ନୂଆବର୍ଷ ଆରମ୍ଭରେ ଆମେରିକାରେ ଖେଳିଗଲା ଆତଙ୍କ

ନ୍ୟୁଅର୍ଲିନ୍ସ/ଲାସ୍‌ଭେଗାସ୍‌/ଓ୍ବାଶିଂଟନ୍‌,୩ା୧:୨୦୨୫ ଜାନୁଆରୀ ୧ ସମୟ ଭୋର ୩ଟା ୧୫। ନବବର୍ଷ ପାଳନରେ ଆମେରିକୀୟମାନେ ମସ୍‌ଗୁଲ ଥିବାବେଳେ ନ୍ୟୁଅର୍ଲିନ୍ସର ବରବୋନ୍‌ ରାସ୍ତା ଉପରେ ଦ୍ରୁତଗତିରେ ମାଡ଼ିଆସିଥିଲା ଏକ ଟ୍ରକ୍‌। ଚାହୁଁ ଚାହୁଁ ଭିଡ଼ ଉପରେ ଚଢ଼ିଯାଇଥିଲା ସେହି ମୃତ୍ୟୁର ଯାନ। ଫୋର୍ଡ ଏଫ୍‌-୧୫୦ ଇଲେକ୍ଟ୍ରିକ୍‌ ପିକ୍‌ଅପ୍‌ ଚକ ତଳେ ଚାଲିଗଲା ୧୬ ଜଣଙ୍କ ଜୀବନ। ଏହି ଆକ୍ରମଣରେ ଆହତ ହେଲେ ଅନ୍ୟ ୩୫ ଜଣ। ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌ (ଏଫ୍‌ବିଆଇ) ଏହାର ତନାଘନା କରି ଉକ୍ତ ଟ୍ରକ୍‌ରୁ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)ର ଏକ ପତାକା ପାଇଛି।
ଆମେରିକା ସେନାର ଭେଟେରାନ୍‌ ଶମ୍‌ସୁଦ୍ଦିନ୍‌ ଜବ୍ବର ଏହି କାଣ୍ଡ ଭିଆଇବା ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ। ସେଥିରେ ଜବ୍ବର କହିଥିଲେ, ସେ ଆଇଏସ୍‌ ଦ୍ୱାରା ଅନୁପ୍ରାଣିତ। ସେ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଚାହାନ୍ତି। ଅନ୍ୟପକ୍ଷେ ଏହି ଗଣହତ୍ୟା ପରେ ପୋଲିସ ଆକ୍ରମଣକାରୀ ଜବ୍ବରଙ୍କୁ ଗୁଳିକରି ହତ୍ୟା କରିଥିଲା। ତାଙ୍କ ଟ୍ରକ୍‌ରୁ ତଦନ୍ତକାରୀମାନେ ବନ୍ଧୁକ ଓ ବିସ୍ଫୋରକ ଉପକରଣ ସହ ଆଇଏସ୍‌ ପତାକା ପାଇବା ପରେ ଆତଙ୍କବାଦୀ ଲିଙ୍କ୍‌ ନେଇ ସ୍ପଷ୍ଟ କରିଛନ୍ତି। ଏନେଇ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ସୋସିଆଲ ମିଡିଆରେ ଟ୍ରକ୍‌ ଡ୍ରାଇଭର ପୋଷ୍ଟ କରିଥିବା ଭିଡିଓ ଏଫ୍‌ବିଆଇର ହସ୍ତଗତ ହୋଇଛି। ଏହି ଆକ୍ରମଣ ଏକ ‘ଜଘନ୍ୟ ଓ ବବରକାଣ୍ଡ’। ନ୍ୟୁଅର୍ଲିନ୍ସ ପୋଲିସ ଅଧୀକ୍ଷକ ଆନ୍ନେ କିର୍କପାଟ୍ରିକ୍‌ କହିଛନ୍ତି, କେବଳ ଏକ ଆତଙ୍କବାଦୀ ଆକ୍ରମଣ ନୁହେଁ, ଏହା ଏକ ପାପ। ଆମେରିକା ମାଟିରେ ଆତଙ୍କବାଦୀଙ୍କ ଦ୍ୱାରା ଯାନବାହନକୁ ଗଣହତ୍ୟା ପାଇଁ ବ୍ୟବହାର କରାଯିବାର ସଦ୍ୟ ଦୃଷ୍ଟାନ୍ତ ହେଉଛି ଏହି ଆକ୍ରମଣ। ଡ୍ରାଇଭର ଜଣକ ତମାମ ସୁରକ୍ଷା ବନ୍ଦୋବସ୍ତକୁ ଫାଙ୍କି ଯେଭଳି ଭାବେ ପଥଚାରୀଙ୍କ ଉପରେ ଟ୍ରକ୍‌ ମଡ଼ାଇଚାଲିଥିଲେ ତାହା ଅନେକ ପ୍ରଶ୍ନ ଛିଡ଼ା କରାଇଛି ବୋଲି ସେ କହିଛନ୍ତି।
୪୨ ବର୍ଷୀୟ ଶାମସୁଦ୍ଦିନ ଜଣେ ଆମେରିକା ନାଗରିକ। ସେ ଟେକ୍ସାସ୍‌ରେ ରହୁଥିଲେ। ଆମେରିକା ସେନାରେ ସେ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜଣେ ମାନବ ସମ୍ବଳ ବିଶେଷଜ୍ଞ ଏବଂ ଆଇଟି ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ଜବ୍ବର ୨୦୦୯ରୁ ୨୦୧୦ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ମୁତୟନ ଥିବା ପେଣ୍ଟାଗନ ସୂତ୍ରରୁ ପ୍ରକାଶ। ଆଇଏସ୍‌ କିମ୍ବା ଅନ୍ୟ କୌଣସି ଆତଙ୍କବାଦୀ ସଙ୍ଗଠନ ସହ ତାଙ୍କ ସମ୍ପୃକ୍ତିକୁ ନେଇ ଏଫ୍‌ବିଆଇ ତଦନ୍ତ ଚଳାଇଛି। ସେ ଏକୁଟିଆ ଏହି ଆକ୍ରମଣ ଘଟାଇଛନ୍ତି, ନା ଏଥିରେ ଆଉ କିଏ ସମ୍ପୃକ୍ତ ତାହା ମଧ୍ୟ ଜାଣିବା ପାଇଁ ତଦନ୍ତ ଚାଲିଥିବା ଏଫ୍‌ବିଆଇର ଜଣେ ଆସିଷ୍ଟାଣ୍ଟ ସ୍ପେଶାଲ ଏଜେଣ୍ଟ ସୂଚନା ଦେଇଛନ୍ତି।
ସେହିପରି ରାତି ୧୧ଟା ୨୦ରେ ନ୍ୟୁୟର୍କର କୁଇନ୍ସସ୍ଥିତ ଏକ ନାଇଟ୍‌ କ୍ଲବ୍‌ରେ ଗୁଳିକାଣ୍ଡ ଘଟିଛି। ଆମାଜୁରା ନାଇଟ୍‌କ୍ଲବ୍‌ ବାହାରେ ନବବର୍ଷ ପାଳନ ପାଇଁ ଗହଳି ଲାଗିରହିଥିବାବେଳେ ଆଖିବୁଜା ଗୁଳିମାଡ଼ରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଲଙ୍ଗ୍‌ ଆଇଲାଣ୍ଡ ଜଓ୍ବେିଶ୍‌ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଡିଜେ ଏବଂ ଲାଇଭ୍‌ ପର୍ଫମାନ୍ସ ପାଇଁ ଜଣାଶୁଣା ଆମାଜୁରା କ୍ଲବ୍‌ ଗତବର୍ଷ ପ୍ରାଣ ହରାଇଥିବା ଏହାର ଜଣେ ସଦସ୍ୟଙ୍କ ଉଦ୍ଦେଶ୍ୟରେ ବୁଧବାର ଏହି ପାର୍ଟିର ଆୟୋଜନ କରିଥିଲା। ଏଥିରେ ପ୍ରାୟ ୮୦ ଜଣ ସାମିଲ ହୋଇଥିଲେ।
ନ୍ୟୁଅର୍ଲିନ୍ସ ଗଣହତ୍ୟାର କିଛି ଘଣ୍ଟା ପରେ ଅର୍ଥାତ୍‌ ରାତି ୮ଟା ୪୦ରେ ଲାସ୍‌ଭେଗାସ୍‌ସ୍ଥିତ ଟ୍ରମ୍ପ୍‌ ଇଣ୍ଟରନ୍ୟାଶନାଲ ହୋଟେଲ ବାହାରେ ଛିଡ଼ା ହୋଇଥିବା ଏକ ଟେସ୍‌ଲା ସାଇବରଟ୍ରକ୍‌ରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଏଥିରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ଉକ୍ତ ଟ୍ରକ୍‌ରେ ବାଣ, ଗ୍ୟାସ୍‌ ଟ୍ୟାଙ୍କ ଓ କ୍ୟାମ୍ପିଂ ଫୁଏଲ୍‌ ଥିବାରୁ ଏହାକୁ ଜାଣିଶୁଣି ଟାର୍ଗେଟ କରାଯାଇଥିବା କୁହାଯାଉଛି। ୩୭ ବର୍ଷୀୟ ଡ୍ରାଇଭର ମାଥ୍ୟୁ ଲିଭେଲ୍ସବର୍ଗର କୋଲରାଡୋ ସ୍ପ୍ରିଙ୍ଗ୍ସର ବାସିନ୍ଦା ଥିଲେ। ସେ ଏହା ପୂର୍ବରୁ ଆମେରିକା ସେନାରେ କାର୍ଯ୍ୟରତ ଥିଲେ। ବିସ୍ଫୋରଣରେ ଘଟିଥିବା ଟେସ୍‌ଲା ଟ୍ରକ୍‌ ଓ ନ୍ୟୁଅର୍ଲିନ୍ସ ଆକ୍ରମଣରେ ବ୍ୟବହୃତ ଟ୍ରକ୍‌କୁ ସମାନ କାର୍‌ ଶେୟାରିଂ ଆପ୍‌ ଜରିଆରେ ରେଣ୍ଟରେ ନିଆଯାଇଥିଲା। ତେଣୁ ଏହି ଘଟଣା ସହ ନ୍ୟୁଅର୍ଲିନ୍ସ ଆକ୍ରମଣର ସମ୍ପର୍କ ଓ ଆତଙ୍କବାଦୀ ଲିଙ୍କ୍‌ ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଚଳାଇଛି। ଇତିମଧ୍ୟରେ ଏକ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଆସନ୍ତା ୨୦ରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ହୋଟେଲ ବାହାରେ ଥିବା ଉକ୍ତ ଟ୍ରକ୍‌ରୁ ମାତ୍ର ୧୫ ଫୁଟ୍‌ ଦୂରରେ ନିଜ ଲଗେଜ୍‌ ଧରି ଛିଡ଼ା ହୋଇଥିବାବେଳେ କିଛି ସେକେଣ୍ଡ ଭିତରେ ବିସ୍ଫୋରଣ ଘଟିଥିବା ଭିଡିଓ ଫୁଟେଜ୍‌ରେ ଦେଖିବାକୁ ମିଳିଛି। ଇତିମଧ୍ୟରେ ଟେସ୍‌ଲା ସିଇଓ ତଥା ବିଲିୟନେୟାର ଏଲନ୍‌ ମସ୍କ ନିଜ ସୋସିଆଲ ମିଡିଆ ସାଇଟ୍‌ ଏକ୍ସ’ରେ କହିଛନ୍ତି, ଟ୍ରମ୍ପ୍‌ ହୋଟେଲ ବାହାରେ ଘଟିଥିବା ବିସ୍ଫୋରଣ ଏକ ଆତଙ୍କବାଦୀ କାର୍ଯ୍ୟ। ଇଲେକ୍ଟ୍ରିକ୍‌ ଭେହିକିଲ୍‌ର ଡିଜାଇନ୍‌ ଯୋଗୁ ବ୍ଲାଷ୍ଟଜନିତ କ୍ଷତି ଅଧିକ ହୋଇନାହିଁ। ନିକଟସ୍ଥ ହୋଟେଲ ସମ୍ଭାବ୍ୟ ବିସ୍ଫୋରଣରୁ ବର୍ତ୍ତିଯାଇଛି। ଆତଙ୍କବାଦୀମାନେ ଏକ ଭୁଲ୍‌ ଯାନକୁ ଟାର୍ଗେଟ କରିଛନ୍ତି।
ନବବର୍ଷରେ ଲଗାତର ୩ଟି ଆକ୍ରମଣକୁ ନେଇ ଆମେରିକାବାସୀ ଆତଙ୍କିତ ହୋଇଯାଇଥିବାବେଳେ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ପୋଲିସ କଡ଼ା ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

ଲଜ୍ଜା: ମୂକ ଓ ବଧିର ଝିଅକୁ ବଳାତ୍କାର କରି ଗର୍ଭବତୀ କଲେ ଜନ୍ମକଲା ବାପା

ମୁମ୍ବାଇ,୫।୨: ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri