Posted inଖେଳ

ଏସିଆ କପ୍‌: ଶ୍ରୀଲଙ୍କାର ରୋମାଞ୍ଚକ ବିଜୟ

ପାଲେକେଲ୍‌, ୬ା୯ (ପି.ଟି.): ଏସିଆ କପ୍‌ କ୍ରିକେଟ୍‌ ୨୦୨୩ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌କୁ ୩ ରନ୍‌ରେ ଜିତି ନେଇଛି ଶ୍ରୀଲଙ୍କା। ମଙ୍ଗଳବାର ଶ୍ରୀଲଙ୍କାର ରୋମାଞ୍ଚକ ବିଜୟ ସହିତ ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି। କୁଶାଲ ମେଣ୍ଡିସ୍‌ଙ୍କ ୯୨ ରନ୍‌ ବଳରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୨୯୧ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ୩୭.୪ ଓଭରରେ୨୮୯ ରନ୍‌ରେ ଅଲଆଉଟ ହୋଇଥିଲା।
ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ଦୁଇ ଓପନର ପାଥୁମ୍‌ ନିଶଙ୍କା(୪୧) ଓ ଦିମୁଥ୍‌ କରୁଣାରତ୍ନେ(୩୨) ରନ୍‌ ପ୍ରଥମ ଉଇକେଟରେ ୬୩ ରନ୍‌ ଯୋଡିଥିଲେ। କରୁଣାରତ୍ନେଙ୍କୁ ଆଉଟ୍‌ କରି ଗୁଲବଦିନ ନାଏବ ଦଳକୁ ପ୍ରଥମ ସଫଳତା ପ୍ରଦାନ କରିଥିଲେ।ପରବର୍ତ୍ତୀ ବ୍ୟାଟର ସମର ଓ୍ବିକ୍ରମାଙ୍କ ସହିତ ପାଥୁମ୍‌ ନିଶଙ୍କାଙ୍କୁ ଆଉଟ କରିଥିଲେ ନାଇବ। ୮୬ ରନ୍‌ରେ ୩ ଉଇକେଟ ହରାଇବା ପର କୁଶାଲ ମେଣ୍ଡିସ୍‌ (୯୨) ଓ ଚରିଥ୍‌ ଅସଲଙ୍କା (୩୬) ଚତୁର୍ଥ ଉଇକେଟରେ ୧୦୨ ରନ୍‌ ଯୋଡିଥିଲେ। ମେଣ୍ଡିସ୍‌ ୮୪ ବଲ୍‌ ଖେଳି ୬ ଚକା ଓ ୩ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଅସଲଙ୍କା ୪୩ ବଲ୍‌ ଖେଳି ୨ ଚୌକା ଓ ୧ ଛକା ମାରିଥିଲେ। ଧନଞ୍ଜୟ ଡି ସିଲ୍‌ଭା୧୪ ଓ ଦାସୁନ ଶନକା ୫ ରନ୍‌ କରି ଆଉଟ ହୋଇଥିବା ବେଳେ ଶେଷ ଆଡକୁ ଦୁନିଥ୍‌ ଓ୍ବେଲିଲାଗେ ୩୩ ଓ ମହୀଷ ଥିକ୍‌ସାନା ୨୮ ରନ୍‌ କରିବାରୁ ଶ୍ରୀଲଙ୍କା ୨୯୧ ରନ୍‌ ସଂଗ୍ରହ କରିଥିଲା। ଆଫଗାନିସ୍ତାନ ପକ୍ଷରୁ ଗୁଲବଦିନ ନାଇବ ସର୍ବାଧିକ ୪ ଉଇକେଟ ନେଇଥିଲେ।
ସୁପର୍‌-୪ ପ୍ରବେଶ ପାଇଁ ଆଫଗାନିସ୍ତାନକୁ ୩୭ ଓଭରରେ ବିଜୟ ହାସଲ ଆବଶ୍ୟକ ରହିଥିବା ବେଳେ ଦଳ ୨୭ ରନ୍‌ ମଧ୍ୟରେ ଦୁଇ ଓପନରଙ୍କ ଉଇକେଟ ହରାଇଥିଲା।୫୦ ରନ୍‌ରେ ୩ ଉଇକେଟ ହରାଇବା ପରେ ଅଧିନାୟକ ହସମତଉଲ୍ଲା ଶାହିଦି (୫୯) ଓ ରେହମତ ଶାହ(୪୫) ଚତୁର୍ଥ ଉଇକେଟରେ ୭୧ ରନ୍‌ ଯୋଡିଥିଲେ। ରେହମତ ଶାହ ଆଉଟ ହେବା ପରେ କ୍ରିଜ୍‌ରେ ଯୋଗ ଦେଇଥିଲେ ମହମ୍ମଦ ନବି। ଆଫଗାନିସ୍ତାନ ପକ୍ଷରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବା ସହିତ ୨୪ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ୩୨ ବଲ୍‌ ଖେଳି ୬ ଚୌକା ଓ ୫ ଛକା ସହିତ ୬୫ ରନ୍‌ ସ୍କୋର କରିଥିଲେ। ଶେଷ ଆଡକୁ ଦୁନିଥ ଓ୍ବେଲିଲାଗେ ଓ ଧନଞ୍ଜୟ ଡି ସିଲ୍‌ଭା ଦୁଇଟି ଲେଖାଏ ଉଇକେଟ ନେଇ ଶ୍ରୀଲଙ୍କାକୁ ଜିତାଇଥିଲେ। ଶ୍ରୀଲଙ୍କା ପକ୍ଷରୁ କଶୁନ ରଜିଥା ୪, ଦୁନିଥ୍‌ ଓ୍ବେଲିଲାଗେ ଓ ଧନଞ୍ଜୟ ଡି ସିଲ୍‌ଭା ୨ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୫୦ ଓଭରରେ ୨୯୧/୮(କୁଶାଲ ମେଣ୍ଡିସ୍‌-୯୨, ପାଥୁମ୍‌ ନିଶଙ୍କା-୪୧, ଚରିଥ୍‌ ଅସଲଙ୍କା-୩୬, ଗୁଲବଦିନ ନାଇବ-୪/୬୦, ରଶିଦ୍‌ ଖାନ-୨/୬୩)। ଆଫଗାନିସ୍ତାନ ୩୭.୪ ଓଭରରେ ୨୮୯/୧୦(ମହମ୍ମଦ ନବି-୬୫, ହସମତଉଲ୍ଲା ଶାହିଦି-୫୯, ରେହମତ ଶାହ-୪୫, କସୁନ୍‌ ରଜିଥା-୪/୭୯, ଦୁନିଥ୍‌ ଓ୍ବେଲିଲାଗେ-୨/୩୬, ଧନଞ୍ଜୟ ଡି ସିଲ୍‌ଭା-୨/୧୨)।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri