ଚଣ୍ଡିଖୋଲ,୧୮।୨(ପ୍ରଦୀପ୍ତ କୁମାର ପୃଷ୍ଟି): ବଡ଼ଚଣା ବ୍ଲକ୍ ଅଧୀନ ଚଣ୍ଡିଖୋଲ ମହାବିନାୟକ ପୀଠରେ ୩ ଦିନ ଧରି ଚାଲୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଙ୍ଗଳବାର ରାତିରେ ଉଦ୍ଯାପିତ ହୋଇଯାଇଛି। ସାଂସ୍କୃତିକ ପରିଷଦ ସଭାପତି ପବିତ୍ର କୁମାର ରାଉତଙ୍କ ଅଧ୍ୟକ୍ଷତା ଓ ପ୍ରମୋଦ କୁମାର ଜେନାଙ୍କ ସଞ୍ଚାଳନରେ ଆୟୋଜିତ ଉଦ୍ଯାପନୀ ସାରେ ଯାଜପୁର ରୋଡ୍ ଏସ୍ଡିପିଓ ଶରତ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି, ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀ ମୁଖ୍ୟବକ୍ତା, ବଡ଼ଚଣା ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ ଓ ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସଙ୍ଗୀତର ଯାଦୁରେ ଉପସ୍ଥିତ ଦର୍ଶକ ମତୁଆଲା ହୋଇଥିଲେ। ବହୁ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ସାଂସ୍କୃତିକ ପରିଷଦର ସମ୍ପାଦକ ହରି ଶଙ୍କର ପଣ୍ଡା ଧନ୍ୟବାଦ ଦେଇଥିଲେ।