ଡ୍ରାଇଭରଙ୍କ ଉପରକୁ ଗୁଳି ଚଳାଇ ଲୁଟ୍‌ ଉଦ୍ୟମ

ଟିକିରି,୧୫ା୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଅନ୍ତର୍ଗତ କାଳିଆପଡ଼ା ଘାଟିରେ ରବିବାର ଭୋର୍‌ରୁ ଲୁଟ୍‌ ଉଦ୍ୟମ ହୋଇଛି। ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନା ପାଉଡର ବୋଝେଇ କରି ବିଶାଖାପାଟଣା ନେଇ ଯାଉଥିବା ବେଳେ କାଳିଆପଡ଼ା ଘାଟି ନିକଟରେ ପୂର୍ବରୁ ଏକ ଗାଡ଼ି ଖରାପ ହୋଇ ରହିଥିଲା। ସେହି ଗାଡ଼ିକୁ ଦେଖି କିଛି ଗାଡ଼ି ଅଟକି ରହିଥିଲା। ଗାଡ଼ି ସଜାଡ଼ିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଫଳରେ ସାରା ରାତି ସେହି ଘାଟି ନିକଟରେ ଅଟକି ରହିଥିଲା ଟ୍ରକ୍‌। ସେହି ସମୟରେ ୫ରୁ୬ ଜଣ ଡକାୟତ ଆସି ଅଟକି ଥିବା ଗାଡ଼ିର ଡୋର୍‌ ଭାଙ୍ଗି ଡ୍ରାଇଭରଙ୍କୁ ତଳକୁ ଟାଣିଆଣିଥିଲେ। ଡ୍ରାଇଭର ବିରୋଧ କରିବାରୁ ତାଙ୍କୁ ଡକାୟତମାନେ ରିଭଲବରରୁ ଗୁଳି ଚଳାଇଥିଲେ। ଫଳରେ ଡ୍ରାଇଭରଙ୍କ ଗୋଡ଼ରେ ଗୁଳି ବାଜିଥିଲା। ପରେ ଡ୍ରାଇଭର ଜଣକ ଡକାୟତମାନଙ୍କ ସହ ଲଢ଼େଇ କରି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ। ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ରମେଶ ଘଡ଼େଇ। ତାଙ୍କ ଘର ନୟାଗଡ଼ ଜିଲାରେ।

ଏହା ପରେ ସେ ବିଶାଖାପାଟଣାସ୍ଥିତ ମାଲ୍‌ ପରିବହନ ସଂସ୍ଥାକୁ ଜଣାଇଥିଲେ। ତାଙ୍କୁ ଟିକିରିସ୍ଥିତ ଉଷାପଡ଼ା ଉତ୍କଳ ଆଲୁମିନା ମେଡିକାଲକୁ ନେଇ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଟିକିରି ପୋଲିସ ପହଞ୍ଚ ତଦନ୍ତ କରୁଛି। ଏ ବିଷୟରେ ମାଲ୍‌ ପରିବହନ କରୁଥିବା ସଂସ୍ଥାର ଏସ୍‌.କେ. ମିଶ୍ରଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ଟିକିରି ଅଞ୍ଚଳରେ ପ୍ରଥମ ଅପରାଧିକ ଗୁଳିଚାଳନା ହୋଇଥିବାରୁ ଲୋକଙ୍କ ମନରେ କୋକୁଆଭୟ ସୃଷ୍ଟି ହୋଇଛି। ଟିକିରି ନିକଟରେ ଉତ୍କଳ ଆଲୁମିନା କମ୍ପାନୀ ଥିବାରୁ ଦୈନିକ ଶହଶହ ଗାଡ଼ି ମାଲ ପରିବହନ କରୁଛନ୍ତି। କାଳିଆପଡ଼ା ଘାଟି ନିଛାଟିଆ ହୋଇଥିବାରୁ ଏଠାରେ ପ୍ରାୟ ସମୟରେ ଛୋଟବଡ଼ ଡକାୟତି ଓ ଅପରାଧିକ ଘୋଟଣା ଘଟୁଛି। ଏଠାରେ ନିୟମିତ ପୋଲିସ ପାଟ୍ରୋଲିଂ ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri