କଲେଜରେ ଅଧ୍ୟକ୍ଷଙ୍କୁ ଅଧ୍ୟାପକଙ୍କ ଆକ୍ରମଣ

ଖୋର୍ଦ୍ଧା,୪ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବ୍ଲକ ଅଞ୍ଚଳରେ ଥିବା ହଳଦିଆ ମହାବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବୀକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଇତିହାସ ଅଧ୍ୟାପକ ଓ ପରିଚାଳନା କମିଟି ସଭାପତି ସ୍ଥାନୀୟ ୪ଜଣ ଯୁବକଙ୍କ ସହ କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଥିବା ନେଇ ବୁଧବାର ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ ହୋଇଛି। ଅନ୍ୟପଟେ ସମ୍ପୃକ୍ତ ଅଧ୍ୟାପକ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି। ଅଧ୍ୟାପକଙ୍କ ଅଭିଯୋଗ କ୍ରମେ ଥାନାରେ କେସ୍‌ ନଂ. ୧୫୧/୨୪ ଏବଂ ଅଧ୍ୟକ୍ଷଙ୍କ ଅଭିଯୋଗ ଭିତ୍ତିରେ କେସ୍‌ ନଂ. ୧୫୨/୨୪ ରୁଜୁ କରାଯାଇଛି। ପୋଲିସ ସିିସିଟିଭି ଫୁଟେଜ ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଛି।
ଅଧ୍ୟକ୍ଷ ଉମାକାନ୍ତ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ବୁଧବାର ସକାଳ ସାଢେ ୮ଟାରେ ଇତିହାସ ବିଭାଗ ଅଧ୍ୟାପକ ବିଜୟ କୁମାର ଭଞ୍ଜ, ପରିଚାଳନା କମିଟି ସଭାପତି ରଞ୍ଜନ କୁମାର ଭଞ୍ଜ ଏବଂ ଗ୍ରାମର ରବିନାରାୟଣ ଭଞ୍ଜ ସାମନ୍ତ ଓରଫ ରବି, ପ୍ରଦୀପ୍ତ କୁମାର ଭଞ୍ଜ ଓରଫ ନିର, ଭବାନୀ ପଟ୍ଟନାୟକ ଓରଫ ଶିବୁନୁ ଏବଂ ଶ୍ରୀକାନ୍ତ କୁମାର ଭଞ୍ଜ ଓରଫ ଗୁଲୁ ହଠାତ୍‌ ଅଧ୍ୟକ୍ଷଙ୍କ ଚାମ୍ବରକୁ ପଶି ଆସି ତାଙ୍କୁ ଅଧ୍ୟକ୍ଷ ପଦବୀ ଛାଡ଼ିବା ସହ କ୍ୟାମ୍ପସରୁ ଚାଲିଯିବାକୁ ଧମକାଇଥିଲେ। ଆଇନ ଅନୁଯାୟୀ ଏ ସମ୍ପର୍କରେ ଆଲୋଚନା ପାଇଁ ପରିଚାଳନା କମିଟି ସଭାପତିଙ୍କୁ ଉମାକାନ୍ତ ଅନୁରୋଧ କରିଥିବା ବେଳେ ସଭାପତି ଏବଂ ଅଧ୍ୟାପକ ବିଜୟ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ତାଙ୍କ ତଣ୍ଟି ଚିପି ଗଳା ଧକ୍କା ମାରି ଚାମ୍ବରରୁ ବାହାର କରିଦେଇଥିଲେ। ଏହି ସମୟରେ ସେଠାରେ କଲେଜ ପିଅନ ଏବଂ ରାତ୍ରି ଜଗୁଆଳି ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବା ଉମାକାନ୍ତ ଅଭିଯୋଗରେ ଦର୍ଶାଇଛନ୍ତି।
ଅଧ୍ୟାପକ ବିଜୟ ଏବଂ ପରିଚାଳନା କମିଟି ସଭାପତି ରଞ୍ଜନ ଆଣିଥିବା ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ନଂ.୧୫୭୨୫/୦୨.୦୭.୨୪ ଅନୁଯାୟୀ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ହସ୍ତାନ୍ତର ପାଇଁ ସକାଳ ୮ଟା ୧୫ରେ ଅଧ୍ୟକ୍ଷଙ୍କ ଚାମ୍ବରକୁ ଯାଇଥିଲୁ। ହାଇକୋର୍ଟଙ୍କ ଆଦେଶ ପ୍ରକାରେ କାର୍ଯ୍ୟାଳୟ ଖାଲି କରିବାକୁ କହିବାବେଳେ ଉମାକାନ୍ତ କୋର୍ଟ କପି ହାତରୁ ଛଡ଼ାଇନେଇ ଚିରି ଦେଇଥିଲେ। ଏଥିସହ ଉଭୟଙ୍କୁ ଗାଳିଗୁଲଜ କରିଥିଲେ। ସେଠାରେ ଉପସ୍ଥିତ ଥିବା ବିଭୂଭୂଷଣ ସାହୁଙ୍କ ପୁଅ ବିକାଶ ମଧ୍ୟ ଗାଳିଗୁଲଜ କରିଥିଲେ। ସେମାନଙ୍କୁ ବନ୍ଧୁକରେ ଉଠାଇଦେବାକୁ ଉଭୟ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।
ଜୁନ ୩୦ ତାରିଖରେ ଉମାକାନ୍ତଙ୍କ କଲେଜ ଅଧ୍ୟକ୍ଷ ପଦବୀ ବେଆଇନ ବୋଲି ଦର୍ଶାଇ ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିବା ବିଜୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉମାକାନ୍ତ ପରିଚାଳନା କମିଟି ସଭାପତିଙ୍କ ବିନା ଅନୁମତିରେ ଗତ ୩୦ ତାରିଖରେ କେତେଜଣ କର୍ମଚାରୀ, ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଫିସ ଗୃହ ତାଲା ଭାଙ୍ଗି ନିୟମିତ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ।
ଯେ, ରାଜ୍ୟ ସରକାରଙ୍କ ଚିଠି ନଂ. ୪୫୭୩/୨.୬.୨୪ ନିର୍ଦ୍ଦେଶ ଅନୁଯାୟୀ ଓ ସଭାପତିଙ୍କ ଚିଠି ନଂ. ୧୮/୧୯.୬.୨୪ କ୍ରମେ ମହାବିଦ୍ୟାଳୟ ଅଧ୍ୟକ୍ଷ ପଦରୁ ଉମାକାନ୍ତଙ୍କୁ ଅବ୍ୟାହତି ଦିଆଯାଇଥିଲା। ତେବେ ତା’ ପରଦିନ ସଭାପତିଙ୍କ ଚିଠି ନଂ. ୨୪/୨୦.୬.୨୪ରେ ବିଜୟଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ଜୁଲାଇ ୧ରୁ ଯୁକ୍ତ୩ ପରୀକ୍ଷା ଥିବାରୁ ପରୀକ୍ଷାରେ ବ୍ୟାହତ ସୃଷ୍ଟି ହେବା ଆଶଙ୍କାରେ ପୋଲିସକୁ ଲିଖିତ ଭାବେ ଅଭିଯୋଗ କରିଥିବା ବିଜୟ କହିଛନ୍ତି। ତେବେ ଏ ସମ୍ପର୍କରେ ଉମାକାନ୍ତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ ଥାନା ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି, ଉଭୟଙ୍କ ଅଭିଯୋଗ କ୍ରମେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି। ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରାଯିବା ସହ ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri