ଆସ୍ଥା ଭୋଟ୍‌ରେ ହାରିଲେ ପାଟଣା ବ୍ଲକ ଅଧ୍ୟକ୍ଷା, ନୂତନ ଅଧ୍ୟକ୍ଷା ହେଲେ…

ପାଟଣା,୧୪ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ବିରୋଧରେ ଗତ ଜାନୁଆରୀ ୪ରେ ଆଗତ ଅନାସ୍ଥା ପ୍ରସ୍ତାବ ନେଇ ବ୍ଲକ ସଭାଗୃହରେ ମତଦାନ ହୋଇଥିଲା। ମୋଟ୍‌ ୩୪ଜଣ ସଭ୍ୟାସଭ୍ୟ ମତଦାନ କରିଥିଲେ। ଶୁକ୍ରବାର କଡ଼ା ସୁରକ୍ଷା ଭିତରେ ପୂର୍ବାହ୍ନ ୧୧ଟା ୩୦ରେ ଭୋଟ୍‌ ଗଣତି ଅନୁଷ୍ଠିତ ହୋଇଛି। ୩୪ ଭୋଟ ମଧ୍ୟରୁ ଅନାସ୍ଥା ସପକ୍ଷରେ ୩୩ ଭୋଟ୍‌ ପଡ଼ିଥିବା ବେଳେ ବିପକ୍ଷରେ ଗୋଟିଏ ମାତ୍ର ଭୋଟ ପଡ଼ିଥିବା ରିଟର୍ନିଂ ଅଫିସର ସାହାରପଡ଼ା ବିଡିଓ ରଞ୍ଜିତ ମହାନ୍ତ କହିଛନ୍ତି। ବର୍ତ୍ତମାନ ସେ ଉପାଧ୍ୟକ୍ଷା କାମଚଳା ବ୍ଲକ ଅଧ୍ୟକ୍ଷା ରହିବେ। ସବ୍‌କଲେକ୍ଟରିଙ୍କ ନିଯୁକ୍ତି ପରେ ସ୍ଥାୟୀ ବ୍ଲକ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇବେ। ଆଜିର ଭୋଟ୍‌ ଗଣତି ପକ୍ରିୟାରେ ନିର୍ବାଚନ ଅଧିକାରୀ ଭାବେ ସାହାରପଡ଼ା ବିଡିଓ ମହାନ୍ତଙ୍କ ସହ ପାଟଣା ତହସିଲଦାର ଲୀଳାବତୀ ନାୟକ, ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ, ଘଟଗାଁ ଏବିଡିଓ ଚିତ୍ତରଞ୍ଜନ ନାୟକ, ଜିପିଡିଓ ରଶ୍ମୀରେଖା ମହାନ୍ତି, ପ୍ରମୁଖଙ୍କ ଉପସ୍ଥିତିରେ କଡ଼ାସୁରକ୍ଷା ବ୍ୟବସ୍ଥାରେ ଗଣତି ଅନୁଷ୍ଠିତ ହୋଇଥିଲା।

ଘଟଗାଁ ଏସ୍‌ଡିପିଓ ପ୍ରଭାତ କୁମାର ତ୍ରିପାଠୀ, ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ପ୍ରମୁଖ ୧ ସେକ୍ସନ ପୋଲିସ ଫୋର୍ସ ମୁତୟନ କରି ଆଇନ ଶୃଙ୍ଖଳା ରକ୍ଷା କରିଥିଲେ।

ସୂଚନା ଯେ, ହାଇକୋର୍ଟଙ୍କ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶରେ ଗଣତିକୁ ସ୍ଥଗିତ ରଖା ଯାଇଥିଲା। ହାଇକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ୍‌ ଆର୍‌ କେ ପଟ୍ଟନାୟକ ଗତ ଏହି ମାମଲାର ଶୁଣାଣି କରି ତାଙ୍କ ନିର୍ଦ୍ଦେଶ ଡବ୍ଲ୍ୟୁପି (ସି) (୩୪)୨୦୨୫ ସଂରକ୍ଷିତ ଥିବା ଅନାସ୍ଥା ପ୍ରସ୍ତାବ ଭୋଟ୍‌ ଗଣତି ପାଇଁ ପୁନର୍ବାର ନିର୍ଦ୍ଦେଶ ଦେଇଥିଲେ ପାଟଣା ବ୍ଲକ ରାଜନୀତିର ଦୀର୍ଘ ୧ ମାସ ୧୩ ଦିନର ସସ୍ପେନ୍ସ ପରେ ଆଜି ସବୁ ସସ୍ପେନ୍ସ ହଟିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri