ଭୁବନେଶ୍ୱର, ୨୨ା୮: ପୁଣି ଚର୍ଚ୍ଚାରେ ASO। ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ASO ଗିରଫ। ଆସିଷ୍ଟାଣ୍ଚ ସେକ୍ସନ ଅଫିସର (ASO) ସୁଶାନ୍ତ ଜେନା ଗିରଫ। ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିଥିବା ଅଭିଯୋଗ ପରେ ମହିଳା ଥାନା ପୋଲିସ ତାଙ୍କୁ ଗିରଫ କରି କୋଟ ଚାଲାଣ କରିଛି।