ନବୀନଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା, ଅଶୋକ ପଣ୍ଡା କହିଲେ ଯେବେ ଯାଏ ନବୀନ ଅଛନ୍ତି…

ଭୁବନେଶ୍ବର,୧।୧: ନୂଆବର୍ଷର ପ୍ରଥମ ଦିନରେ ପୁଣି ଥରେ ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ବଢ଼ିଛି ।ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପରେ ମୁହଁ ଖୋଲିଛନ୍ତି ଅଶୋକ ପଣ୍ଡା । ବିଜେଡି, ନବୀନ ପଟ୍ଟନାୟକ ଆମ ପାଇଁ ସବୁ କିଛି ବୋଲି ସେ କହିଛନ୍ତି ।

ତେବେ ଉତ୍ତରାଧିକାରୀଙ୍କୁ ନେଇ ସେ କହିଛନ୍ତି ଯେ, ସବୁଠାରୁ ବଡ଼ କଥା ହେଲା ଗ୍ରହଣୀୟତା । ଓଡିଶା ଲୋକ ନବୀନ ବାବୁଙ୍କୁ ଗ୍ରହଣ କଲେ, ବିଜୁ ବାବୁ କଣ ତାଙ୍କୁ ବାଛିଥିଲେ । ଯାହାକୁ ଓଡ଼ିଶାବାସୀ ଗ୍ରହଣ କରିବେ, ସିଏ ହିଁ ଓଡ଼ିଶାବାସୀଙ୍କ ସ୍ଵାର୍ଥ ଜଗିବ । ଦଳରେ ସମସ୍ତେ ଗୋଟିଏ କଥା କହୁଛନ୍ତି, ନବୀନ ବାବୁ ଆମର ନେତା । ଯେବେ ଯାଏ ନବୀନ ଅଛନ୍ତି ସେ ଯାଏ ଅନ୍ୟ କଥା ଆଲୋଚନା କାହିଁକି । ତେବେ ନବୀନ ବାବୁ କହିଛନ୍ତି ଓଡ଼ିଶାବାସୀ ଉତ୍ତରାଧିକାରୀ ବାଛିବେ ।

 

Dharitri – Odisha’s No.1 Odia Daily

Share