଏକ୍‌ଜିକ୍ୟୁଟିଭ୍‌ ଏବଂ ଜିନ୍‌ ଲୁଇସ୍‌ ଭୁଇଟୋନର ବ୍ରାଣ୍ଡ ଘଡ଼ିର ମାର୍କେଟିଂ କଥା ବୁଝୁ୍‌ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ମାସକରେ ତୃତୀୟ ଥର ପାଇଁ ବଢ଼ିଲା LPG ଦର, ଜାଣନ୍ତୁ ୧୧ କେଜି ସିଲିଣ୍ଡରର ଦାମ୍?

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ ପରେ, ବିଶ୍ୱର ଅନେକ ଦେଶରେ ତୈଳ ଏବଂ ଘରୋଇ ଗ୍ୟାସ (LPG) ସମ୍ବନ୍ଧୀୟ ସଙ୍କଟ ଦେଖାଦେଇଛି। ପାକିସ୍ତାନ ପୂର୍ବରୁ ଆର୍ଥିକ କ୍ଷେତ୍ରରେ…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ଖୁସି ଖବର… ୭ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ

ନୂଆଦିଲ୍ଲୀ,୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଏହାର ଫଳସ୍ୱରୂପ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ମଧ୍ୟରେ, ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ମିଳିଛି। ପ୍ରାୟ ସାତ…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଇସ୍ରାଏଲ, ନେତାନ୍ୟାହୁ କରିବେ ଏମିତି କାମ, ଇରାନ କାବା

ନୂଆଦିଲ୍ଲୀ,୧।୪: ଇରାନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନୂତନ ଏବଂ ପ୍ରମୁଖ ରଣନୈତିକ ପଦକ୍ଷେପର ସଙ୍କେତ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri