Posted inଜାତୀୟ

ଦୁଇଦିନ ପରେ ଗେହଲଟଙ୍କର ହେବ ଶକ୍ତି ପରୀକ୍ଷା!

ଜୟପୁର,୧୯।୭: ରାଜସ୍ଥାନ ରାଜନୀତିରେ ଆସିଥିବା ପରିବର୍ତ୍ତନ ପରେ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଥିଲେ। ଏଥିରେ ସେ ତାଙ୍କ ସମର୍ଥନରେ ଥିବା ବିଧାୟକଙ୍କୁ ନେଇ ଦାବି ଉପସ୍ଥାପନ କରିଥିଲେ। ରାଜଭବନ ପକ୍ଷରୁ ଏହା ଏକ ଔପଚାରିକ ସାକ୍ଷାତ୍‌କାର ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ସୋମବାର ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତାକୁ ନେଇ ରାଜସ୍ଥାନ ହାଇକୋର୍ଟରେ ଶୁଣାଣି ହେବ। ଏହା ପୂର୍ବରୁ କୋର୍ଟ ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ନେଇ ଜାରି କରାଯାଇଥିବା ନୋଟିସକୁ ସ୍ଥଗିତ ରଖିଥିଲେ। ଯଦି ସୋମବାର କୋର୍ଟ ବିଧାୟକଙ୍କ ନୋଟିସକୁ ନେଇ ଶୁଣାଣି କରନ୍ତି ତେବେ ବୁଧବାର ବିଧାନସଭା ଅଧିବେଶନ ଡକାଯାଇପାରେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ଗେହଲଟ ରାଜ୍ୟପାଳଙ୍କ ସହ ସାକ୍ଷାତ୍‌ କରିବା ସମୟରେ ବିଧାନସଭା ଅଧିବେଶନ ସମ୍ପର୍କରେ ସୂଚନା ଦେଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଗେହଲଟ ତାଙ୍କ ସପକ୍ଷରେ ୧୦୩ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି। ଏମାନଙ୍କ ମଧ୍ୟରୁ କଂଗ୍ରେସର ୮୮ ବିଧାୟକ ରହିଛନ୍ତି। ଅନୁମାନ କରାଯାଉଛି କି ବୁଧବାର ଶକ୍ତି ପରୀକ୍ଷା ପରେ ଗେହଲଟଙ୍କ ସରକାର ଉପରେ ଛାଇ ଯାଇଥିବା କଳା ବାଦଲ ହଟିଯିବା ସହ ସେ ପୁଣିଥରେ ଶାସନ ଡୋର ସମ୍ଭାଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କିତ ଶର୍ମା ହତ୍ୟା ମାମଲା: ୭ ଦିନ ପାଇଁ ପୋଲିସ ହାଜତକୁ ଗଲେ ତାହିର

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ଦଙ୍ଗା ବେଳେ ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରିବା ଅଭିଯୋଗରେ ଆମ ଆଦମୀ ପାର୍ଟି(ଏଏପି)ରୁ ନିଲମ୍ବିତ ହୋଇଥିବା କାଉନ୍‌ସିଲର ତାହିର ହୁସେନଙ୍କୁ...

ଭାରତ ସରକାରଙ୍କୁ ପ୍ରଶଂସା କଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ/ନୂଆଦିଲ୍ଲୀ,୫ା୧୦: ବିଶ୍ୱବ୍ୟାଙ୍କର ସଭାପତି ଡେଭିଡ ମାଲପାସ କହିଛନ୍ତି, ବିଶ୍ୱରେ ମହାମାରୀ କରୋନା ସଙ୍କଟରେ ଗରିବ ଏବଂ ଅସହାୟ ଲୋକଙ୍କୁ ଭାରତର ସହାୟତା ଅତୁଳନୀୟ। ଭାରତ ପରି...

କର୍ନାଟକ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୬୫ ପ୍ରତିଶତ ମତଦାନ, ସାଢେ ୬ଟାରେ ଏକଜିଟ ପୋଲ

ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନସଭା ପାଇଁ ସମସ୍ତ ୨୨୪ ଆସନରେ ଭୋଟ ଗ୍ରହଣ ଜାରି ରହିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଭୋଟ ଗ୍ରହଣ ପାଇଁ ସମସ୍ତ ସୁରକ୍ଷା...

ତୁଷାର ଝଡ଼: ୩ ଯବାନ ଶହୀଦ୍‌; ୫ ସାଧାରଣ ଲୋକଙ୍କ ମୃତ୍ୟୁ

ଶ୍ରୀନଗର,୧୪।୧: ଉତ୍ତର କଶ୍ମୀରରେ ଦୀର୍ଘ ୪୮ ଘଣ୍ଟା ଧରି ଜାରି ରହିଥିବା ତୁଷାର ଝଡ଼ରେ ସାଧାରଣ ଜୀବନ ଯାତ୍ରା ଠପ୍‌ ହୋଇ ଯାଇଛି। ତୁଷାର ଝଡ଼...

‘ରାଜ୍ୟରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ’

ମୁମ୍ବାଇ,୨୫।୬: ମହାରାଷ୍ଟ୍ରର ରାଜନୀତି ବର୍ତ୍ତମାନ ସରଗରମ ରହିଥିବା ବେଳେ ଦିନକୁ ଦିନ ଅସ୍ଥିରତା ବୃଦ୍ଧି ପାଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରଙ୍କ ସମେତ ଦଳକୁ ବଞ୍ଚାଇବାକୁ...

ଆନ୍ଧ୍ରରେ ମହଙ୍ଗା ହେଲା ମଦ

ନୂଆଦିଲ୍ଲୀ, ୬ା୫: ଲକ୍‌ଡାଉନ୍‌ ଅବଧି ତୃତୀୟ ଥର ଲାଗି ବଢ଼ିଥିବା ବେଳେ ଆନ୍ଧ୍ରପ୍ରଦେଶରେ ମଦ ଦର ପୁଣି ୫୦% ମହଙ୍ଗା ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ...

ବନ୍ୟା ପରେ ଏବେ ଚିନ୍ତାରେ ପକାଇଛି ଡେଙ୍ଗୁ

ପାଟନା,୬।୧୦: ବିହାରରେ ଚଳିତ ବର୍ଷ ବନ୍ୟାରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବା ସହ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ...

୬ ବର୍ଷରେ ପେଟ୍ରୋଲ ଉପରେ ଦୁଇ ଗୁଣ ଟିକସ

ନୂଆଦିଲ୍ଲୀ,୨୫।୭: ଗତ ୬ ବର୍ଷରେ ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଟିକସ ପ୍ରାୟ ଦୁଇ ଗୁଣ ବଢ଼ି ୮୮ ପ୍ରତିଶତରେ ପହଞ୍ଚିଛି। ଏହି କାରଣରୁ ସାରା...

Advertisement
Archives

Model This Week