ବବି ଦାସଙ୍କ ଭାଇଙ୍କୁ ବାନ୍ଧିଲା ପୋଲିସ

ଯାଜପୁର,୨୩।୧୧: ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ। ତାଙ୍କୁ ଗିରଫ କରାଯାଇ ଏସ୍‌ଡିଜିଏମ୍‌ଙ୍କ ବାସଭବନକୁ ଅଣାଯାଇଛି। ତାଙ୍କୁ ଗିରଫ କରାଯାଇ ଏସ୍‌ଡିଜିଏମ୍‌ଙ୍କ ବାସଭବନକୁ ଅଣାଯାଇଛି। ଗତ ବିଳମ୍ବିତ ରାତିରେ ଯାଜପୁର ଟାଉନ ପୋଲିସ ଭବଙ୍କୁ ଅଟକ ରଖିଥିଲା।

ସୂଚନାଯୋଗ୍ୟ, ବହୁ ବର୍ଷ ପୂର୍ବରୁ ବିରଜା ମନ୍ଦିର ନିକଟରେ ଚାଲି ଆସୁଥିବା ବିରଜା ହାଟକୁ ପୂର୍ବ ସରକାର ଅମଳରେ ବିରଜା ପ୍ରକଳ୍ପ ପାଇଁ ଏହାକୁ ସନ୍ଥ ମାଧବ ନିକଟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠି ଭଲ ବ୍ୟବସାୟ ହେଉ ନ ଥିବା ନେଇ ବାରମ୍ବାର ବ୍ୟବସାୟୀଙ୍କ ଅଭିଯୋଗରୁ ପୁଣି ହାଟକୁ ପୂର୍ବସ୍ଥାନକୁ ଫେରାଇ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା । ଯାହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

ଗୋଟିଏ ଗୋଷ୍ଠୀ ପୂର୍ବ ସ୍ଥାନକୁ ହାଟ ଫେରିବା ଚାହୁଁଥିବା ବେଳେ ଅପର ଗୋଷ୍ଠୀ ବିରଜା ପ୍ରକଳ୍ପକୁ ଭଣ୍ଡୁର କରାଯିବାର ଉଦ୍ଦେଶ୍ୟ କହି ଏହାର ବିରୋଧ କରୁଥିଲେ। ହାଟ ସ୍ଥାନାନ୍ତର ପାଇଁ ପ୍ରଶାସନର ନିଷ୍ପତ୍ତି ବିରୋଧରେ ରାସ୍ତାରୋକୋବେଳେ ବିଧାୟକଙ୍କ ଗାଡ଼ି ସେଇ ରାସ୍ତା ଦେଇ ଅତିକ୍ରମ କରୁଥିବାବେଳେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ମାମଲାରେ ପୋଲିସ ୧୦ ଜଣଙ୍କୁ ଗିରଫ କରି ଜେଲ ହାଜତକୁ ପଠାଯାଇଛି ।

ବିଧାୟକ ହିମାଂଶୁ ତାଙ୍କ ଉପରେ ଆକ୍ରମଣ ଘଟଣାରେ ସିଧାସଳଖ ବବି ଦାସଙ୍କୁ ଦାୟୀ କରିଛନ୍ତି। ଏଥିସହ ଆଇନ ତା ବାଟରେ ଯିବ, ଆକ୍ରମଣରେ ସଂପୃକ୍ତ ସମସ୍ତେ ଗିରଫ ହେବେ ବୋଲି ହିମାଂଶୁ ଚେତାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ...

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

ଭୁବନେଶ୍ୱର,୭ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ...

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri