ନୂଆଦିଲ୍ଲୀ,୧୯।୧: ୟୁକେଜିରେ ପଢୁଥିବା ପୁଅର ମାର୍କସିଟ୍ ଦେଖି ବାପାକୁ ହାର୍ଟଆଟାକ୍ ଆସିଛି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସମ୍ପୁର୍ଣ୍ଣ ସତ୍ୟ । ଆସାମରୁ ସାମ୍ନାକୁ ଆସିଛି ଏହି ଘଟଣା । ଖବର ଅନୁସାରେ, ଗତ ଗୁରୁବାର ଦିନ ଦିପଙ୍କର ବଦ୍ରୋଲୋଇ କାମରୁ ଛୁଟି ନେଇ ପୁଅର ସ୍କୁଲକୁ ମିଟିଂ ପାଇଁ ଯାଇଥିଲେ । ତେବେ ସେ ପୁଅର ରେଜଲ୍ଟ ଆଣି ଫେରୁଥିବା ବେଳେ ସ୍କୁଲରେ ହିଁ ଟଳି ପଡିଥିଲେ । ତେବେ ଏହି ଘଟଣା ଜାନୁଆରୀ ୧୫ ତାରିଖର ହୋଇଥିବା ବେଳେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ, ବରଦଲୋଇ ଦୋରହାଟର ସୋନାରି ଗ୍ରାମର ବାସିନ୍ଦା ଥିଲେ । ତେବେ ସ୍କୁଲ ଲବିରେ ଚାଲୁଥିବା ଭିଡିଓ କ୍ୟାମେରାରେ କଏଦ ହୋଇଛି । ତେବେ ସେ ଗେଟରୁ ବାହାରିବା ସମୟରେ ସେ କାନ୍ଥକୁ ଧରିବାକୁ ଚେଷ୍ଟା କରିଥିଲେ ହେଁ ଏଥରେ ସଫଳ ହୋଇପାରିନଥିଲେ । ସେ ମୁହଁ ମାଡି ତଳେ ପଡିଯାଇଥିଲେ । ତେବେ ସେଠାରେ ଥିବା ସ୍ଥାନୀୟ ଲୋକେ ତାଙ୍କୁ ଜୋରହଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ସ୍କୁଲରେ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସାମ୍ନାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ବରଦୋଲୋଇ ଜଣେ ଏକଜିକ୍ୟୁଟିଭ ଇଞ୍ଜିନିୟର ରହିଥିବା ବେଳେ ସେ ଆସାମର ଜଳସେଚନ ବିଭାଗରେ କାର୍ଯ୍ୟରତ ଥିଲେ । ତେବେ ପୂର୍ବରୁ ତାଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନଥିବା ବେଳେ ସେ ପୁରା ଫିଟ୍ ରହିଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି । ଦିନକୁ ଦିନ ଯୁବାବସ୍ଥାରେ ହୃଦଘାଚ ଜନିତ ମୃତ୍ୟୁ ଘଟଣା ବୃଦ୍ଧି ପାଉଥିବା ବେଳେ ଏହା ଏକ ପ୍ରକାର ଚିନ୍ତାର କାରଣ ସାଜିଛି ।

