ଦଶପଲ୍ଲାରେ ଆସାମର ବାଉଁଶକଳା

ନୟାଗଡ଼ ଅଫିସ, ୭ା୫: ବଲାଙ୍ଗୀ ବାଉଁଶରେ ଆସାମର କାରୁକାର୍ଯ୍ୟକୁ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ଉପରଡିକିରି ଗଁ।ର ଆଦିବାସୀମାନେ ଆପଣେଇବା ଆରମ୍ଭ କରିଛନ୍ତି । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କିପରି ଅଧିକ ଅର୍ଥ ସଂଗ୍ରହ କରି ପାରିବେ ସେଥିପାଇଁ ଆଧୁନିକତା ସହ ତାଳ ଦେଇ ଆସାମର କୁଟୀରଶିଳ୍ପ ପ୍ରତି ଆକୃଷ୍ଟ ହୋଇଛନ୍ତି । ଏଥିପାଇଁ ବଲାଙ୍ଗୀ ବାଉଁଶକୁ ସଂଗ୍ରହ କରି ନିଜ ଗଁ।ରେ ଚାରା ଲଗାଇ ଗଁ। ଜଙ୍ଗଲରେ ବାଉଁଶ ଜଙ୍ଗଲ ସୃଷ୍ଟି କରିବାକୁ ଯାଉଛନ୍ତି ।
ଉପରଡିକିରି ଗଁ।ରେ ୨୭ ପରିବାରର ୧୨୩ରୁ ଊର୍ଦ୍ଧ୍ୱ ଆଦିବାସୀ ବାସ କରୁଛନ୍ତି। ସେଠାର ଆଦିବାସୀମାନେ ଜଙ୍ଗଲକୁ ସୁରକ୍ଷା ଦେଇ ନିଜେ କିପରି ସେଥିରୁ ଆୟ କରିପାରିବେ ସେଥିରେ ଲାଗି ପଡିଛନ୍ତି । ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ସେମାନଙ୍କ ଜୀବନଜୀବିକା ଚଳାଇବା କାଠିକର ପାଠ ହେବା ପରେ ସେମାନେ ଭିନ୍ନ ଦିଗକୁ ଚିନ୍ତା କରି ଜଙ୍ଗଲକୁ ବଢ଼ାଇବା ଆରମ୍ଭ କରିଛନ୍ତି । ପୁଣି ଆଗାମୀ ବଂଶଧର କିପରି ସୁବିଧାରେ ଚଳି ପାରିବେ ସେନେଇ ଭବିଷ୍ୟତ ଚିନ୍ତା ମଧ୍ୟ କରୁଛନ୍ତି । ଗଁାର ଜଙ୍ଗଲ ଉଜୁଡି ଚାଲିଥିଲା । ୨୦୧୯ରେ ଆଦିବାସୀମାନେ ହଳଦିଆ ଜଙ୍ଗଲକୁ ସୁରକ୍ଷା ଦେଇ ଥିଲେ। ପରେ ଅଡଙ୍ଗା ଚାରା ଲଗାଇ ଅଡଙ୍ଗା ବଣ ସୃଷ୍ଟି କରିଛନ୍ତି । ସେହିପରି ଆମ୍ବ ଚାରା ଲଗାଇ ଜଙ୍ଗଲରେ ଆମ୍ବ ବଗିଚା କରିଛନ୍ତି । ଏବେ ବଲାଙ୍ଗୀବାଉଁଶ ଜଙ୍ଗଲ କିପରି ହେବ ସେଥିପ୍ରତି ଲାଗି ପଡିଛନ୍ତି । ଆଦିବାସୀମାନେ ଆସାମର କୁଟୀର ଶିଳ୍ପ ବଲାଙ୍ଗୀ ବାଉଁଶରେ କିପରି ପେନ୍‌ ଷ୍ଟାଣ୍ଡ, ଫୁଲ ତୋଳା, ନାକ ଫୁଲ, କାନ ଫୁଲ, ବଂଶୀ, ଟି ଷ୍ଟଲ, ଫୁଲଦାନୀ ପରି ବିଭିନ୍ନ ଉପକରଣ ନିର୍ମାଣ ହେଉଛି ତାର ପ୍ରଥମ ପର୍ଯ୍ୟାୟ ତାଲିମ ନେଇଛନ୍ତି । ୨ୟ ପର୍ଯ୍ୟାୟରେ ବଲାଙ୍ଗୀ ବାଉଁଶ ସଂଗ୍ରହ କରି ୧୦୦ ବୁଦା ଚାରା ପକାଇଛନ୍ତି । ଗତ ମାର୍ଚ୍ଚ ୨୩ରେ ଲାଗିଥିବା ଚାରା ଏବେ ପିଲେଇବା ଆରମ୍ଭ କରିଛି । ଏହି ବାଉଁଶ ଚାରାକୁ ହଳଦିଆ ପାହାଡ଼ର ହଳଦିଆ ନାଳ ପାଖରେ ରୋପଣ କରାଯିବ । ୨ ବର୍ଷ ପରେ ବାଉଁଶ ହେବା ପରେ ଏଥିରୁ ବିଭିନ୍ନ ଉପକରଣ ନିର୍ମାଣ କରାଯିବ । ଏନେଇ ଉପରଡିକିରି ଗଁ।ର ନୀଳାମ୍ବର ଜାନି ଓ ରାଜେନ୍ଦ୍ର ଜାନି କୁହନ୍ତି, କଟକ ବାଲିଯାତରା ଦେଖିବାକୁ ଯାଇଥିଲୁ। କଟକ ବାଲି ଯାତ୍ରାରେ ଆସାମର ବାଉଁଶ ଉପକରଣ ଦେଖି ଏହାକୁ ତିଆରି କରିବାକୁ ନିଷ୍ପତ୍ତି ନେଲୁ । ଗଁ। ଜଙ୍ଗଲରେ ଶିଆଳି ଓ ସୁନ୍ଦରକଣୀ ବାଉଁଶ ନଷ୍ଟ ହେଉଥିବାରୁ ଏଥିରୁ ଉପକରଣ ତିଆରି ପାଇଁ ଚିନ୍ତା କଲୁ । ହେଲେ ଆମକୁ ତାଲିମ ଦେବାକୁ ଆସିଥିବା ଶିଳ୍ପୀ କହିଥିଲେ ଆସାମର ବାଉଁଶ କାରୁକାର୍ଯ୍ୟ ବଲାଙ୍ଗୀ ବାଉଁଶରେ ହେଉଛି । ବଲାଙ୍ଗୀ ବାଉଁଶରେ ଗଣ୍ଠି ସ୍ବଳ୍ପ ଥିବାବେଳେ ଏହା ନରମ ହେତୁ ବିଭିନ୍ନ ସୁକ୍ଷ୍ମ କାରୁକାର୍ଯ୍ୟ ହୋଇ ପାରୁଛି । ଏଣୁ ବଲାଙ୍ଗୀବାଉଁଶ ନ ହେଲେ ଆସାମର କୁଟୀରଶିଳ୍ପର କାରୁକାର୍ଯ୍ୟ କରି ହେବ ନାହିଁ । ଏଣୁ ପ୍ରଥମ ପର୍ଯ୍ୟାୟ ତାଲିମ ନେଇ ବାଉଁଶ ବଣ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇ ଚାରା ରୋପଣ କରିଛୁ । ହୁଲାସ ଜାନି କୁହନ୍ତି, ବଣ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କୁ ରୋଜଗାର କରିବା କାଠିକର ପାଠ ହୋଇ ପଡିଛି । ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳିବା ସମ୍ଭବ ହେଉ ନାହିଁ । ଲୋକଙ୍କ ବ୍ୟବହାରକୁ ନେଇ ଆଧୁନିକତା ସହ ତାଳ ଦେଇ ଚାଲିବାକୁ ହେବ । ଏଣୁ ଭବିଷ୍ୟତ ପିଢ଼ି ଓ ପରିବାରର ଗୁଜୁରାଣ ପାଇଁ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ଗଁ। ଲୋକ ନେଉଛନ୍ତି । ଗୋଟିକରେ ସଫଳତା ପାଇବା ପରେ ଅନ୍ୟ ଏକ କାର୍ଯ୍ୟ ଉପରେ ସମୟ ଦେଉଛନ୍ତି । ଗଁ।ର ଆଦିବାସୀମାନେ ଏବେ ଯେପରି ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ଆଗକୁ ଯାଉଛନ୍ତି ଧିରେ ଧିରେ ପରିବାର ଚଳାଇବାରେ ଅସୁବିଧା ହେବ ନାହିଁ । ଆଦିବାସୀମାନେ ଆଉ କାହା ଉପରେ ନିର୍ଭର କରିବେ ନାହିଁ। ପରିବେଶର ଉନ୍ନତି ସହ ନିଜର ଉନ୍ନତି ହେବ ବୋଲି ସେ କହିଛନ୍ତି।

 

-ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri