ଆମେରିକା ଉପରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ

ଓ୍ବାଶିଂଟନ,୬ା୧: ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସିନ୍‌ସିନାଟିସ୍ଥିତ ଘର ଉପରେ ରାତିରେ ଆକ୍ରମଣ ହୋଇଛି। ଘରର ଅନେକ ଝରକା ଭାଙ୍ଗିଯାଇଛି। ଆକ୍ରମଣ ଖବର ପାଇ ଆମେରିକା ସିକ୍ରେଟ ସର୍ଭିସ୍‌ ଏଜେଣ୍ଟମାନେ ସୋମବାର ଭୋର ସମୟରେ ଭାନ୍ସଙ୍କ ଇଷ୍ଟ ଓ୍ବାଲନଟ୍‌ ହିଲ୍ସ ବାସଭବନରେ ପହଞ୍ଚତ୍ଥିଲେ। ସେମାନେ ଜଣେ ସନ୍ଦିଗ୍ଧକୁ ଧରିଥିବାବେଳେ ତାଙ୍କ ବିରୋଧରେ ଆକ୍ରମଣ ମାମଲା ରୁଜୁ ହୋଇଥିବା ସ୍ପଷ୍ଟ ହୋଇନାହିଁ। ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିବା ସ୍ଥାନୀୟ ପୋଲିସ କହିଛି। ଆକ୍ରମଣ ସମୟରେ ଭାନ୍ସଙ୍କ ପରିବାର ଘରେ ନ ଥିଲେ। ଆକ୍ରମଣକାରୀ ଘରେ ପଶିଥିବା ବିଶ୍ୱାସ ହେଉନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ସ୍ଥାନୀୟ ରିପୋର୍ଟ ଅନୁଯାୟୀ ଗତ ଶୁକ୍ରବାର ଭାନ୍ସ ଫ୍ଲୋରଡାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ସାରା ଦିନ ରହିଥିଲେ। ଭେନେଜୁଏଲା ଉପରେ ଆକ୍ରମଣକୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଦେଖିବା ପରେ ସିନ୍‌ସିନାଟି ଫେରିଥିଲେ। ଫ୍ଲୋରିଡା ଆକ୍ରମଣ ଯୋଜନା ଓ ପ୍ରକ୍ରିୟା ସହ ଭାନ୍ସ ଗଭୀର ଭାବେ ଜଡ଼ିତ ଥିଲେ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଭାନ୍ସଙ୍କ ଘର ଉପରେ ଆକ୍ରମଣ ପରେ ସେଠାରେ ପୋଲିସ ଓ ସିକ୍ରେଟ୍‌ ସର୍ଭିସ କର୍ମଚାରୀମାନେ ଜଗିରହିଛନ୍ତି।
ରିପବ୍ଲିକାନ୍‌ ଭାନ୍ସ ଓହିଓରୁ ଆମେରିକା ସିନେଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ଉପରାଷ୍ଟ୍ରପତି ଅଛନ୍ତି। ଆକ୍ରମଣ ଘଟଣାରେ ତାଙ୍କ କାର୍ଯ୍ୟାଳୟ ସିକ୍ରେଟ୍‌ ସର୍ଭିସ୍‌କୁ ସିଧା ପ୍ରଶ୍ନ କରିଛି। ଆକ୍ରମଣରେ ସିକ୍ରେଟ ସର୍ଭିସର ଏକ ଗାଡ଼ି ମଧ୍ୟ ଭାଙ୍ଗିଯାଇଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ପିୟୁଷଙ୍କୁ ହାଇକୋର୍ଟ କୋର୍ଟ ଝଟକା, ମଞ୍ଚ ଚଢ଼ିବା ବାରଣ

କଟକ,୭ା୧: ଚର୍ଚ୍ଚିତ ଖଳନାୟକ ତଥା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ଏକ ଯାତ୍ରା ପାର୍ଟି ସହିତ ଚୁକ୍ତି ଖିଲାପ ଅଭିଯୋଗ...

ଭୋଜିରେ ଯୋଗଦେବାକୁ ଯିବା ହେଲା କାଳ, ବିଦ୍ୟୁତ ଆଘାତରେ ହୋମଗାର୍ଡଙ୍କ ମୃତ୍ୟୁ

ଛତ୍ରପୁର,୭ା୧(ଦିଲ୍ଲୀପ ସାମଲ): ବିଦ୍ୟୁତ ଆଘାତରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତ ହୋମଗାର୍ଡ ଜଣକ ହେଲେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଟଣା...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଚାଲିଗଲା ୨ଜଣଙ୍କ ଜୀବନ

ପାତ୍ରପୁର,୭ା୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅଧିନସ୍ଥ ତମ୍ୱାପୂର ମନ୍ଦରଡ଼ା ରାସ୍ତା ଲୁହୁରୁଣି ବଟଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି...

୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତି, କୋରାପୁଟ କଫି…

କୋରାପୁଟ, ୭ା୧(ଅମିତାଭ ବେହେରା ): କୋରାପୁଟସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ବୁଧବାର ଅପରାହ୍ନରେ ଏକ ପ୍ରସ୍ତୁତି...

ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ନିଜ ଗାଡ଼ିରେ ନେଇ ହସ୍ପିଟାଲ ଗଲେ ଉପଜିଲାପାଳ

ଆନନ୍ଦପୁର ୦୭/୦୧(ସୁଶାନ୍ତ କୁମାର ସାହୁ): ମାନବିକତା ଦେଖାଇଲେ ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା । ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ପଡିଥିବା ଜଣେ ମହିଳାଙ୍କୁ...

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟରେ…

ଖୋର୍ଦ୍ଧା,୭ା୧(ପ୍ରଭାତ ପାଣିଗ୍ରାହୀ): ବାଣପୁର ପଲଟଣ ପଡ଼ିଆଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରିବା ସହ...

କାଲିଠୁ ସ୍ବାଭାବିକ ହେବ ଧାନ ମଣ୍ଡିରୁ ଧାନ ଉଠାଣ, ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ

ଭୁବନେଶ୍ବର, ୭ା୧: ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ । ତେବେ କାଲିଠାରୁ ସ୍ବାଭାବିକ ହେବ ଧାନ ମଣ୍ଡିରୁ ଧାନ ଉଠାଣ ।...

ଦେଶର ପ୍ରମୁଖ ଫୁଟବଲ୍ କ୍ଲବ୍ ନାଁ ଜାଣିନାହାନ୍ତି ଭାରତର କ୍ରୀଡ଼ା ମନ୍ତ୍ରୀ, ଉପହାସ କଲେ ପ୍ରଶଂସକ

ନୂଆଦିଲ୍ଲୀ,୭ା୧: ଦେଶର ପ୍ରମୁଖ ପ୍ରମୁଖ ଫୁଟବଲ୍ କ୍ଲବ୍ ନାଁ ଜାଣିନାହାନ୍ତି ଭାରତର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବିୟ। ଏକ ପ୍ରେସ୍ କନଫରେନ୍ସରେ ପ୍ରତିଷ୍ଠିତ ଫୁଟବଲ୍ କ୍ଲବ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri