ଦଶପଲ୍ଲାରେ ଆସାମର ବାଉଁଶକଳା

ନୟାଗଡ଼ ଅଫିସ, ୭ା୫: ବଲାଙ୍ଗୀ ବାଉଁଶରେ ଆସାମର କାରୁକାର୍ଯ୍ୟକୁ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ଉପରଡିକିରି ଗଁ।ର ଆଦିବାସୀମାନେ ଆପଣେଇବା ଆରମ୍ଭ କରିଛନ୍ତି । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କିପରି ଅଧିକ ଅର୍ଥ ସଂଗ୍ରହ କରି ପାରିବେ ସେଥିପାଇଁ ଆଧୁନିକତା ସହ ତାଳ ଦେଇ ଆସାମର କୁଟୀରଶିଳ୍ପ ପ୍ରତି ଆକୃଷ୍ଟ ହୋଇଛନ୍ତି । ଏଥିପାଇଁ ବଲାଙ୍ଗୀ ବାଉଁଶକୁ ସଂଗ୍ରହ କରି ନିଜ ଗଁ।ରେ ଚାରା ଲଗାଇ ଗଁ। ଜଙ୍ଗଲରେ ବାଉଁଶ ଜଙ୍ଗଲ ସୃଷ୍ଟି କରିବାକୁ ଯାଉଛନ୍ତି ।
ଉପରଡିକିରି ଗଁ।ରେ ୨୭ ପରିବାରର ୧୨୩ରୁ ଊର୍ଦ୍ଧ୍ୱ ଆଦିବାସୀ ବାସ କରୁଛନ୍ତି। ସେଠାର ଆଦିବାସୀମାନେ ଜଙ୍ଗଲକୁ ସୁରକ୍ଷା ଦେଇ ନିଜେ କିପରି ସେଥିରୁ ଆୟ କରିପାରିବେ ସେଥିରେ ଲାଗି ପଡିଛନ୍ତି । ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ସେମାନଙ୍କ ଜୀବନଜୀବିକା ଚଳାଇବା କାଠିକର ପାଠ ହେବା ପରେ ସେମାନେ ଭିନ୍ନ ଦିଗକୁ ଚିନ୍ତା କରି ଜଙ୍ଗଲକୁ ବଢ଼ାଇବା ଆରମ୍ଭ କରିଛନ୍ତି । ପୁଣି ଆଗାମୀ ବଂଶଧର କିପରି ସୁବିଧାରେ ଚଳି ପାରିବେ ସେନେଇ ଭବିଷ୍ୟତ ଚିନ୍ତା ମଧ୍ୟ କରୁଛନ୍ତି । ଗଁାର ଜଙ୍ଗଲ ଉଜୁଡି ଚାଲିଥିଲା । ୨୦୧୯ରେ ଆଦିବାସୀମାନେ ହଳଦିଆ ଜଙ୍ଗଲକୁ ସୁରକ୍ଷା ଦେଇ ଥିଲେ। ପରେ ଅଡଙ୍ଗା ଚାରା ଲଗାଇ ଅଡଙ୍ଗା ବଣ ସୃଷ୍ଟି କରିଛନ୍ତି । ସେହିପରି ଆମ୍ବ ଚାରା ଲଗାଇ ଜଙ୍ଗଲରେ ଆମ୍ବ ବଗିଚା କରିଛନ୍ତି । ଏବେ ବଲାଙ୍ଗୀବାଉଁଶ ଜଙ୍ଗଲ କିପରି ହେବ ସେଥିପ୍ରତି ଲାଗି ପଡିଛନ୍ତି । ଆଦିବାସୀମାନେ ଆସାମର କୁଟୀର ଶିଳ୍ପ ବଲାଙ୍ଗୀ ବାଉଁଶରେ କିପରି ପେନ୍‌ ଷ୍ଟାଣ୍ଡ, ଫୁଲ ତୋଳା, ନାକ ଫୁଲ, କାନ ଫୁଲ, ବଂଶୀ, ଟି ଷ୍ଟଲ, ଫୁଲଦାନୀ ପରି ବିଭିନ୍ନ ଉପକରଣ ନିର୍ମାଣ ହେଉଛି ତାର ପ୍ରଥମ ପର୍ଯ୍ୟାୟ ତାଲିମ ନେଇଛନ୍ତି । ୨ୟ ପର୍ଯ୍ୟାୟରେ ବଲାଙ୍ଗୀ ବାଉଁଶ ସଂଗ୍ରହ କରି ୧୦୦ ବୁଦା ଚାରା ପକାଇଛନ୍ତି । ଗତ ମାର୍ଚ୍ଚ ୨୩ରେ ଲାଗିଥିବା ଚାରା ଏବେ ପିଲେଇବା ଆରମ୍ଭ କରିଛି । ଏହି ବାଉଁଶ ଚାରାକୁ ହଳଦିଆ ପାହାଡ଼ର ହଳଦିଆ ନାଳ ପାଖରେ ରୋପଣ କରାଯିବ । ୨ ବର୍ଷ ପରେ ବାଉଁଶ ହେବା ପରେ ଏଥିରୁ ବିଭିନ୍ନ ଉପକରଣ ନିର୍ମାଣ କରାଯିବ । ଏନେଇ ଉପରଡିକିରି ଗଁ।ର ନୀଳାମ୍ବର ଜାନି ଓ ରାଜେନ୍ଦ୍ର ଜାନି କୁହନ୍ତି, କଟକ ବାଲିଯାତରା ଦେଖିବାକୁ ଯାଇଥିଲୁ। କଟକ ବାଲି ଯାତ୍ରାରେ ଆସାମର ବାଉଁଶ ଉପକରଣ ଦେଖି ଏହାକୁ ତିଆରି କରିବାକୁ ନିଷ୍ପତ୍ତି ନେଲୁ । ଗଁ। ଜଙ୍ଗଲରେ ଶିଆଳି ଓ ସୁନ୍ଦରକଣୀ ବାଉଁଶ ନଷ୍ଟ ହେଉଥିବାରୁ ଏଥିରୁ ଉପକରଣ ତିଆରି ପାଇଁ ଚିନ୍ତା କଲୁ । ହେଲେ ଆମକୁ ତାଲିମ ଦେବାକୁ ଆସିଥିବା ଶିଳ୍ପୀ କହିଥିଲେ ଆସାମର ବାଉଁଶ କାରୁକାର୍ଯ୍ୟ ବଲାଙ୍ଗୀ ବାଉଁଶରେ ହେଉଛି । ବଲାଙ୍ଗୀ ବାଉଁଶରେ ଗଣ୍ଠି ସ୍ବଳ୍ପ ଥିବାବେଳେ ଏହା ନରମ ହେତୁ ବିଭିନ୍ନ ସୁକ୍ଷ୍ମ କାରୁକାର୍ଯ୍ୟ ହୋଇ ପାରୁଛି । ଏଣୁ ବଲାଙ୍ଗୀବାଉଁଶ ନ ହେଲେ ଆସାମର କୁଟୀରଶିଳ୍ପର କାରୁକାର୍ଯ୍ୟ କରି ହେବ ନାହିଁ । ଏଣୁ ପ୍ରଥମ ପର୍ଯ୍ୟାୟ ତାଲିମ ନେଇ ବାଉଁଶ ବଣ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇ ଚାରା ରୋପଣ କରିଛୁ । ହୁଲାସ ଜାନି କୁହନ୍ତି, ବଣ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କୁ ରୋଜଗାର କରିବା କାଠିକର ପାଠ ହୋଇ ପଡିଛି । ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳିବା ସମ୍ଭବ ହେଉ ନାହିଁ । ଲୋକଙ୍କ ବ୍ୟବହାରକୁ ନେଇ ଆଧୁନିକତା ସହ ତାଳ ଦେଇ ଚାଲିବାକୁ ହେବ । ଏଣୁ ଭବିଷ୍ୟତ ପିଢ଼ି ଓ ପରିବାରର ଗୁଜୁରାଣ ପାଇଁ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ଗଁ। ଲୋକ ନେଉଛନ୍ତି । ଗୋଟିକରେ ସଫଳତା ପାଇବା ପରେ ଅନ୍ୟ ଏକ କାର୍ଯ୍ୟ ଉପରେ ସମୟ ଦେଉଛନ୍ତି । ଗଁ।ର ଆଦିବାସୀମାନେ ଏବେ ଯେପରି ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ଆଗକୁ ଯାଉଛନ୍ତି ଧିରେ ଧିରେ ପରିବାର ଚଳାଇବାରେ ଅସୁବିଧା ହେବ ନାହିଁ । ଆଦିବାସୀମାନେ ଆଉ କାହା ଉପରେ ନିର୍ଭର କରିବେ ନାହିଁ। ପରିବେଶର ଉନ୍ନତି ସହ ନିଜର ଉନ୍ନତି ହେବ ବୋଲି ସେ କହିଛନ୍ତି।

 

-ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri