ଓ୍ବାଲ୍‌ମାର୍ଟ ପକ୍ଷରୁ କ୍ଷୁଦ୍ରଚାଷୀଙ୍କୁ ସହାୟତା

ନୂଆଦିଲ୍ଲୀ: ଭାରତ କୋଭିଡ୍‌ ମହାମାରୀ କାରଣରୁ ଅନେକ ସମସ୍ୟା ସାମ୍ନା କରୁଛି। ଏହି ମହାମାରୀ ସମୟରେ ଦେଶର କ୍ଷୁଦ୍ରଚାଷୀମାନଙ୍କର ବିକାଶ ଲାଗି ଓ୍ବାଲ୍‌ମାର୍ଟ ଫାଉଣ୍ଡେଶନ ପକ୍ଷରୁ ୨ଟି ନୂତନ ଅନୁଦାନ ଘୋଷଣା କରାଯାଇଛି। ଭାରତର ଚାଷୀମାନଙ୍କର ଜୀବିକାରେ ଉନ୍ନତ ଲାଗି ପ୍ରାୟ ୧୮୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତିର ଏକ ଅଂଶବିଶେଷ ଭାବେ ନୂଆ ପଦକ୍ଷେପ ହାତକୁ ନିଆଯିବ। ୪.୫ ନିୟୁତ ଡଲାର ମୂଲ୍ୟରେ ଏହି ନୂତନ ଫଣ୍ଡିଂ ବ୍ୟବସ୍ଥା ସହ ଅଣ ଲାଭକାରୀ ଟ୍ୟାନେଜର ଆଣ୍ଡ ପ୍ରଦାନ ଚାଷୀଙ୍କୁ ଉନ୍ନତ ଫଳାଫଳ ଓ ନ୍ୟାୟ ଯୁକ୍ତ ବଜାର ଲାଭରୁ ଅଧିକ ରୋଜଗାର ହାସଲ କରିବାରେ ସାହାଯ୍ୟ କରିବ ବୋଲି ଅନୁଷ୍ଠାନ ଆଶାବାଦୀ ରହିଛି। ଉକ୍ତ ଅନୁଦାନ କୃଷି ଉପତ୍ାଦକ ସଂଗଠନ (ଏଫ୍‌ପିଓ)ଗୁଡିକ ଜରିଆରେ ମହିଳା ଚାଷୀମାନଙ୍କ ପାଇଁ ସୁଯୋଗ ବଢାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବ। ଏହି ୨ଟି ନୂତନ ଅନୁଦାନ ସହିତ ଓ୍ବାଲ୍‌ମାର୍ଟ ଫାଉଣ୍ଡେଶନ ଭାରତରେ ୮ଟି ବେସରକାରୀ ସଂଗଠନ (ଏନ୍‌ଜିଓ) ମାଧ୍ୟମରେ ମୋଟ ୧୫ ନିୟୁତ ଡଲାର ନିବେଶ ଉପରେ ଧ୍ୟାନ ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ପ୍ରାୟ ୮୦ ହଜାର ମହିଳା ଚାଷୀଙ୍କ ସମେତ ୧,୪୦,୦୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ବିଭିନ୍ନ ସ୍ତରରେ ସମର୍ଥନ କରିଛି। ଏ ସମ୍ପର୍କରେ ପ୍ରେସିଡେଣ୍ଟ ଅଫ ଓ୍ବାଲ୍‌ମାର୍ଟ ଫାଉଣ୍ଡେଶନ ଆଣ୍ଡ ଏକଜିକ୍ୟୁଟିଭ ଭାଇସ ପ୍ରେସିଡେଣ୍ଟ ଆଣ୍ଡ ଚିଫ୍‌ ସଷ୍ଟେନେବିଲିଟି ଅଫିସର ଅଫ ଓ୍ବାଲମାର୍ଟ ଆଇଏନ୍‌ସି କ୍ୟାଥଲିନ ମ୍ୟାକଲାଫଲିନ କହିଛନ୍ତି ଯେ, ଏକ ଉନ୍ନତ ଭବିଷ୍ୟତ, ସ୍ଥାୟିତ୍ୱ ଓ ସ୍ଥିରତା ବୃଦ୍ଧି ଲାଗି ଚାଷୀମାନଙ୍କୁ ବିଭିନ୍ନ ସମର୍ଥନ କରିବା ଉପରେ ଅଧିକ ଧ୍ୟାନ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri