ୟୁକ୍ରେନ୍ ଏୟାର ବେସ ଉପରେ ଆକ୍ରମଣ: ଯୁଦ୍ଧ ବିମାନ, ଅସ୍ତ୍ରଶସ୍ତ୍ର ଡିପୋ ନଷ୍ଟ, ରୁଷିଆ ଭାଷାରେ ଲେଖାଯାଇଛି ‘ଏହା ପିଲାମାନଙ୍କ ପାଇଁ..’

କ୍ୱିଭ,୧୦ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୫ ଦିନ ହୋଇଛି । ଏହାରି ଭିତରେ ରୁଷିଆ ମଧ୍ୟ ୟୁକ୍ରେନର ମିରହୋରୋଡ ଏୟାର ବେସ ଉପରେ ଆକ୍ରମଣ କରିଛି । ଏଥିରେ ଯୁଦ୍ଧ ବିମାନ ସହ ଅସ୍ତ୍ରଶସ୍ତ୍ର ଡିପୋ ନଷ୍ଟ ହୋଇଯାଇଛି । ଏହାକୁ ନେଇ ୟୁକ୍ରେନ୍ ଦାବି କରିଛି ଯେ ଯେଉଁ କ୍ରୁଜ ମିଶାଇଲରୁ ଗୋଟିଏ ଦିନ ପୂର୍ବରୁ ରେଲୱେ ଷ୍ଟେଶନରେ ଆକ୍ରମଣ କରାଯାଇଥିଲା ସେଥିରେ ହିଁ ରୁଷିଆ ଭାଷାରେ ଲେଖାଯାଇଥିଲା, ‘ଏହା ପିଲାମାନଙ୍କ ପାଇଁ’ ।
ସୂଚନାଯୋଗ୍ୟ, ଦୋନେସ୍କ ଅଞ୍ଚଳର କ୍ରେମାତୋର୍ସ୍କ ରେଲୱେ ଷ୍ଟେଶନରେ ହୋଇଥିବା ମିଶାଇଲ ଆକ୍ରମଣରେ ଅତିକମରେ ୫୨ ଜଣଙ୍କ ମୃତ୍ୟୁ ହେବା ସହ ଡଜନେରୁ ଅଧିକ ଆହତ ହୋଇଥିଲେ । ଏମାନେ ରୁଷିଆ ଆକ୍ରମଣକୁ ଦେଖି ସହର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ଏକାଠି ହୋଇଥିଲେ ।
ଏହି ଆକ୍ରମଣର ୨୪ ଘଣ୍ଟା ଭିତରେ ୟୁକ୍ରେନର ପେଲ୍ଟାୱା ଅଞ୍ଚଳରେ ଥିବା ଏୟାର ବେସ ଉପରେ ରୁଷିଆ ସେନା ଆକ୍ରମଣ କରି ଏକ ମିଗ-୨୯ ଯୁଦ୍ଧ ବିମାନ ଓ ଗୋଟିଏ ଏମଆଇ-୮ ହେଲିକପ୍ଟର ନଷ୍ଟ କରିଦେଇଛି । ଆକ୍ରମଣରେ ମେମିରହୋରୋଡ ଏୟାର ବେସର ଅଧିକାଂଶ ଅଞ୍ଚଳ ନଷ୍ଟ ହୋଇଯାଇଛି । ଏହି ଦୁଇ ଆକ୍ରମଣକୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଯୁଦ୍ଧ ଅପରାଧ ଘୋଷଣା କରିବା ସହ ଏହା ବିରୋଧରେ ସାରା ବିଶ୍ୱ କଡା କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri