ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ ୪୩.୬ ଡିଗ୍ରୀ, ଝାରସୁଗୁଡା ୪୨.୬ ଡିଗ୍ରୀ,ବାଲେଶ୍ୱର ୪୨.୨ ଡିଗ୍ରୀ,ସମ୍ବଲପୁର: ୪୧.୭ ଡିଗ୍ରୀ, ହୀରାକୁଦ ୪୧.୪, ଚାନ୍ଦବାଲି ୪୧.୨ ଡିଗ୍ରୀ, କେନ୍ଦୁଝର ୪୦.୯ ଡିଗ୍ରୀ , ରାଉରକେଲା: ୪୦.୨ଡିଗ୍ରୀ , ପାରାଦ୍ୱୀପ ୩୬.୩ ଡିଗ୍ରୀ, ପୁରୀ : ୩୫ ଡିଗ୍ରୀ ଏବଂ ଗୋପାଳପୁର ୩୪.୮ ଡିଗ୍ରୀ ରେକର୍ଡ ହୋଇଛି।

ଭୀଷଣ ଉତ୍ତାପକୁ ନଜରରେ ରଖି ଆସନ୍ତା ଦୁଇଦିନ ରାଜ୍ୟର କେତେକ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ମୟୂରଭଞ୍ଜ, ନୟାଗଡ, ଗଜପତି ଓ ନୂଆପଡା ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତ୍‌‌ସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, ଢ଼େଙ୍କାନାଳ, ଅନୁଗୁଳ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, ଝାରସୁଗୁଡା, ବରଗଡ, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ କେନ୍ଦ୍ରର ଆକଳନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଆଜିଠୁ ୩ ଦିନ ପାଇଁ ବନ୍ଦ ରଖିଛନ୍ତି।

Share
Tags: odisha