Posted inଖେଳ

ଆସନ୍ତାବର୍ଷ ଜୁନ୍‌ରେ ଏସିଆ କପ୍‌ ଆୟୋଜନ ସମ୍ଭାବନା

ନୂଆଦିଲ୍ଲୀ,୧୦।୭: ଚଳିତ ବର୍ଷ ଏସିଆକପ୍‌ କ୍ରିକେଟ ଟୁର୍ନାମେଣ୍ଟ ସ୍ଥଗିତ ରହିବା ସ୍ପଷ୍ଟ ହୋଇଛି। ଏହି ଟୁର୍ନାମେଣ୍ଟ ଆସନ୍ତାବର୍ଷ ଜୁନ୍‌ରେ ଆୟୋଜନ କରିବାକୁ ଯୋଜନା ହେଉଛି ଓ ଏଥିପାଇଁ ଓ୍ବେଣ୍ଡୋ ଖାଜା ଯାଉଛି ବୋଲି ଏସିଆନ୍‌ କ୍ରିକେଟ କାଉନସିଲ (ଏସିସି) ତରଫରୁ କୁହାଯାଇଛି।
ଏହି ଟୁର୍ନାମେଣ୍ଟ ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏହାକୁ ନିରପେକ୍ଷ ଭେନ୍ୟୁରେ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କୋଭିଡ୍‌-୧୯ ମହାମାରୀ କାରଣରୁ ଟୁର୍ନାମେଣ୍ଟକୁ ଏଥର ସ୍ଥଗିତ ରଖାଯାଇଛି। ଏ ନେଇ ମଧ୍ୟ ଏସିସି ସ୍ପଷ୍ଟିକରଣ ମଧ୍ୟ ଦେଇଛି। ଯାତ୍ରାକୁ ନେଇ କଟକଣା, କ୍ୱାରାଣ୍ଟାଇନ୍‌କୁ ନେଇ ନିୟମ, ବିଶ୍ୱରେ ଦେଖା ଦେଇଥିବା ସ୍ବାସ୍ଥ୍ୟ ସଙ୍କଟ, ସାମାଜିକ ଦୂରତ୍ୱକୁ ନେଇ ବିଭିନ୍ନ ସମସ୍ୟା ରହିଛି। ଏପରିସ୍ଥଳେ ଟୁର୍ନାମେଣ୍ଟ ଆୋୟାଜନ କରିବା ଏକ ବଡ଼ ଚ୍ୟାଲେଞ୍ଜ୍‌ ବୋଲି ଏସିସି ତରଫରୁ କୁହାଯାଇଛି। କେବଳ ସେତିକି ନୁହଁ ଟୁର୍ନାମେଣ୍ଟରେ ଭାଗ ନେବାକୁ ଥିବା ଖେଳାଳି, ସପୋର୍ଟ ଷ୍ଟାଫ୍‌, କମର୍ସିଆଲ ପାର୍ଟନର, ପ୍ରଶଂସକ ଓ ସାରା କ୍ରିକେଟ ଜଗତ ସ୍ବାସ୍ଥ୍ୟ ଜନିତ ସୁରକ୍ଷା ଓ ନିରାପତ୍ତା ମଧ୍ୟ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି। ସମ୍ପୂର୍ଣ୍ଣ ନିରାପତ୍ତା ମଧ୍ୟରେ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ପ୍ରାଥମିକତା ଦେଉଛୁ। ତେଣୁ ୨୦୨୧ ଜୁନ୍‌ରେ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯୋଜନା ନେଇଛୁ ବୋଲି ଏସିସି କହିଛି। ଇତିମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ର ଭବିଷ୍ୟତ ନେଇ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି। ତେଣୁ ସବୁ ପ୍ରକାର ସ୍ଥିତିକୁ ନେଇ ଏସିସି ଏହି ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୨ ଆଇପିଏଲ୍‌ ପୂର୍ବରୁ ଆର୍‌ସିବିର ବଡ଼ ଘୋଷଣା

ବାଙ୍ଗାଲୋର,୯।୧୧: ୨୦୨୨ ଆଇପିଏଲ୍‌ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପକ୍ଷରୁ କୋଚ୍‌ ପଦ ନେଇ ବଡ଼ ଘୋଷଣା କରାଯାଇଛି। ମଙ୍ଗଳବାର ଆରିସିବି ଆଗାମୀ ଦୁଇ ବର୍ଷ...

ରୋହିତ ଶର୍ମା ଶତକ ନିକଟତର: ଲଞ୍ଚ ପର୍ଯ୍ୟନ୍ତ ଭାରତ ସ୍କୋର ୧୫୧/୩

ନାଗପୁର,୧୦।୨: ନାଗପୁରରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟରେ ଭାରତ ଦୃଢ ସ୍ଥିତିରେ। ଦ୍ୱିତୀୟ ଦିନରେ ଲଞ୍ଚ ପର୍ଯ୍ୟନ୍ତ ଭାରତ ୩ ଉଇକେଟ୍‌ ହରାଇ...

ଜିଆଓଜୁନ୍‌ ସବୁଠାରୁ ବୟସ୍କ ଭାରୋତ୍ତୋଳନ ଚାମ୍ପିୟନ

ଟୋକିଓ, ୧ା୮ (ଏପି)- ଚାଇନାର ଲିୟୁ ଜିଆଓଜୁନ୍‌ ସବୁଠାରୁ ବୟସ୍କ ଭାବେ ଅଲିମ୍ପିକ୍ସ ଭାରୋତ୍ତୋଳନରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶନିବାର ପୁରୁଷ ୮୧ କେ.ଜି....

ଭାରତୀୟ ଖେଳାଳିଙ୍କ ମାଲିସ୍‌ କଲେ ପାକିସ୍ତାନ କ୍ରିକେଟର୍‌

ଦୁବାଇ,୧୮।୧୦: ଆଗାମୀ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଥି ସହିତ...

ଆରସିବିର ନୂଆ କୋଚ୍‌

ବେଙ୍ଗାଲୁରୁ, ୧୦।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସଞ୍ଜୟ ବାଙ୍ଗରଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି। ପୂର୍ବରୁ...

ବାର୍ଟିଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ

ପ୍ୟାରିସ, ୯ା୬ (ଏଏଫ୍‌ପି)- ଫ୍ରେଞ୍ଚ ଓପନ୍‌ ସିଙ୍ଗଲ୍ସ ଟାଇଟଲ ଜିତି ଆସଲେ ବାର୍ଟି ଅଷ୍ଟ୍ରେଲିଆର ଦୀର୍ଘ ୪୬ବର୍ଷ ପ୍ରତୀକ୍ଷାର ପରିସମାପ୍ତି ଘଟାଇଛନ୍ତି। ଶନିବାର ଏକ ଏକତରଫା...

ସ୍ବାମୀଙ୍କ ନାମରେ ଟାଟୁ କରିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଆଇପିଏଲର ଚଳିତ ସିଜନରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚରେ ୩୭୪ ରନ ସଂଗ୍ରହ...

ଶ୍ରୀଲଙ୍କା ୧୭୪ରେ ଅଲଆଉଟ୍‌; ଭାରତ ଦେଲା ଫଲୋଅନ୍‌

ମୋହାଲି,୬।୩: ଏଠାରେ ଚାଲୁଥିବା ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ଫଲୋଅନ୍‌ ଦେଇଛି ଭାରତ । ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି...

Advertisement
Archives

Model This Week