ଝିଅକୁ ହତ୍ୟା ଉଦ୍ୟମ: ଉଦ୍ଧାର କରିବାକୁ ଯାଇ ମା’ଙ୍କୁ ଛୁରାମାଡ଼

ବାରିପଦା,୨୧ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁର ଥାନା ମୁର୍ଗାବାଡ଼ି ଅଞ୍ଚଳରେ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ଘରେ ପଶି ମହିଳାଙ୍କୁ ଛୁରିରେ ଆକ୍ରମଣ କରିଛନ୍ତି। ଫଳରେ ଗୁରୁତର ମହିଳାକୁ ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ହେଲେ ସମୀର ସାହୁଙ୍କ ସ୍ତ୍ରୀ ମମତା। ଏ ସଂକ୍ରାନ୍ତରେ ପୋଲିସ ଘଟଣାର ଯାଞ୍ଚ କରୁଛି।
ସୂଚନାଯୋଗ୍ୟ, ଦୁର୍ବୃତ୍ତ ଜଣକ ମୁହଁରେ ଗାମୁଛା ଘୋଡ଼ାଇ ଘର ମଧ୍ୟକୁ ପଶିଯାଇଥିଲେ। ଏହାକୁ ଦେଖି ମହିଳା ଜଣକ ପାଟି କରିବାରୁ ସେ ଘରେ ଥିବା ମହିଳାଙ୍କ ଝିଅ ବେକରେ ଛୁରି ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହା ଦେଖି ମହିଳା ଜଣକ ଝିଅକୁ ଉଦ୍ଧାର କରିବାକୁ ଯାଇ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଆହତ ହୋଇଥିଲେ। ଏଥିରେ ମହିଳାଙ୍କ ହାତ ଓ ଆଙ୍ଗୁଳିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପୋଲିସ ଖବରପାଇ ଅଞ୍ଚଳରେ ତଲାସି ଜାରି ରଖିଛି।

Share