ଭୁବନେଶ୍ୱର, ୧୩। ୧୧(ତ୍ରିନାଥ ମହାନ୍ତି): ଜୁଲାଇ ୧୩ରେ ହୋଇଥିବା ଏଏସ୍ଓ ପରୀକ୍ଷାକୁ ବାତିଲ କରାଯାଇଛି। ପୁଣି ସାନି ପରୀକ୍ଷା ଡିସେମ୍ବର ୭ରେ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଅନିୟମିତତା ନେଇ ହାଇକୋର୍ଟ ସନ୍ଦେହ କରିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି। ପ୍ରିଲିମିରେ ୭୧୧୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ। ଏହି ପରୀକ୍ଷାକୁ ସିଲିକନ୍ ଟେକ୍ କରୁଥିବାରୁ ଅନିୟମିତତା ନେଇ ହାଇକୋର୍ଟଙ୍କ ସନ୍ଦେହ ବଢିଥିଲା। ତେଣୁ ୧୩ରେ ହୋଇଥିବା ପରୀକ୍ଷାକୁ ପୁଣି ଆଉ ଥରେ ୭ରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ଦାୟିତ୍ୱ ସିଲିକନ୍ ଟେକ୍ ସଂସ୍ଥା ପରିଚାଳନା କରୁଥିଲା। ତେଣୁ ଏଥିରେ ସିଲିକନ୍ କିଛି ଜାଲିଆତି କରିଥାଇ ପାରେ ବୋଲି କୋର୍ଟ ସନ୍ଦେହ କରି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ବିବାଦ ହେବା ଆଗରୁ ଏହି ପରୀକ୍ଷାକୁ ବାତିଲ କରାଯାଇଛି। ଏସ୍ଆଇ ପରୀକ୍ଷା ପୂର୍ବରୁ ସିଲିକନ୍ ଟେକ୍ ସଂସ୍ଥାର ପ୍ରମୋଟର ସୁରେଶ ଏବଂ ପଞ୍ଚସଫ୍ଟ ସଂସ୍ଥାର ମାଲିକ ଶଙ୍କର ସହମିଶି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କରାଇଥିଲେ। ପିଲାଙ୍କୁ କଲିକତା, ହାଇଦ୍ରାବାଦ ଆଦି ସହରକୁ ନେଇ ଅଭ୍ୟାସ କରାଉଥିଲେ। ତେଣୁ ଏଏସ୍ଓ ପରୀକ୍ଷାରେ ଏଭଳି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଇ ପରୀକ୍ଷାକୁ ବାତିଲ କରାଯାଇଥିବା ସୂଚନା ମିଳିଛି।