Posted inଖେଳ

ହୋଇଗଲା କନ୍‌ଫର୍ମ: ଏହିଦିନ ମୁହାଁମୁହିଁ ଭାରତ-ପାକିସ୍ତାନ, ୨୦ ଦିନ ଯାଏ…

ନୂଆଦିଲ୍ଲୀ,୨୬।୭: ସମସ୍ତ ବିବାଦରେ ପୂର୍ଣ୍ଣଚ୍ଛେଦ। ଖୁବ୍‌ଶୀଘ୍ର କ୍ରିକେଟ ପିଚ୍‌ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ଏସିଆ କପ୍‌ ୨୦୨୫ରେ ଏହି ଦୁଇ ଦେଶ ମଧ୍ୟରେ ମୁକାବିଲା ହେବ, ଯାହାକୁ ନେଇ ଆଧିକାରିକ ଘୋଷଣା ହୋଇସାରିଛି। ଏସିଆନ କ୍ରିକେଟ କାଉନସିଲ ଆୟୋଜିତ ଏହି ଟୁର୍ନାମେଣ୍ଟ ୯ ସେପ୍ଟେମ୍ବରରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ଖେଳାଯିବ। ନିକଟରେ ହୋଇଥିବା ଦ୍ୱନ୍ଦ୍ୱ ଓ ବଏକଟ୍‌ ଦାବି ସତ୍ତ୍ୱେ, ଭାରତ ଓ ପାକିସ୍ତାନ ଏହି ଟୁର୍ନାମେଣ୍ଟରେ ଗୋଟିଏ ଗ୍ରୁପରେ ରହିବେ ଏବଂ ୧୪ ସେପ୍ଟେମ୍ବରରେ ସେମାନଙ୍କ ମଧ୍ୟରେ ପ୍ରଥମ ମୁକାବିଲା ହେବାର ସମ୍ଭାବନା ରହିଛି। ଏହି ଟୁର୍ନାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ।
ଏସିଆନ କ୍ରିକେଟ କାଉନସିଲର ଅଧ୍ୟକ୍ଷ ତଥା ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ମୋହସିନ ନକଭି ଶନିବାର, ୨୬ ଜୁଲାଇରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଟୁର୍ନାମେଣ୍ଟର ତାରିଖ ଘୋଷଣା କରିଛନ୍ତି। ନକଭି ଲେଖିଛନ୍ତି ଯେ ଏହି ଟୁର୍ନାମେଣ୍ଟ UAEରେ ଆୟୋଜିତ ହେବ ଏବଂ ୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୮ ସେପ୍ଟେମ୍ବରରେ ଫାଇନାଲ ଖେଳାଯିବ। ଯଦିଓ ସେ ସମ୍ପୂର୍ଣ୍ଣ ସୂଚୀ ପ୍ରକାଶ କରିନାହାନ୍ତି, କିନ୍ତୁ ସୂଚୀ ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବୋଲି ସେ କହିଛନ୍ତି।
ରିପୋର୍ଟ ଅନୁସାରେ, ପ୍ରତିବର୍ଷ ପରି ଏହି ଟୁର୍ନାମେଣ୍ଟରେ ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯିବ ଏବଂ ୧୪ ସେପ୍ଟେମ୍ବରରେ ଗ୍ରୁପ ଷ୍ଟେଜରେ ସେମାନଙ୍କ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯାଇପାରେ। ଯଦି ଭାରତ ଓ ପାକିସ୍ତାନ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚନ୍ତି, ତେବେ ଦୁଇ ଦଳ ମଧ୍ୟରେ ୩ ଥର ମୁହାଁମୁହିଁ ହୋଇପାରେ। ଯଦି ଏହା ନ ହୁଏ, ତେବେ ମଧ୍ୟ ଗ୍ରୁପ ଷ୍ଟେଜ ଓ ସୁପର-୪ରେ ଦୁଇ ଥର ମୁକାବିଲା ହେବାର ସମ୍ଭାବନା ରହିଛି।
ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମୁକାବିଲା ଏକ ଏପରି ସମୟରେ ହେଉଛି, ଯେତେବେଳେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଗତ କିଛି ବର୍ଷରେ ସବୁଠୁ ଖରାପ ସ୍ତରରେ ରହିଛି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ୭ ମେ’ରେ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା। ଏହାପରେ ପାକିସ୍ତାନ ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲା, ଯାହାର ଜୋରଦାର ଜବାବ ମିଳିଥିଲା ଏବଂ ପାକିସ୍ତାନର ଅନେକ ସାମରିକ ଠିକଣା ଧ୍ୱଂସ ହୋଇଥିଲା। ଏହାପରେ ଅନ୍ତର୍ଜାତୀୟ କ୍ରିକେଟ ସ୍ତରରେ ପାକିସ୍ତାନର ସମ୍ପୂର୍ଣ୍ଣ ବଏକଟ୍‌ କରିବା ଦାବି ଉଠିଥିଲା। ଏତିକି ନୁହେଁ ବିରୋଧ ପରେ ୱାଲର୍‌ଡ ଚାମ୍ପିୟନଶିପ ଅଫ୍‌ ଲେଜେଣ୍ଡସରେ ଭାରତ-ପାକିସ୍ତାନ ମ୍ୟାଚ୍‌ ମଧ୍ୟ ବାତିଲ ହୋଇଥିଲା। ଏହି ବିବାଦ ସତ୍ତ୍ୱେ,ଏସିଆ କପ ୨୦୨୫ ଭାରତ-ପାକିସ୍ତାନ କ୍ରିକେଟପ୍ରେମୀଙ୍କ ପାଇଁ ଏକ ରୋମାଞ୍ଚକର ମୁକାବିଲା ଆଣିବ ବୋଲି ଆଶା କରାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri