ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଯୁବତୀଙ୍କୁ ଆକ୍ରମଣ: ଆକ୍ରମଣକାରୀଙ୍କୁ ଧରିବା ପରେ ଫିଟିଲା ସବୁ ଗୁମର

ଲୋଇସିଂହା,୨୪।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ଭାରତ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ ହୋଇଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ,ବଲାଙ୍ଗୀର -ବରଗଡ଼ ୨୬ ନଂ ଜାତୀୟ ରାଜପଥ କଡରେ ଥିବା ଉକ୍ତ ପେଟ୍ରୋଲ ପମ୍ପରେ ସୁବର୍ନପୁର ଜିଲା ତରଭା ବ୍ଲକ ରାଣୀସର୍ଡ଼ା ଗ୍ରାମର ଜଣେ ଯୁବତୀ କାମ କରୁଛନ୍ତି। ସମ୍ପୃକ୍ତ ଯୁବତୀ ଜଣକ ଥିବା ସେଲ ପଏଣ୍ଟକୁ ତରଭା ବ୍ଲକ ପୁଆ ଗ୍ରାମର ମହେନ୍ଦ୍ର ବାଗ ତେଲ ପକାଇବାକୁ ଆସିଥିଲେ। ମହେନ୍ଦ୍ର ନିଜ ବାଇକରେ ୫୦ ଟଙ୍କାର ତେଳ ପକାଇବାକୁ କାର୍ଯ୍ୟରତ ଯୁବତୀଙ୍କୁ କହିଥିଲେ। ହେଲେ ଯୁବତୀ ଜଣକ ତେଲ ଦେବାକୁ କୁଆଡ଼େ ଯୁବକଙ୍କୁ ମନା କରିଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥାକଟା କାଟି ହୋଇଥିଲା । ଏହାପରେ ମହେନ୍ଦ୍ର ସମ୍ପୃକ୍ତ ଉତ୍ତକ୍ଷିପ୍ତ ହୋଇ ଯୁବତୀଙ୍କୁ ମାଡ଼ ମାରିବା ସହ କୌଣସି ଅସ୍ତ୍ରରେ ମୁଣ୍ଡ, ହାତରେ ଆକ୍ରମଣ କରି ଫେରାର ହୋଇ ଯାଉଥିଲେ। ଏହି ସମୟରେ ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ସେଠାରେ ଉପସ୍ଥିତି ବ୍ୟକ୍ତି ଯୁବକଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ।
ଏହାପରେ ସମ୍ପୃକ୍ତ ଯୁବକ ଜଣକ କହିଥିଲେ ଯେ ସମ୍ପୃକ୍ତ ଯୁବତୀଙ୍କ ସହ ତାଙ୍କର ୫ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ସର୍ବସ୍ବାନ୍ତ କଲା ପରେ ଅନ୍ୟସହ ପ୍ରେମ ସମ୍ପର୍କ ରଖି ଧୋକା ଦେଇଛି। ଆଜି ଟାଙ୍କି ଆସି ତେଲ ମାଗିବାରୁ ମନା କରିବାରୁ ରାଗି ଯାଇ ଏପରି କାଣ୍ଡ କରିଥିବା ସମ୍ପୃକ୍ତ ଯୁବକ ଜଣକ କହିଛନ୍ତି। ପ୍ରକାଶ ଥାଉ କି ପ୍ରେମ ବିବାଦକୁ ନେଇ ପୂର୍ବରୁ ତରଭା ଥାନାରେ ମାମଲା ରହିଛି। ଉଲ୍ଲେଖ ଯୋଗ୍ୟ ଯେ,ଉକ୍ତ ପେଟ୍ରୋଲ ପମ୍ପରେ ନିୟୋଜିତ ଯୁବତୀମାନେ ଅନେକ ସମୟରେ ଗ୍ରାହକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି।
ଆଇଆଇସି ଯାଜ୍ଞସିନୀ ନାୟକ କହିଛନ୍ତି,ଆକ୍ରମଣକୁ ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପ୍ରେମ ସମ୍ପର୍କରେ ଫାଟ ଯୋଗୁ ଏପରି କାଣ୍ଡ ଘଟିଛି। ପୂର୍ବରୁ ମଧ୍ୟ ଏକ ମାମଲା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri