ଆକର୍ଷଣୀୟ ଅକ୍ଷୟ ତୃତୀୟା ଅଫର

ଭୁବନେଶ୍ୱର,୧୯।୪: ରାଜ୍ୟର ପ୍ରମୁଖ ରୂପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାର ପକ୍ଷରୁ ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଆକର୍ଷଣୀୟ ଅକ୍ଷୟ ତୃତୀୟା ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ରୁପା ଅଳଙ୍କାରର ଗଢ଼ା ମଜୁରି ଉପରରେ ଫ୍ଲାଟ ୫୦% ରିହାତି ପ୍ରଦାନ କରାଯାଉଛି। ଏହି ଅଫର ଚଳିତ ବର୍ଷ ଅପ୍ରେଲ ୨୩ ତାରିଖ ପର୍ଯ୍ୟନ୍ତ ଚାନ୍ଦି ଭଣ୍ଡାରର ସମସ୍ତ ଷ୍ଟୋରରେ ଉପଲବ୍ଧ। ଉଲ୍ଲେଖଯୋଗ୍ୟ ଭୁବନେଶ୍ୱର ସହିଦ ନଗର ଏବଂ ପଟିଆ ସମେତ ରାଉରକେଲାର ଉଦିତ ନଗର, ଅନୁଗୁଳର ଅମଲାପଡ଼ା, କଟକ, ଯାଜପୁର ରୋଡ ଏବଂ ବ୍ରହ୍ମପୁର ଠାରେ ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ୍‌ ଷ୍ଟୋର ଉପଲବ୍ଧ। ଏଠାରେ ରୁପା ଗହଣା, କଟ୍‌ଲେରି, ସିଲ୍‌ଭରୱେର ଏବଂ କର୍ପୋରେଟ୍‌ ଉପହାରର ବିସ୍ତୃତ ସମ୍ଭାର ରହିଛି। ବିଶେଷ କରି ସର୍ବୋତ୍ତମ ଓଡ଼ିଆ କାରିଗରି ସହ ଭାରତର ବିଭିନ୍ନ ପ୍ରାନ୍ତରୁ ଚାନ୍ଦି ଭଣ୍ଡାର ଅତି ସୁନ୍ଦର ରୁପା ଗହଣା ଏବଂ ଅନ୍ୟାନ୍ୟ ରୁପା ସାମଗ୍ରୀ ଉପଲବ୍ଧ କରାଉଛି। ଅପରପକ୍ଷରେ ମାଗଣା ଲାଇଫ୍‌ଟାଇମ୍‌ କ୍ଲିନିଂ, ସର୍ବୋତ୍ତମ ଏକ୍ସଚେଞ୍ଜ ନୀତି, ହଲ୍‌ମାର୍କ ଏବଂ କ୍ୱାଲିଟି ଯାଞ୍ଚ ହୋଇଥିବା ଉତ୍ପାଦନ, ରୁପା ଗହଣାରେ ହଜାରରୁ ଅଧିକ କଷ୍ଟମାଇଜେସନ ଏବଂ କିଣିବା ପୂର୍ବରୁ ପିନ୍ଧିବା ନୀତି ଆଦି ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି, ଏହା ସହିତ ଉଚିତ ମୂଲ୍ୟରେ ଗ୍ରାହକଙ୍କୁ ଆବଶ୍ୟକ ଉତ୍ପାଦ ଓ ସାମଗ୍ରୀ ଏବଂ ଅଳଙ୍କାର ପ୍ରଦାନ କରାଯାଇଥାଏ। ସୂଚନାଯୋଗ୍ୟ ୨୦୧୩ ରେ ଭୁବନେଶ୍ୱରର ସହିଦ ନଗରରୁ ଆରମ୍ଭ ହୋଇଥିବା ଚାନ୍ଦି ଭଣ୍ଡାର ବର୍ତ୍ତମାନ ରାଜ୍ୟ ପ୍ରମୁଖ ସହରରେ ୭ ଟି ଷ୍ଟୋର ଉପଲବ୍ଧ କରାଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri