Posted inଖେଳ

ଜଣାପଡ଼ିଲା କାରଣ, ୧୨ ବର୍ଷ ପୁରୁଣା ପ୍ରତିଶ୍ରୁତି ଭାଙ୍ଗିବା ଯୋଗୁ ଅବସର ନିଷ୍ପତ୍ତି ନେଲେ ଅଶ୍ୱିନ!

ନୂଆଦିଲ୍ଲୀ,୨୦।୧୨: ୧୮ ଡିସେମ୍ବର ୨୦୨୪ ଦିନ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ଲାଗି ଅଭୂଲା। କାରଣ ଏହି ଦିନ ଟିମ୍‌ ଇଣ୍ଡିଆ ବ୍ରିସବେନ୍‌ ଟେଷ୍ଟକୁ ଡ୍ର’ କରିବାରେ ସଫଳ ହୋଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ସନ୍ନ୍ୟାସ ଘୋଷଣା କରି ପୁରା ଦେଶକୁ ଚମକାଇଥିଲେ। ସିରିଜ ମଝିରେ ତାଙ୍କର ଏଭଳି ନିଷ୍ପତ୍ତିକୁ ନେଇ ଅନେକେ ପ୍ରଶ୍ନ ଉଠାଇଥିଲେ। ଏହାପରେ ସମସ୍ତେ ତାଙ୍କର ଏଭଳି ନିଷ୍ପତ୍ତି ପଛରେ କ’ଣ କାରଣ ତାହା ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ବୋଧହୁଏ ଏହାର ଅସଲ କାରଣ ସେ ନିଜ ସହ କରିଥିବା ପ୍ରତିଶ୍ରୁତି, ଯାହାକୁ ସେ ପାଳନ କରିବାକୁ ବିଫଳ ହୋଇଛନ୍ତି।

ଅଶ୍ୱିନ ୧୨ ବର୍ଷ ପୂର୍ବେ ନିଜକୁ ଏକ ପ୍ରତିଶ୍ରୁତି ଦେଇଥିଲେ, ଯାହାକି ଚଳିତ ବର୍ଷ ଭାଙ୍ଗି ଯାଇଛି। ଏହା ତାଙ୍କ ସନ୍ନ୍ୟାସ ନେବାର କାରଣ ବୋଲି କୁହାଯାଇଛି। ଏହା ଥିଲା ଭାରତରେ ପୁଣି କୌଣସି ସିରିଜରେ ପରାଜିତ ନ ହେବା। ବିସିସିଆଇ ତରଫରୁ ଶେୟାର କରାଯାଇଥିବା ସ୍ବତନ୍ତ୍ର ଭିଡିଓରେ ନିଜେ ଅଶ୍ୱିନ ଏନେଇ କହିଛନ୍ତି। ୨୦୧୨ରେ ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜରେ ଟିମ୍‌ ଇଣ୍ଡିଆ ପରାଜିତ ହୋଇଥିଲା। ଏହା ମୋ କ୍ୟାରିୟରର ଆରମ୍ଭ ଥିଲା। ନିଜକୁ କହିଥିଲି ଯେ ପୁଣି ଥରେ କେବେ  ଆମେ ଘରେ ହାରିବୁ ନାହିଁ। ନିଜେ ମୁଁ ଏହି ପଣ ନେଇଥିଲି ବୋଲି ଅଶ୍ୱିନ କହିଛନ୍ତି।

ଗତ ମାସରେ ଅଶ୍ୱିନ ନିଜର ପ୍ରତିଜ୍ଞା ପୂରଣ କରି ପାରି ନ ଥିଲେ। କାରଣ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ପରାଜିତ ହୋଇଥିଲା। ଏହା କେବଳ ପରାଜୟ ନ ଥିଲା, ପ୍ରଥମ ଥର ଲାଗି ନ୍ୟୁଜିଲାଣ୍ଡ ଏଭଳି କାରନାମା କରି ଇତିହାସ ରଚିଥିଲା। ଏହି ପରାଜୟ ଅଶ୍ୱିନଙ୍କୁ ବଡ଼ ଧକ୍କା ପହଞ୍ଚାଇଥିଲା। ଏଥିଲାଗି ସେ ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି।

 

View this post on Instagram

 

A post shared by Team India (@indiancricketteam)


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?