ଆରୋନ୍‌ ଫିଞ୍ଚ୍‌ଙ୍କୁ ଚେତାବନୀ ଦେଇ ଛାଡ଼ିଲେ ଅଶ୍ୱିନୀ

ଦୁବାଇ, ୬।୧୦: ଆଇପିଏଲ୍‌ ଚଳିତ ସଂସ୍କରଣରେ ସୋମବାର ଅନୁଷ୍ଠିତ ଏକ ହାଇସ୍କୋରିଂ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୫୯ ରନରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୧୯୫ ରନ କରିଥିଲା। ଜବାବରେ ବାଙ୍ଗାଲୋର ୧୩୭ ରନ କରିବାକୁ ସମର୍ଥ ହୋଇଥିଲା। ଏହି ମ୍ୟାଚ୍‌ରେ ଦିଲ୍ଲୀର ପ୍ରମୁଖ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଉଇକେଟ୍‌ ହାସଲ କରିପାରି ନ ଥିଲେ ମଧ୍ୟ ଭିନ୍ନ ଏକ କାରଣ ଲାଗି ଚର୍ଚ୍ଚାରେ ରହିଥିଲେ।


ଇନିଂସର ୩ୟ ଓଭରରେ ଅଶ୍ୱିନୀ ବୋଲିଂ କରିଥିଲେ। ଏହି ସମୟରେ ଏକ ବଲ୍‌ ଅଶ୍ୱିନଙ୍କ ହାତରୁ ରିଲିଜ୍‌ ହୋଇ ନ ଥିବାବେଳେ ନନ୍‌-ଷ୍ଟ୍ରାଇକରେ ଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆରୋନ୍‌ ଫିଞ୍ଚ୍‌ କ୍ରିଜ ଛାଡ଼ି ବାହାରକୁ ଚାଲିଯାଇଥିଲେ। ଏହି ସମୟରେ ଅଶ୍ୱିନ ବଲ୍‌କୁ ନ ପକାଇ ହାତରେ ରଖି ଦେଇଥିଲେ ଏବଂ ଫିଞ୍ଚ୍‌ଙ୍କୁ କ୍ରିଜ୍‌ ଭିତରରେ ରହିବାକୁ ଚେତାବନୀ ଦେଇ ‘ମଙ୍କଡିଙ୍ଗ୍‌’ ଆଉଟ୍‌ ନ କରିଛାଡ଼ି ଦେଇଥିଲେ। ଏଠାରେ ସ୍ମରଣଯୋଗ୍ୟ, ଗତ ବର୍ଷ ଆଇପିଏଲ୍‌ରେ ଅଶ୍ୱିନ ରାଜସ୍ଥାନ ବ୍ୟାଟ୍ସମ୍ୟାନ ଜୋଶ୍‌ ବଟ୍‌ଲରଙ୍କୁ ସମାନ ଢଙ୍ଗରେ ‘ମଙ୍କଡିଙ୍ଗ୍‌’ ଆଉଟ୍‌ କରି ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଯାହାକୁ ନେଇ ସେତେବେଳେ ଖୁବ୍‌ ବିତର୍କ ହୋଇଥିଲା। ଏପରିକି କେତେକ ପୂର୍ବତନ ଖେଳାଳି ଏଭଳି ଆଉଟ୍‌କୁ ଖେଳ ଭାବନାର ବିପରୀତ ବୋଲି କହିଥିଲେ। ତେବେ ଚଳିତ ଥର ଫିଞ୍ଚ୍‌ଙ୍କୁ ଚେତାବନୀ ଦେଇ ଛାଡ଼ିବା ପରେ ଅଶ୍ୱିନ ଟୁଇଟ୍‌ କରି କହିଛନ୍ତି, ‘ମୁଁ ସ୍ପଷ୍ଟ ଭାବେ କହିଦେଉଛି, ୨୦୨୦ ଆଇପିଏଲ୍‌ରେ ଏହା ପ୍ରଥମ ଓ ଅନ୍ତିମ ଚେତାବନୀ। ଏହାେ ମୁଁ ଆନୁଷ୍ଠନିକ ଭାବେ ଚେତାବନୀ ଦେଉଛି। ପରେ ମୋତେ ଆଉ କେହି ଦୋଷ ଦେବେ ନାହିଁ।’


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri