ମାଣବସା ଗୁରୁବାର ପାଇଁ ଶିଳ୍ପୀ କୋଣାର୍କରୁ ଗାଁକୁ ଯାଉଥିଲେ

 

କୋଣାର୍କରେ ମନ୍ଦିର ନିର୍ମାଣ ସମୟରେ ସମସ୍ତ ବିଧିବିଧାନ ପାଳିତ ହେଉଥିଲା। ସମସ୍ତଙ୍କର ମିଳିତ ସହଯୋଗରେ, ସହମତିରେ ହୋଇଥିବାର ବର୍ଣ୍ଣନା ମିଳୁଛି। ତେଣୁ ଗଜପତି ଲାଙ୍ଗୁଳା ନରସିଂହଦେବଙ୍କ ଦ୍ୱାରା ଶିଳ୍ପୀମାନେ ଅତ୍ୟାଚାରିତ ହେଉଥିଲେ ବୋଲି ଯେଉଁ ବର୍ଣ୍ଣନା କେତେଜଣ ଦେଇଛନ୍ତି, ତା’ର ଆଧାର କିଛି ନାହିଁ। ମନଗଢ଼ା କାହାଣୀ।
କୋଣାର୍କଠାରେ ପ୍ରତିବର୍ଷ ‘ସୁନିଆ’ ପାଳିତ ହେଉଥିଲା। ଏହା ଆମର ରାଜାନୁଗତ ଜାତୀୟ ଉତ୍ସବ ଥିଲା। ଯେଉଁବର୍ଷ ଗଜପତି ସୁନିଆଁ ସମୟରେ କୋଣାର୍କ ଆସିପାରୁ ନ ଥିଲେ, ସେ ବର୍ଷ ସୂତ୍ରଧର ଅର୍ଥାତ୍‌ ସଦାଶିବ ସାମନ୍ତରାୟ ମହାପାତ୍ର ଓରଫ ଶିବେଇ ସାନ୍ତରାଙ୍କୁ ତାଙ୍କ ଶିବିରରେ ସମସ୍ତେ ଭେଟନ୍ତି। ଗଜପତିଙ୍କ ନୂଆ ବର୍ଷ ଆରମ୍ଭର ଶୁଭେଚ୍ଛା ଜଣାନ୍ତି। ଏହା କେବଳ ଗଜପତିଙ୍କର ନୂଆବର୍ଷ ନ ଥିଲା। ସମଗ୍ର ସାମ୍ରାଜ୍ୟର ନୂଆବର୍ଷ ଥିଲା। କାରଣ ଆମର ନୂଆ ‘ଅଙ୍କ’ ଠିକ୍‌ ଶକାବ୍ଦ, ଯୁଗାବ୍ଦ ପରି ସେହିଦିନଠାରୁ ପ୍ରଚଳିତ ହେଉଥିଲା।
ଆମେ ଜାଣିଛେ ଷଷ୍ଠ ଶତାବ୍ଦୀରୁ କଳିଙ୍ଗ ସାମ୍ରାଜ୍ୟରେ ‘ଗୁପ୍ତାବ୍ଦ’ ବ୍ୟବହାର ହେଉଥିଲା। ଯାହା ତମ୍ବା ପଟାଗୁଡ଼ିକରେ ଦେଖାଯାଏ। ଖ୍ରୀ.ପୂ. ୩୨୦ରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ (୧)ଙ୍କ ଦ୍ୱାରା ଏହା ପ୍ରଚଳିତ ହୋଇଥିଲା। ଏହାପରେ ଅଧିକ ବ୍ୟବହୃତ ହୋଇଥିବାର ଦେଖାଯାଏ ‘ଗାଙ୍ଗେୟ ବତ୍ସର’। ଏହା ‘ଗଙ୍ଗାବ୍ଦ’ ନାମରେ ପୋଥିରେ ଦରଜ ହୋଇଅଛି। ୬୨୬ ମସିହା ହେଉଛି ଏହାର ଆରମ୍ଭ କାଳ।
ରାଜା ଯଯାତିକେଶରୀ ‘ସୁନିଆଁ’ ଅବସରରେ ଓଡ଼ିଶାରେ ‘ସନ’ର ପ୍ରଚଳନ କରିଥିଲେ। ପୋଥିରେ ଏହା ‘ସ୍ନ’ ବୋଲି ଲେଖାଯାଇଛି। ୫୯୩ ମସିହାରେ ଏହା ପ୍ରଚଳିତ ହୋଇଥିଲା। ଏହିପରି ଭୌମାବ୍ଦ, ସମ୍ବତ୍ସର ଉତ୍କଳାବ୍ଦ ମଧ୍ୟ ପ୍ରଚଳିତ ଥିଲା। ଆମେ ବୁଝିବା ପାଇଁ ‘ଅଙ୍କ’ ଶବ୍ଦରେ କାଳ ଗଣନା ପ୍ରସଙ୍ଗ ଉଲ୍ଲେଖ କରୁଥିଲେ ମଧ୍ୟ ଗଜପତି ଲାଙ୍ଗୁଳା ନରସିଂହଦେବଙ୍କ ସମୟରେ ସୁନିଆଁଠାରୁ ଗାଙ୍ଗେୟ ବତ୍ସର ବା ଗଙ୍ଗାବ୍ଦ ହିଁ ପ୍ରଚଳିତ ହେଉଥିଲା। ସେହିଦିନ ଗଜପତିଙ୍କୁ ଯେଉଁ ଭେଟି ଦେବା କଥା, ତାହା ସୂତ୍ରଧରଙ୍କୁ ତାଙ୍କ ଶିବିରରେ ସମସ୍ତେ ଦିଅନ୍ତି। ସେ ମଧ୍ୟ ସମସ୍ତ ଭେଟି କୋଣାର୍କ କୋଷାଗାରରେ ଦାଖଲ କରୁଥିଲେ।
ସେହିପରି ଓଡ଼ିଶାର ଆଉ ଗୋଟିଏ ଜାତୀୟ ପର୍ବ ହେଲା ‘ଦଶହରା’। ଏହିଦିନ ବିଶ୍ୱକର୍ମାମାନଙ୍କର ହତିଆର ପୂଜା ହୁଏ। ଚାଷୀଙ୍କର ଚାଷ ସରଞ୍ଜାମ ଏବଂ କ୍ଷତ୍ରୀୟମାନଙ୍କର ଅସ୍ତ୍ରପୂଜା ହୁଏ। ମନ୍ଦିର ନିର୍ମାଣ ଆରମ୍ଭଠାରୁ ପ୍ରତିବର୍ଷ ଦଶହରା ପର୍ବ ଧୂମଧାମରେ ପାଳିତ ହେଉଥିଲା। ସେଥିପାଇଁ ପିଠା ପ୍ରସ୍ତୁତ ହେଉଥିଲା। ଭଣ୍ଡାରରୁ ସୂତ୍ରଧର ପିଠା ପ୍ରସ୍ତୁତି ପାଇଁ ଦ୍ରବ୍ୟ ଦେବାକୁ ଆଦେଶ ଦେଉଥିଲେ। ଗୋଟିଏ ଗୋଟିଏ ଶିବିରକୁ ମିଶିରି ଦୁଇମାଣିକା, ଘିଇ ଚାରିଘଡ଼ି, ବିରି ୧୪ ନଉତି, ମାଟିପାତ୍ର ୧୪ଟି ଯୋଗାଇ ଦିଆଯାଇଥିଲା। ନୂଆ ଧୋତି ବି ଦିଆଯାଉଥିଲା।
ଦଶହରା ପରେ ପରେ ମୁଖ୍ୟ ମନ୍ଦିର ଚାରିପଟେ ଗଡ଼ାଣିଆ ମଞ୍ଚ ତିଆରି ହୋଇଥିଲା ସୂଚୀକାମ ପାଇଁ। ଗୋଲରାଗଡ଼ର ଦାମ ସମର୍ଥା ଏଥିପାଇଁ ସମସ୍ତ ଦଉଡ଼ି ଯୋଗାଇଥିଲେ। ମଞ୍ଚ ତିଆରି ପରେ ନିଧି ମହାରଣା ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ। ପୋଥି ବର୍ଣ୍ଣନାରୁ ଜଣାଯାଉଛି ଯାହାର ବି ଦେହ-ପା ଖରାପ ହେଉ, ସେମାନଙ୍କ ଚିକିତ୍ସା ଖର୍ଚ୍ଚ ଏବଂ ଯିବା-ଆସିବା ବ୍ୟବସ୍ଥା ରାଜକୋଷରୁ ହିଁ କରାଯାଉଥିଲା। ନିଧି ମହାରଣାଙ୍କ ଗଁା ଥିଲା ଛଇତନାର ଇକୋଡ଼ା। ଶଗଡ଼ରେ ତାଙ୍କୁ ଗଁାକୁ ପଠାଯାଇଥିଲା ଚିକିତ୍ସା ସହିତ ବିଶ୍ରାମ ନେବା ପାଇଁ।
ଏସବୁ ଆମେ ଆଲୋଚନା କରିବାର ଅର୍ଥ ମନ୍ଦିର ନିର୍ମାଣବେଳେ ଯାନି-ଯାତ୍ରା, ପୁଣ୍ୟ-ପର୍ବ ପ୍ରଭୃତି ପାଳନରେ ବାରଣ ନ ଥିଲା। ଶିଳ୍ପୀ ଅସୁସ୍ଥ ହେଲେ ଆନୁଷଙ୍ଗିକ ପଦକ୍ଷେପ ନେବାରେ ବିଳମ୍ବ ନ ଥିଲା। ଗତପତିଙ୍କ ଉଦାର ଭାବନା ଏବଂ ନିଯୁକ୍ତ ରାଜକର୍ମଚାରୀଙ୍କ ସହଯୋଗ ମାନସିକତା ନ ଥିଲେ ବର୍ଷ ବର୍ଷ ଧରି ମନ୍ଦିର ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିପାରି ନ ଥାନ୍ତା। ନ ହେଲେ ‘ଅଳୁଗୁମ୍‌’ (ସତ୍ୟବାଦୀ)ର ବିଶି ନାୟକଙ୍କଠାରୁ ତିନିଶହ ତାଳପତ୍ର ଚଟେଇ କିଣାଯାଇ ନ ଥାନ୍ତା। ଶିବିରରେ ଶିଳ୍ପୀମାନେ ଚଟେଇରେ ବସି ଭୋଜନ କରୁଥିଲେ। ପ୍ରତ୍ୟେକ ଦିଗକୁ ସଜାଗ ଦୃଷ୍ଟି ଦିଆଯାଇଥିଲା। ଓଡ଼ିଶାରେ ‘ମାଣବସା’ ଓ ‘ମାଣଉଜୁଆଁ’ ଏକ ଗଣପର୍ବ। ମାଣବସାବେଳେ ଯେଉଁ ଶିଳ୍ପୀ ଗାଁକୁ ଯାଆନ୍ତି, ଉଜୁଆଁ ପୂର୍ବରୁ ଫେରିଆସି କାମରେ ଯୋଗ ଦିଅନ୍ତି। ନିର୍ମାଣର ଏକାଦଶ ବର୍ଷରେ ମାର୍ଗଶୀର ମାସ ଶେଷ ଗୁରୁବାର ‘ଉଜୁଆଁ’ ପାଇଁ ୧୦୩ଜଣ ଶିଳ୍ପୀ ଯେଝା ଗାଁକୁ ଯାଇଥିଲେ। ଏହାକୁ କ’ଣ ଆମେ ଶିଳ୍ପୀଙ୍କୁ ଅତ୍ୟାଚାର କରାଯାଉଥିଲା ବୋଲି ଲେଖିପାରିବା! ଏଥିରେ କେବଳ ଶିଳ୍ପୀ ସାମିଲ ନ ଥିଲେ। ପଥୁରିଆ, ପାଇଟିଆଳ, ଅନୁରଥ ପଥୁରିଆ, ପଥର କଟାଳି, ପଥର ସୁଆଁସିଆ, ପଥୁରିଆଣି ସମସ୍ତେ ସାମିଲ ଥିଲେ। ଶିଳ୍ପୀ ଯେଉଁ ଯେଉଁ ସୁବିଧା ପାଉଥିଲେ, ଅନ୍ୟମାନେ ସେହିପରି ସୁବିଧା ସୁଯୋଗ ପାଉଥିଲେ। କାହାରି ମନ ଊଣା ନ ହେଉ, ହୀନମନ୍ୟତା ସୃଷ୍ଟି ନ ହେଉ। ଆତ୍ମସମ୍ମାନର ସହିତ ସମସ୍ତେ କାର୍ଯ୍ୟ କରି ନ ଥିଲେ ବିଶ୍ୱର ବିସ୍ମୟଟିଏ ଓଡ଼ିଆ ଜାତି ସୃଷ୍ଟି କରିପାରି ନ ଥାନ୍ତା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri