ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୦।୯: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଖିମ୍‌ଜୀ ଜୁଏଲର୍ସ ନିଜର ମୂଲ୍ୟବାନ ଗ୍ରାହକଙ୍କ ପାଇଁ ସୁନା ଅଳଙ୍କାରର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୨୫%ର ରିହାତି ଏବଂ ହୀରା ଅଳଙ୍କାର ଉପରେ ୨୦% ପର୍ଯ୍ୟନ୍ତ ରିହାତି ଭଳି ମନଲୋଭା ଅଫର ପ୍ରଦାନ କରୁଛି। ଏହି ଅଫରଗୁଡିକ ୨୦ ସେପ୍ଟେମ୍ବରରୁ ଓଡ଼ିଶାର ସମସ୍ତ ଖିମ୍‌ଜୀ ଷ୍ଟୋରରେ ଉପଲବ୍ଧ ରହିବ। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଦୁର୍ଗା ପୂଜା ଲୋକଙ୍କ ହୃଦୟରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥାଏ। ଚଳିତ ବର୍ଷ ପାର୍ବଣର ଖୁସିକୁ ଦୁଇଗୁଣିତ କରିବାକୁ ଆମେ ଚେଷ୍ଟା କରିଛୁ ଏବଂ ଆମର ଏହି ବିଶେଷ ଅଫର୍‌ ପୂଜା ଋତୁରେ ଅଧିକ ରଙ୍ଗ ଯୋଡିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେହିପରି ଖିମଜୀ ଜୁଏଲର୍ସରେ ଅଳଙ୍କାରର ବିଶାଳ ସଂଗ୍ରହ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ସର୍ବଦା ଆକର୍ଷିତ କରିଆସୁଛି। ବର୍ଷ ବର୍ଷ ଧରି, ଖିମଜୀ, ଗ୍ରାହକଙ୍କ ଅଳଙ୍କାର କିଣିବା ଢଙ୍ଗକୁ ପରିବର୍ତ୍ତନ ଆଣିବା ସହ ଶୁଦ୍ଧତା, ଆକର୍ଷଣୀୟ ଡିଜାଇନ୍‌ ଏବଂ ରିଟେଲ୍‌ ଅଭିଜ୍ଞତା ଦ୍ୱାରା ଗ୍ରାହକଙ୍କ ବିଶ୍ୱାସ ଜିତି ରିଟେଲ୍‌ ଅଳଙ୍କାର ଶିଳ୍ପକୁ ଆଗେଇ ନେଇଛି। ଏହା ଉଲ୍ଲେଖଯୋଗ୍ୟ ଯେ, ଗ୍ରାହକଙ୍କୁ ହଲମାର୍କ ଅଳଙ୍କାର ଯୋଗାଇବାରେ ଏବଂ ସ୍ବୀକୃତିପ୍ରାପ୍ତ ହୀରା ଅଳଙ୍କାରରେ ୧୦୦% ବାଏ ବ୍ୟାକ୍‌ ଗ୍ୟାରେଣ୍ଟି ଦେବାରେ ଖିମଜୀ ଜୁଏଲର୍ସ ହେଉଛି ରାଜ୍ୟର ପ୍ରଥମ ଜୁଏଲେରି ଶୃଙ୍ଖଳ ଭାବେ ପରିଚିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ-୨୦୨୦: ମହିଳା,ଶିଶୁ ବିକାଶକୁ ପ୍ରାଧାନ୍ୟ; ଝିଅଙ୍କ ବିବାହ ବୟସ ଧାର୍ଯ୍ୟ ଲାଗି ଟାସ୍କଫୋର୍ସ

ମହିଳାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସରକାର ବଜେଟରେ ୨୮,୬୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଥିଲେ, ସରକାରଙ୍କ ‘ବେଟି...

ପୁଣି ଆକ୍ସନରେ ମୋଦି ସରକାର;୧୫ ବରିଷ୍ଠ ଆୟକର ଅଧିକାରୀ ଜବରଦସ୍ତ ବିଦା

ନୂଆଦିଲ୍ଲୀ,୨୮-୯: ଅପାରଗ ଅଧିକାରୀଙ୍କ ବିରୋଧରେ ପୁନର୍ବାର ମୋଦି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁର୍ନୀତି, ସିବିଆଇ ମାମଲା ଓ ଅନ୍ୟ କେତେକ କାରଣ ଯୋଗୁ ସରକାର...

ଡାବର ଟୁଥ୍‌ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ

ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ...

୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ନୂଆଦିଲ୍ଲୀ,୮-୨: ୨୦୨୩ ସେପ୍ଟେମ୍ବର ସୁଦ୍ଧା ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ(ଟିଏଫ୍‌ଏଲ୍‌) କାର୍ଯ୍ୟକ୍ଷମ ହେବ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି.ସଦାନନ୍ଦ ଗୌଡା ଶୁକ୍ରବାର ରାଜ୍ୟ ସଭାରେ...

ମାର୍ଚ୍ଚ ୨୦୨୪ ସୁଦ୍ଧା ଏୟାର ଇଣ୍ଡିଆ-ଭିସ୍ତାରାର ବିଲୟ, ଟାଟା ସନ୍ସ୍‌-ସିଙ୍ଗାପୁର ଏୟାର ଲାଇନ୍ସର ନିଷ୍ପତ୍ତି…

ନୂଆଦିଲ୍ଲୀ,୨୯।୧୧ : ଟାଟା ସନ୍ସ୍‌ ଏବଂ ସିଙ୍ଗାପୁର ଏୟାର ଲାଇନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ୨୦୨୪ ସୁଦ୍ଧା ଏୟାର...

ଆଇଜିଡିଟିୟୁଡବ୍ଲ୍ୟୁ ସହ ସିଜିୟୁର ରାଜିନାମା

ଭୁବନେଶ୍ୱର,୨୪।୧୨: ସି. ଭି. ରମଣ ଗ୍ଲୋବାଲ ୟୁନିର୍ଭସିଟି (ସିଜିୟୁ) ଓ ଇନ୍ଦିରା ଗାନ୍ଧୀ ଦିଲ୍ଲୀ ଟେକ୍ନିକାଲ ୟୁନିର୍ଭସିଟି ଫର୍‌ ଓମେନ (ଆଇଜିଡିଟିୟୁଡବ୍ଲ୍ୟୁ) ମଧ୍ୟରେ ଏକ ବୁଝାମଣାପତ୍ର...

ରିଲାଏନ୍ସ ଡିଜିଟାଲରେ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌ ୨୩

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଡିଜିଟାଲରେ ପ୍ରିମିୟର ବର୍ଗର ସ୍ମାର୍ଟଫୋନ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୨୩ ସିରିଜ୍‌ର ଉନ୍ମୋଚନ କରାଯାଇଛି। ବିଶେଷକରି ଗାଲାକ୍ସି ଏସ୍‌୨୩...

ଘରୋଇ ପୁଞ୍ଜିବଜାର ସବୁଠୁ ମହଙ୍ଗା

ମୁମ୍ବାଇ,୧୪।୧: ବିକଶିତ ବଜାର ମଧ୍ୟରେ ଆମେରିକା ଶେୟାର ବଜାର ବର୍ତ୍ତମାନ ସବୁଠାରୁ ଭଲ କାରବାର କରୁଛି। ସେହିଭଳି ଅଭିବୃଦ୍ଧିଶୀଳ ବଜାରଗୁଡିକର କଥା ବିଚାରକୁ ନେଲେ ଭାରତ ସବୁଠାରୁ...

Advertisement
Archives

Model This Week