ଲକ୍ଷ୍ୟ ଦ୍ୱିଗୁଣିତ କରିବାକୁ ପ୍ରୟାସ

ଭୁବନେଶ୍ୱର,୧୦ା୬: ଆଭିଭା ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଅଭିଯାନ ‘ଏଜେନ୍ସି ଚ୍ୟାନେଲ ବୃଦ୍ଧି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶବ୍ୟାପୀ ଏଜେନ୍ସି ଚ୍ୟାନେଲ ବୃଦ୍ଧି ଲାଗି କମ୍ପାନୀ ଆବଶ୍ୟକ ପଦକ୍ଷେପ ଆରମ୍ଭ କରିଛି। ଫଳରେ କମ୍ପାନୀ ଏଜେନ୍ସି ଆଧାରକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛି।
ଏହି ଅଭିଯାନ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ ବା ଆଇଆର୍‌ଡିଏଆଇ ଇଣ୍ଡିଆର ୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା ଦୃଷ୍ଟିକୋଣ ସହ ସମାନ ।

ବିଶେଷକରି ନିଯୁକ୍ତି ପ୍ରକ୍ରିୟାକୁ ବିବିଧ କରିବା ଉପରେ ଧ୍ୟାନଦେଇ ଆଭିଭା ଇଣ୍ଡିଆ ଆର୍ଥିକ ଯୋଜନା ପରାମର୍ଶଦାତାର ଏକ ସୁଦୃଢ ନେଟ୍‌ୱର୍କ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି; ଯାହା କେବଳ ବୀମା କଭରେଜ ବୃଦ୍ଧି ନୁହେଁ ବରଂ ଗ୍ରାହକଙ୍କୁ ସାମଗ୍ରିକ ମାର୍ଗଦର୍ଶନରେ ସହାୟକ ହେବ।

ଏ ସମ୍ପର୍କରେ ଆଭିଭା ଇଣ୍ଡିଆର ଏମ୍‌ଡି ତଥା ସିଇଓ ଅସିତ ରଥ କହିଛନ୍ତି, ଆମେ ସାରା ଭାରତରେ ଏକ ଉନ୍ନତ ଗୋଷ୍ଠୀ ସୃଷ୍ଟି କରିବା ସହିତ ବ୍ୟବସାୟକୁ ସୁଦୃଢ କରିବୁ। ଏପରିକି ଏହି ଅଭିଯାନ ଜରିଆରେ ଆମେ ଆମର ଲକ୍ଷ୍ୟକୁ ଦ୍ୱିଗୁଣିତ କରିବାକୁ ପ୍ରୟାସ କରିବୁ। ଏଥିପାଇଁ ଆମର ଏଜେନ୍ସି ନେଟ୍‌ୱର୍କର ବିସ୍ତାର ସହ ୨୦୪୭ ସୁଦ୍ଧା ବୀମାକୁ ସଭିଙ୍କ ପାଖରେ ପହଁଚାଇବା ପାଇଁ ଆଇଆର୍‌ଡିଏଆଇ ମିଶନରେ ଯୋଗ ଦେଇଛୁ।

ସେହିଭଳି କମ୍ପାନୀ ସହିତ ଜୀବନ ଗଠନ ଅଭିଯାନ କେବଳ ବୀମା ବିତରକଙ୍କ ଜରିଆରେ ବୀମା ପରାମର୍ଶକୁ ବିକଶିତ କରିବାକୁ ଆଶା ରଖିଛୁ। ଏପରିକି ଲୋକଙ୍କ ଶାରୀରିକ ସୁସ୍ଥତା ଜରିଆରେ ସେମାନଙ୍କ ଜୀବନର ଅନିଶ୍ଚିତତାରୁ ସୁରକ୍ଷା ଦେବା ଲାଗି ଆମ ନେଟ୍‌ୱର୍କକୁ ବିସ୍ତାର କରୁଛୁ। ସେହିପରି ଆଭିଭା ଭୁବନେଶ୍ୱରରୁ ଦେଶବ୍ୟାପୀ ନିଯୁକ୍ତି ଅଭିଯାନ ଆରମ୍ଭ କରିଥିଲାବେଳେ ଓଡ଼ିଶାରେ କମ୍ପାନୀର ଉପସ୍ଥିତି ଓ ସେବା କ୍ଷମତାର ଯଥେଷ୍ଟ ବୃଦ୍ଧି ହେବା ସହ ଦେଶର ସାମଗ୍ରିକ ସଫଳତା ପାଇଁ ମଧ୍ୟ ସହାୟକ ହୋଇପାରିବ। ଏହା ବ୍ୟତୀତ ଉପଦେଷ୍ଟା ଓ ଗ୍ରାହକଙ୍କ ବଢୁଥିବା ଚାହିଦା ସହ ନେଟ୍‌ୱର୍କୁ ଉନ୍ନତ କରିବାକୁ କମ୍ପାନି ତା’ର ଉପସ୍ଥିତି ବିସ୍ତାର ମଧ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri