ଯାଞ୍ଚବେଳେ ପୋଲିସକୁ ଗାଡ଼ି ମଡ଼ାଇବାକୁ ଉଦ୍ୟମ

ନନ୍ଦପୁର, ୨୬ା୯ (ଶଙ୍କର ପୂଜାରୀ):କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଛକୁଣ୍ଡ ପୋଲିସ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରି ୧କୁଇଣ୍ଟାଲ ୪୨କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ସ୍କର୍ପିଓ (ଓଡି୦୨ ସିସି-୯୪୩୧) ଜବତ ହୋଇଛି। ଜଣକୁ ଗିରଫ କରାଯାଇଥିବା ଜଣାପଡିଛି। ସେ ହେଲେ ଝାଡଖଣ୍ଡର ମୁରଲୀ ମୋହନ ପାଲ। ତାଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରାଯାଇଥିବା ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି। ପୋଲିସ ଗଞ୍ଜେଇ ଚାଲାଣ ହେଉଥିବା ସ୍କର୍ପିଓର ପିଛା କରୁଥିବା ସମୟରେ ସ୍କର୍ପିଓଟି ରାସ୍ତାରେ ଥିବା ଗୋଟିଏ ବାଇକ୍‌ ଓ ଗୋଟିଏ ସ୍କୁଟିକୁ ଧକ୍କା ଦେଇ ପୋଲିସ ଉପରକୁ ଗାଡି ମଡାଇ ଦେବାକୁ ଉଦ୍ୟମ କରିଥିବା ଜଣାପଡିଛି। ତେବେ କ୍ଷତିଗ୍ରସ୍ତ ଉଭୟ ଗାଡିର ଚାଳକ ବର୍ତ୍ତି ଯାଇଛନ୍ତି। ଅନ୍ୟପକ୍ଷରେ ମାଛକୁଣ୍ଡ ପୋଲିସ ପକ୍ଷରୁ ଏହି ଯାଞ୍ଚ ଲାଗି ରାସ୍ତାରେ ସ୍କୁଟି ଓ ବାଇକ୍‌କୁ ଯୋଜନାବଦ୍ଧ ଭାବେ ରଖାଯାଇଥିବା ଆଲୋଚନା ହେଉଛି।
ଖବରରୁ ଜଣାପଡିଛି, ଆନ୍ଧ୍ର ମୁଚିଙ୍ଗପୁଟ ଅଞ୍ଚଳରୁ ଲମତାପୁଟ ଦେଇ ସ୍କର୍ପିଓଟି ଝାଡ଼ଖଣ୍ଡ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଗୋଇନ୍ଦା ସୂଚନା ପାଇ ମାଛକୁଣ୍ଡ ଥାନାଧିକାରୀ ଡି.ବତ୍ରିଆଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ସ୍କର୍ପିଓ ସମେତ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବାକୁ ଯୋଜନା ହୋଇଥିଲା। ଲମତାପୁଟ କଲେଜ ନିକଟରେ ଫାଣ୍ଡି ଅଧିକାରୀ ନାକା ଲଗାଇ ଜଗି ବସିଥିଲେ। ଦ୍ରୁତ ଗତିରେ ଆସୁଥିବା ସ୍କର୍ପିଓ ସମ୍ମୁଖରେ ପୋଲିସ ଦେଖି ଇତସ୍ତତଃ ହୋଇ ରାସ୍ତାରେ ରଖାଯାଇଥିବା ବୈପାରିଗୁଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସ୍କୁଟି ଓ ତୁସୁବା ଗ୍ରାମର ଯୁବକଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ପରେ ସେଠାରେ ସଙ୍ଗେସଙ୍ଗେ ପୋଲିସ ପହଞ୍ଚତ୍ ସ୍କର୍ପିଓ ସହ ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିବା ବେଳେ ଚାଲାଣକାରୀ ପାଲ୍‌ ପୋଲିସ ଉପରକୁ ଗାଡି ମଡାଇ ଦେବାକୁ ଉଦ୍ୟମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାପା-ଝିଅ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍‌  ଜଳିଲା ବାଇକ୍‌ 

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଚଳନ୍ତା ବାଇକ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri