Posted inଖେଳ

‘ଆସ୍କ ଫର୍‌ ଏ ସିକ୍ସ’

ନୂଆଦିଲ୍ଲୀ,୩ା୪(ପି.ଟି.): କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ସଲିମ୍‌ ଦୁରାନୀଙ୍କ ବିଷୟରେ କହିଛନ୍ତି ଯେ ଯଦି ଦୁରାନୀଙ୍କ ଆତ୍ମଜୀବନୀ ଲେଖାଯାଏ ତେବେ ଏହାର ନାଁ ‘ଆସ୍କ ଫର ଏ ସିକ୍ସ’ ରଖାଯିବ। ୬୦ ଓ ୭୦ ଦଶକରେ ଦିନିକିଆ କ୍ରିକେଟ ନ ଥିଲେ ମଧ୍ୟ ଦୁରାନୀ ନିଜ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଦର୍ଶକଙ୍କ ଫେଭରିଟ୍‌ ଥିଲେ। ଦର୍ଶକଙ୍କ ଡିମାଣ୍ଡରେ ଦୁରାନୀ ଚୌକା ଓ ଛକା ମାରୁଥିବାରୁ ତାଙ୍କୁ ଏଭଳି ଟାଇଟଲ ପ୍ରଦାନ କରିଥିଲେ ଗାଭାସ୍କର। ସେ ଲେଖିଥିଲେ, ଥରେ ଇଡେନ୍‌ ଗାର୍ଡେନ୍ସର ୯୦ ହଜାର ଦର୍ଶକ ସିକ୍ସର ସିକ୍ସର ଚିଲାଉଥିବା ବେଳେ ସେ ତାଙ୍କ ପରବର୍ତ୍ତୀ ବଲ୍‌ରେ ଛକା ମାରିଥିଲେ।

ଓ୍ବେଷ୍ଟଇଣ୍ଡିଜରେ ୧୯୭୧ରେ ଅଜିତ ଓ୍ବାଦେକରଙ୍କ ନେତୃତ୍ୱରେ ଭାରତୀୟ ଦଳ ସିରିଜ୍‌ ଜିତିଥିଲା। ଗାଭାସ୍କର ଏହି ସିରିଜ୍‌ରେ ୭୭୪ ରନ୍‌ କରିଥିଲେ ମଧ୍ୟ ପୋର୍ଟ ଅଫ୍‌ ସ୍ପେନ୍‌ରେ ଦୁରାନୀଙ୍କ ୨/୨୧ର ସ୍ପେଲ୍‌ ସମସ୍ତଙ୍କୁ ଚକିତ କରିଦେଇଥିଲା। କ୍ଲାଇଭ୍‌ ଲଏଡ୍‌ ଓ ସାର୍‌ ଗାରଫିଲ୍ଡ ସୋବର୍ସଙ୍କ ମହତ୍ୱପୂର୍ଣ୍ଣ ଉଇକେଟ ନେଇ ସେ ବିଜୟ ପକ୍କା କରିଥିଲେ। ସେ ସମୟରେ ଗୋଟିଏ ଟେଷ୍ଟ ମ୍ୟାଚ୍‌ ପାଇଁ ୩୦୦ ଟଙ୍କା ମିଳୁଥିବା ବେଳେ ଦୁରାନୀ କିନ୍ତୁ ଖେଳ ପ୍ରତି ଥିବା ତାଙ୍କ ଭଲପାଇବା ଲାଗି ଖେଳୁଥିଲେ ବୋଲି କହିଛନ୍ତି ଗାଭାସ୍କର। ଦୁରାନୀଙ୍କ କ୍ୟାରିୟରର ଶେଷଆଡ଼କୁ ବିଶନ ସିଂ ବେଦୀ, ଭଗଓ୍ବତ ଚନ୍ଦ୍ର ଶେଖର, ଏରାପଲ୍ଲୀ ପ୍ରସନ୍ନା ଓ ଏସ୍‌. ଭେଙ୍କଟରାଘବନଙ୍କ ଉତ୍‌ଥାନ ଘଟିବା ସହିତ ଭାରତୀୟ ସ୍ପିନ୍‌ ବୋଲିଂ ଏକ ନୂତନ ଶିଖର ଛୁଇଁଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri