ସୁନ୍ଦରଗଡ,୧୩।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ବଡ଼ଗାଁ ଥାନା ପୋଲିସ, ଏଏସ୍ଆଇ ଅରୂପା ନନ୍ଦ ଦାସ ଗୁରୁବାର ସନ୍ଧ୍ୟାରେ ଜଣେ ଢାବା ମାଲିକଙ୍କଠାରୁ ୨୫,୦୦୦ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ଶୁକ୍ରବାର ତାଙ୍କୁ ଗିରଫ କରାଯାଇ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ଏହି ସମ୍ପର୍କରେ, ଓଡ଼ିଶା ଭିଜିଲାନ୍ସ ଏଏସ୍ଆଇ ଦାସଙ୍କ ବିରୋଧାର ରାଉରକେଲା ଭିଜିଲାନ୍ସ ଥାନା କେସ ନମ୍ବର ୧/୧୧.୩.୨୦୨୬ U/s-୭PC (ସଂଶୋଧନ) ଆଇନ ଅନୁଯାୟୀ ମାମଲା ରୁଜୁ କରିଛି।
ଭିଜିଲାନ୍ସ ହାତରେ ଧରାପଡିବା ପରେ ତୁରନ୍ତ ଭିଜିଲାନ୍ସ ଅଧିକାରୀମାନେ ଏଏସଆଇ ଦାସଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ,ଦାସଙ୍କ ଭୁବନେଶ୍ୱର ଏବଂ ବଡ଼ଗାଁ ସରକାରୀ କ୍ୱାଟର୍ସରୁ ନଗଦ୩ ଲକ୍ଷ ୩୧ହଜାର ୩୧୬ଟଙ୍କା ଟଙ୍କା ଜବତ କରାଯାଇଥିଲା। ଏହା ବ୍ୟତୀତ, ସେ ଗତ ବର୍ଷ ମେ ମାସରେ ଭିଏତନାମା ଗସ୍ତ କରିଥିବା ଜଣାପଡିଥିଲା। ଏହା ସହିତ, ତାଙ୍କ ପାଖରେ ଭିଏତନାମା ଏବଂ ନେପାଳର କିଛି ବିଦେଶୀ ମୁଦ୍ରା ଥିବା ଜଣାପଡିଛି।

