ଭୁବନେଶ୍ୱର,୩୦ା୧: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ସହାୟକ ଶଙ୍କର୍ଷଣ ନାଗଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବଲାଙ୍ଗୀର ଜିଲାର। ବିଦ୍ୟୁତ ଆଘାତରେ ସହାୟକଙ୍କ ମୃତ୍ୟୁ ହୋଇଥିବା ସୂଚନାରୁ ଜଣାପଡ଼ିଛି। ତେବେ କ୍ୟାପିଟାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇବା ତଦନ୍ତ ଜାରି ରଖିଛି।
ସୂଚନା ଥାଉକି, ମନ୍ତ୍ରୀଙ୍କ ବାସଭବନରେ ସହାୟକ ଜଣକ ତାଙ୍କ ପରିବାର ସହ ରହୁଥିଲେ। କିଛିଦିନ ହେବ ସେ ମନ୍ତ୍ରୀଙ୍କ ଘରେ କାମ କରୁଥିଲେ।

