ସିମନବାଡ଼ିରେ ଏଟିଏମ୍‌ ଅଚଳ: ନିରାଶ ହୋଇ ଫେରୁଛନ୍ତି ଉପଭୋକ୍ତା

ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ଏଟିଏମ୍‌ ଗତ ୩ ଦିନ ଧରି ଅଚଳ ହୋଇପଡ଼ିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ସିମନବାଡ଼ି ପଞ୍ଚାୟତବାସୀଙ୍କ ସମେତ ବାଡ଼ାବାଙ୍ଗା, କିରିକୁଟି, ତିଲୋରୀ, ବୁଡ଼ାଗୁଡ଼ା, ଗୁମିକିଆ ଆଦି ପଞ୍ଚାୟତ ଅଞ୍ଚଳର ହଜାର ହଜାର ଉପଭୋକ୍ତା ହଇରାଣ ଭୋଗୁଛନ୍ତି।

ସେହିପରି ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକ, ୫୯ ନଂ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀମାନେ ଉକ୍ତ ଏଟିଏମ୍‌କୁ ଟଙ୍କା ଉଠାଣ କରିବାକୁ ଯାଇ ନିରାଶ ହୋଇ ଫେରୁଛନ୍ତି। ସିମନବାଡ଼ି ପଞ୍ଚାୟତରେ କୌଣସି ବିକଳ୍ପ ନ ଥିବା ବେଳେ ଏକମାତ୍ର ଏଟିଏମ୍‌ ଉପରେ ନିର୍ଭର କରୁଥିବା ଉପଭୋକ୍ତା ଏବେ ଏଭଳି ସେବା ନ ପାଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏନେଇ ସିମନବାଡ଼ି ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀ ଦୀପକ କୁମାର ସାହୁ ଉକ୍ତ ଏଟିଏମ୍‌ର ଆଂଶିକ ଦାୟିତ୍ୱରେ କାର୍ଯ୍ୟ କରୁଥିବା ବେଳେ ଟଙ୍କା ସହ ଯୋଗାଯୋଗ କରିବାରୁ ସେ ଏନେଇ ଗତ ୩ ଦିନ ହେଲା ଟେକ୍ନିସିଆନଙ୍କୁ ସୂଚନା ଦେଲେ ମଧ୍ୟ କେହି ମରାମତି କରିବାକୁ ଆସୁ ନ ଥିବା ସେ କହିଛନ୍ତି। ସେପଟେ ଲୋକଙ୍କ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରାଯାଉ: ଜିଲାପାଳଙ୍କୁ ଦାବିପତ୍ର

ଛତ୍ରପୁର,୧୭।୩(ଦିଲ୍ଲୀପ ସାମଲ): ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡର କ୍ଷୁଦ୍ର ବ୍ୟବସାୟୀ ମାଙ୍ଗଳିକ ସଂଘ ଥଇଥାନ ନିମନ୍ତେ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଥାଉକି, ଦୀର୍ଘ…

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri