Posted inଖେଳ

ଏସିଆ କପ୍‌: ଶ୍ରୀଲଙ୍କାର ରୋମାଞ୍ଚକ ବିଜୟ

ପାଲେକେଲ୍‌, ୬ା୯ (ପି.ଟି.): ଏସିଆ କପ୍‌ କ୍ରିକେଟ୍‌ ୨୦୨୩ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌କୁ ୩ ରନ୍‌ରେ ଜିତି ନେଇଛି ଶ୍ରୀଲଙ୍କା। ମଙ୍ଗଳବାର ଶ୍ରୀଲଙ୍କାର ରୋମାଞ୍ଚକ ବିଜୟ ସହିତ ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି। କୁଶାଲ ମେଣ୍ଡିସ୍‌ଙ୍କ ୯୨ ରନ୍‌ ବଳରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୨୯୧ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ୩୭.୪ ଓଭରରେ୨୮୯ ରନ୍‌ରେ ଅଲଆଉଟ ହୋଇଥିଲା।
ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ଦୁଇ ଓପନର ପାଥୁମ୍‌ ନିଶଙ୍କା(୪୧) ଓ ଦିମୁଥ୍‌ କରୁଣାରତ୍ନେ(୩୨) ରନ୍‌ ପ୍ରଥମ ଉଇକେଟରେ ୬୩ ରନ୍‌ ଯୋଡିଥିଲେ। କରୁଣାରତ୍ନେଙ୍କୁ ଆଉଟ୍‌ କରି ଗୁଲବଦିନ ନାଏବ ଦଳକୁ ପ୍ରଥମ ସଫଳତା ପ୍ରଦାନ କରିଥିଲେ।ପରବର୍ତ୍ତୀ ବ୍ୟାଟର ସମର ଓ୍ବିକ୍ରମାଙ୍କ ସହିତ ପାଥୁମ୍‌ ନିଶଙ୍କାଙ୍କୁ ଆଉଟ କରିଥିଲେ ନାଇବ। ୮୬ ରନ୍‌ରେ ୩ ଉଇକେଟ ହରାଇବା ପର କୁଶାଲ ମେଣ୍ଡିସ୍‌ (୯୨) ଓ ଚରିଥ୍‌ ଅସଲଙ୍କା (୩୬) ଚତୁର୍ଥ ଉଇକେଟରେ ୧୦୨ ରନ୍‌ ଯୋଡିଥିଲେ। ମେଣ୍ଡିସ୍‌ ୮୪ ବଲ୍‌ ଖେଳି ୬ ଚକା ଓ ୩ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଅସଲଙ୍କା ୪୩ ବଲ୍‌ ଖେଳି ୨ ଚୌକା ଓ ୧ ଛକା ମାରିଥିଲେ। ଧନଞ୍ଜୟ ଡି ସିଲ୍‌ଭା୧୪ ଓ ଦାସୁନ ଶନକା ୫ ରନ୍‌ କରି ଆଉଟ ହୋଇଥିବା ବେଳେ ଶେଷ ଆଡକୁ ଦୁନିଥ୍‌ ଓ୍ବେଲିଲାଗେ ୩୩ ଓ ମହୀଷ ଥିକ୍‌ସାନା ୨୮ ରନ୍‌ କରିବାରୁ ଶ୍ରୀଲଙ୍କା ୨୯୧ ରନ୍‌ ସଂଗ୍ରହ କରିଥିଲା। ଆଫଗାନିସ୍ତାନ ପକ୍ଷରୁ ଗୁଲବଦିନ ନାଇବ ସର୍ବାଧିକ ୪ ଉଇକେଟ ନେଇଥିଲେ।
ସୁପର୍‌-୪ ପ୍ରବେଶ ପାଇଁ ଆଫଗାନିସ୍ତାନକୁ ୩୭ ଓଭରରେ ବିଜୟ ହାସଲ ଆବଶ୍ୟକ ରହିଥିବା ବେଳେ ଦଳ ୨୭ ରନ୍‌ ମଧ୍ୟରେ ଦୁଇ ଓପନରଙ୍କ ଉଇକେଟ ହରାଇଥିଲା।୫୦ ରନ୍‌ରେ ୩ ଉଇକେଟ ହରାଇବା ପରେ ଅଧିନାୟକ ହସମତଉଲ୍ଲା ଶାହିଦି (୫୯) ଓ ରେହମତ ଶାହ(୪୫) ଚତୁର୍ଥ ଉଇକେଟରେ ୭୧ ରନ୍‌ ଯୋଡିଥିଲେ। ରେହମତ ଶାହ ଆଉଟ ହେବା ପରେ କ୍ରିଜ୍‌ରେ ଯୋଗ ଦେଇଥିଲେ ମହମ୍ମଦ ନବି। ଆଫଗାନିସ୍ତାନ ପକ୍ଷରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବା ସହିତ ୨୪ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ୩୨ ବଲ୍‌ ଖେଳି ୬ ଚୌକା ଓ ୫ ଛକା ସହିତ ୬୫ ରନ୍‌ ସ୍କୋର କରିଥିଲେ। ଶେଷ ଆଡକୁ ଦୁନିଥ ଓ୍ବେଲିଲାଗେ ଓ ଧନଞ୍ଜୟ ଡି ସିଲ୍‌ଭା ଦୁଇଟି ଲେଖାଏ ଉଇକେଟ ନେଇ ଶ୍ରୀଲଙ୍କାକୁ ଜିତାଇଥିଲେ। ଶ୍ରୀଲଙ୍କା ପକ୍ଷରୁ କଶୁନ ରଜିଥା ୪, ଦୁନିଥ୍‌ ଓ୍ବେଲିଲାଗେ ଓ ଧନଞ୍ଜୟ ଡି ସିଲ୍‌ଭା ୨ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୫୦ ଓଭରରେ ୨୯୧/୮(କୁଶାଲ ମେଣ୍ଡିସ୍‌-୯୨, ପାଥୁମ୍‌ ନିଶଙ୍କା-୪୧, ଚରିଥ୍‌ ଅସଲଙ୍କା-୩୬, ଗୁଲବଦିନ ନାଇବ-୪/୬୦, ରଶିଦ୍‌ ଖାନ-୨/୬୩)। ଆଫଗାନିସ୍ତାନ ୩୭.୪ ଓଭରରେ ୨୮୯/୧୦(ମହମ୍ମଦ ନବି-୬୫, ହସମତଉଲ୍ଲା ଶାହିଦି-୫୯, ରେହମତ ଶାହ-୪୫, କସୁନ୍‌ ରଜିଥା-୪/୭୯, ଦୁନିଥ୍‌ ଓ୍ବେଲିଲାଗେ-୨/୩୬, ଧନଞ୍ଜୟ ଡି ସିଲ୍‌ଭା-୨/୧୨)।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri