Posted inଖେଳ

ବିକ୍ରି ହୋଇପାରିଲେନି ଅଶ୍ୱିନୀ

ଦୁବାଇ,୩ା୧୦: ଆଇଏଲ୍‌ଟି୨୦ ଖେଳାଳି ନିଲାମିରେ ଭାରତର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବିକ୍ରି ହୋଇ ପାରିନାହାନ୍ତି। ଟୁର୍ନାମେଣ୍ଟ ପାଇଁ ଅଶ୍ୱିନ ଏକ ମାତ୍ର ଖେଳାଳି ଯାହାଙ୍କର ବେସ୍‌ ପ୍ରଇସ୍‌ ୬ ଅଙ୍କ ବିଶିଷ୍ଟ ୧୨୦,୦୦୦ ଆମେରିକୀୟ ଡଲାର ରହିଥିଲା। ମାତ୍ର କୌଣସି ଦଳ ତାଙ୍କୁ କ୍ରୟ କରିବାକୁ ରାଜି ହୋଇ ନ ଥିଲେ। କିନ୍ତୁ ସେ ଚାହିଁଲେ ଓ୍ବାଇଲ୍ଡ କାର୍ଡ ହିସାବରେ କୌଣସି ଦଳ ସହିତ ଚୁକ୍ତି କରିପାରନ୍ତି।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଅବସର ଘୋଷଣା କରି ବା ବରେ ବିଦେଶରେ ଫ୍ରାଞ୍ଚାଇଜ ପ୍ରତିଯୋଗିତାରେ ଖେଳିବା ଲାଗି ତାଙ୍କ ପାଇଁ ରାସ୍ତା ଖୋଲିଯାଇଥିଲା। ସେ ସଂଯୁକ୍ତ ଆର ଏମିରେଟ୍ସ (ୟୁଏଇ) ଭିତ୍ତିକ ଲିଗ୍‌ରେ ଖେଳିବା ଲାଗି ତାଙ୍କ ନାମ ପଞ୍ଜିକୃତ କରିଥିଲେ। ସେ ପୁରା ସିଜନ ପାଇଁ ଲପଲବ୍ଧ ହେବେ ବୋଲି ସ୍ପଷ୍ଟ କରିଦେଇଥିଲେ।

୩୯ ବର୍ଷୀୟ ଏହି କ୍ରିକେଟର ଗତ ସପ୍ତାହରେ ବିଗ୍‌ ବାଶ ଲିଗ୍‌ ପାଇଁ ସିଡ୍‌ନୀ ଥଣ୍ଡର ସହିତ ଚୁକ୍ତି କରଛନ୍ତି। ଫଳତଃ ସେ ପ୍ରଥମ ଭାରତୀୟ ହାଇପ୍ରୋଫାଇଲ କ୍ରିକେଟର ଭାବେ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି। ଗତବର୍ଷ ଭାରତର ଅଷ୍ଟ୍ରେଲିଆ ଟୁର୍‌ ଚାଲିଥିବା ବେଳେ ଅଶ୍ୱିନ ଏହାର ମଧ୍ୟ ଭାଗରେ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଥିଲେ।

ନିଲାମି ବେଳେ ପୂର୍ବ ବିଦର୍ଭ ଅଫ୍‌ ସ୍ପିନର ତଥା ରଣଜୀ ଟ୍ରଫି ବିଜେତା ଅକ୍ଷୟ ଓ୍ବାଖାରେଙ୍କ ସହିତ ଦୁବାଇ କ୍ୟାପିଟାଲ୍ସ ଚୁକ୍ତି ସ୍ବାକ୍ଷର କରିଛି। ସେହିପରି ବର୍ତ୍ତମାନ ଆମେରିକାରୁ ଖେଳୁଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଉନ୍ମୁକ୍ତ ଚାନ୍ଦଙ୍କୁ ଆବୁଧାବି ନାଇଟ ରାଇଡର୍ସ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସ୍‌ ଭୋଟିଂ କରିଥିବା ବିଧାୟକଙ୍କୁ ବାସଭବନରେ ପୋଲିସ ସୁରକ୍ଷା

ଭୁବନେଶ୍ୱର, ୧୭।୩(ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରିଛନ୍ତି ବୋଲି ଅଭିଯୋଗ ଆସିଥିବା ୧୧ ବିଧାୟକଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। କଂଗ୍ରେସର…

ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ: ନବଙ୍କୁ ନେଇ ବିଜେଡି-ଭାଜପା ବିଧାୟକ ଗୋଡ଼ାଗୋଡ଼ି

ଭୁବନେଶ୍ୱର,୧୭।୩(ରବିନାରାୟଣ ଜେନା): ରାଜ୍ୟ ସଭା ନିର୍ବାଚନର ଭୋଟ ଗ୍ରହଣ ବେଳେ ସୋମବାର ଅପରାହ୍ନରେ ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ପରିଲକ୍ଷିତ ହୋଇଛି। କେହି କିଛି ବୁଝିବା ପୂର୍ବରୁ…

ରାଜ୍ୟ ସଭା ଫଳାଫଳ ପରେ ନବୀନଙ୍କୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଚହଳ

ଭୁବନେଶ୍ୱର, ୧୭।୩ (ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନରେ ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର ଏବଂ ଶାସକ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ…

ଟ୍ରମ୍ପ କଲେ ବଡ଼ ଦାବି, କହିଲେ ଏହିଦିନ ଶେଷ ହେବ ଇରାନ ସହ ଯୁଦ୍ଧ!

ଓ୍ବାଶିଂଟନ,୧୭।୩: ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଇରାନ ସହିତ ଚାଲିଥିବା ସଂଘର୍ଷ ଖୁବ ଶୀଘ୍ର ଶେଷ ହେବ, କିନ୍ତୁ ସେ ସ୍ପଷ୍ଟ କରିଛନ୍ତି…

ଭୋଟର୍ସ ଲିଷ୍ଟ ସଂଶୋଧନ ପାଇଁ କଡ଼ା ନିର୍ଦ୍ଦେଶ, ଭୋଟର୍ସଙ୍କ ନାଁ ତାଳମେଳ ନଥିଲେ ଏହି ତାରିଖ ସୁଦ୍ଧା କରନ୍ତୁ ଆବେଦନ, ନଚେତ୍‌…

କେସିଙ୍ଗା,୧୭।୩(ତୁମେଶ୍ୱର ସାହୁ) : କଳାହାଣ୍ଡି ଜିଲା କେସିଙ୍ଗା ଏନଏସିରେ ସ୍ବତନ୍ତ୍ର ସଂଘନ ସଂଶୋଧନ ( ଏସଆଇଆର) ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀଙ୍କ ନେତୃତ୍ୱରେ ଭୋଟର୍ସ ଲିଷ୍ଟ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri