ସମ୍ବଲପୁର,୨୩ା୫: ମାଲ୍ଖାନାରୁ କଫ୍ ସିରପ୍ ଚୋରି କରି ଜଣେ ASI ନିଲମ୍ବିତ ହୋଇଛନ୍ତି। ତେବେ ଟାଉନ ଥାନାରେ କାର୍ଯ୍ୟରତ ଏଏସ୍ଆଇ ବିଦ୍ୟୁତ୍ ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସ୍ପି। ସେ ମାଲଖାନାରୁ ଜବତ ୨ ପେଟି କଫ୍ ସିରପ ଚୋରି କରିଥିଲେ। କିଛି ଦିନ ତଳେ କନଷ୍ଟେବଳରୁ ଏଏସ୍ଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ୍।