ରୁଷିଆ ଉପରେ ଆକ୍ରମଣ, ଆଫ୍ରିକା ଆକ୍ରମଣ ସହିତ ସମାନ: ଉଗାଣ୍ଡା କମାଣ୍ଡର ପୁଟିନଙ୍କୁ କଲେ ସମର୍ଥନ…

କାମ୍ପଲା, ୨୬।୯ : ଆଫ୍ରିକାର ଉଗାଣ୍ଡା  ରୁଷିଆକୁ ଖୋଲାଖୋଲି ସମର୍ଥନ କରିଛି । ଏହା ସହିତ ସମଗ୍ର ବିଶ୍ୱକୁ ଧମକ ମଧ୍ୟ ଦେଇଛି। ଉଗାଣ୍ଡାର ସାମରିକ କମାଣ୍ଡର କହିଛନ୍ତି ଯେ ତାଙ୍କ ଦେଶର ସୈନ୍ୟବାହିନୀରୁଷିଆ ଉପରେ ଆକ୍ରମଣକୁ ଆଫ୍ରିକା ଆକ୍ରମଣ ସହିତ ସମାନ ବୋଲି ବିଚାର କରିବେ। କମାଣ୍ଡର ମୁହୁଜୀ କେନେରୁଗାବା କହିଛନ୍ତି ଯେ ରୁଷିଆ କୌଣସି ଭୁଲ କରି ନାହିଁ। ତେଣୁ କୌଣସି ଦେଶକୁ ଭୟ କରିବାର ଆବଶ୍ୟକତା ନାହିଁ। ୟୁକ୍ରେନ ଆକ୍ରମଣକୁ ନେଇ ଆମେରିକା ସମେତ ଅଧିକାଂଶ ପାଶ୍ଚାତ୍ୟ ଦେଶ ରୁଷିଆ ବିରୋଧରେ କଟକଣା ଜାରି କରିଛନ୍ତି। କେବଳ ଏତିକି ନୁହେଁ, ରୁଷିା ବିରୋଧରେ ଯୁଦ୍ଧ ପାଇଁ ଏହି ଦେଶଗୁଡ଼ିକ କ୍ରମାଗତ ଭାବରେ ୟୁକ୍ରେନକୁ ଅସ୍ତ୍ର ଯୋଗାଉଛନ୍ତି।

ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଆଣବିକ ଯୁଦ୍ଧ ଲାଗି ଧମକ ଦେବା ଆବଶ୍ୟକ ନାହିଁ। ଆମେ ତାଙ୍କ କଥା ଶୁଣୁଛୁ ବୋଲି ଏକ ଟୁଇଟରେ ସେ ଲେଖିଛନ୍ତି। ଆମେ ରୁଷିଆକୁ ବିରୋଧ କରି ପାରିବୁ ନାହିଁ। କାରଣ ଏଥିରେ ପୁଟିନଙ୍କର କୌଣସି ଭୁଲ ନାହିଁ ।

ରୁଷିଆ ଏବଂ ପାଶ୍ଚାତ୍ୟ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ମଧ୍ୟରେ ଉଗାଣ୍ଡା ସେନା ମୁଖ୍ୟଙ୍କ ବିବୃତ୍ତି ଆସିଛି।

ଏଭଳି ପରିସ୍ଥିତିରେ ତାଙ୍କ ବିବୃତ୍ତିକୁ ସିଧାସଳଖ ଉଗାଣ୍ଡାର ଅଫିସିଆଲ ଷ୍ଟାଣ୍ଡ ଭାବରେ ବିବେଚନା କରାଯାଉଛି। ଉଗାଣ୍ଡାର ପୂର୍ବତନ ଶାସକମାନେ ମଧ୍ୟ ପାଶ୍ଚାତ୍ୟ ଅପେକ୍ଷା ରୁଷିଆର ନିକଟତର ହୋଇଥିଲେ। ଉଗାଣ୍ଡା ମଧ୍ୟ ରୁଷଠାରୁ ନିଜର ସାମରିକ ଅସ୍ତ୍ର କ୍ରୟ କରେ।

କେନେରୁଗାବା ୧୯୯୯ ରେ ଉଗାଣ୍ଡା ସେନାରେ ଯୋଗ ଦେଇଥିଲେ। ସେ ୨୯୨୧ ମସିହାରେ ଉଗାଣ୍ଡା ପିପୁଲ୍ସ ଡିଫେନ୍ସ ଫୋର୍ସର ଗ୍ରାଉଣ୍ଡ ଫୋର୍ସର କମାଣ୍ଡର ଭାବରେ ନିଯୁକ୍ତ ହୋଇଥିଲେ। ସେ ରାଷ୍ଟ୍ରପତି ମୁସେଭେନିଙ୍କ ପୁଅ।

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri