ରାଜଧାନୀ ରାଜରାସ୍ତାରେ ଅପହରଣ ଉଦ୍ୟମ: ଚଳନ୍ତା ଅଟୋରୁ ଡେଇଁ ପଡ଼ିଲେ ଯୁବତୀ, ଏବେ…

ଭୁବନେଶ୍ୱର,୨୪।୯: ରାଜଧାନୀ ରାଜରାସ୍ତାରେ ଅଭାବନୀୟ ଘଟଣା। ଅପହରଣ କରିବାକୁ ଉଦ୍ୟମ ବେଳେ ଚଳନ୍ତା ଅଟୋରୁ ଡେଇଁ ପଡ଼ିଲେ ଯୁବତୀ। ତାଙ୍କ ମୁଣ୍ଡ ସହ ହାତ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ଯୁବତୀଜଣଙ୍କ ଆଚାର୍ଯ୍ୟ ବିହାରରୁ ନୟାପଲ୍ଲୀ ଆସିବା ଲାଗି ଅଟୋରେ ଚଢ଼ିଥିଲେ। ଅଟୋରେ ଚାଳକଙ୍କ ବ୍ୟତୀତ ଅନ୍ୟଜଣେ ମହିଳା ଥିଲେ। କିଛି ସମୟ ପରେ ମହିଳାଜଣଙ୍କ ହଠାତ ଯୁବତୀଙ୍କଠାରୁ ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ସେ ପାଟି କରିବା ଦେଖି ମୁହଁକୁ କପଡ଼ାରେ ବାନ୍ଧି ବେହୋସ କରିବାକୁ ଚେଷ୍ଟା କରିଥିଲେ। ଗାଡ଼ିର ବେଗ ବଢ଼ିବା ଜାଣିପାରି ଅଟୋରୁ ଯୁବତୀ ଡେଇଁ ପଡ଼ିଥିଲେ। ଫଳରେ ସେ ଗୁରୁତର ହୋଇଛନ୍ତି। ଏବେ ଏକ ଘରୋଇ ମେଡିକାଲରେ ତାଙ୍କ ଚିକିତ୍ସା ଚାଲିଛି। ପରିବାରଲୋକେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କୁ ଉଚିତ ଦଣ୍ଡ ଦେବାକୁ ଦାବି କରିଛନ୍ତି।
ଗୋଟିଏ ପଟେ ପାର୍ବଣ ଲାଗି ରାଜଧାନୀ ଚଳଚଞ୍ଚଳ ଥିବା ବେଳେ ଯୁବତୀଙ୍କୁ ଅପହରଣ  ଉଦ୍ୟମ ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି। କହିବାକୁ ଗଲେ ଅପରାଧୀମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି।

Share