ଫେବୃୟାରୀ ସୁଦ୍ଧା ୧୪,୯୪୯ କୋଟିର ଜିଏସ୍‌ଟି ଆଦାୟ

ଭୁବନେଶ୍ୱର,୨୯ା୩(ବ୍ୟୁରୋ):ରାଜ୍ୟରେ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ସଂଗ୍ରହ ବଢ଼ିଚାଲିଛି। କେବଳ କରୋନା ମହମାରୀ ଯୋଗୁ ୨୦୨୦-୨୧ ବର୍ଷରେ ଏହି ରାଜସ୍ବ ସଂଗ୍ରହ ସାମାନ୍ୟ ହ୍ରାସ ପାଇଥିଲା। ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ୨୦୧୭ ଜୁଲାଇ ୧ରୁ ସାରା ଦେଶରେ ଜିଏସ୍‌ଟି ପ୍ରଚଳିତ ହୋଇଛି। ଏଥିରେ ମୂଲ୍ୟ ଯୁକ୍ତ କର (ଭାଟ୍‌), କେନ୍ଦ୍ରୀୟ ବିକ୍ରି କର (ସେଣ୍ଟ୍ରାଲ ସେଲ୍‌ସ ଟ୍ୟାକ୍ସ), ପ୍ରବେଶ କର, ପ୍ରମୋଦ କର, ଫରେଷ୍ଟ ଡେଭଲପ୍‌ମେଣ୍ଟ ଟ୍ୟାକ୍ସ ଇତ୍ୟାଦି ରାଜ୍ୟ ଆଦାୟ କରୁଥିବା କର ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ (ସେଣ୍ଟ୍ରାଲ ଏକ୍ସାଇଜ ଡ୍ୟୁଟି), ସେବା କର ଇତ୍ୟାଦି କେନ୍ଦ୍ରୀୟ କର ମିଶ୍ରଣ ହୋଇଛି। ୬ଟି ଦ୍ରବ୍ୟ ଯଥା-ଅଶୋଧିତ ତୈଳ, ପେଟ୍ରୋଲ୍‌, ଡିଜେଲ୍‌, ପ୍ରାକୃତିକ ଗ୍ୟାସ୍‌, ବିମାନ ଇନ୍ଧନ ଏବଂ ମଦ ଜିଏସ୍‌ଟି ମଧ୍ୟରେ ଅନ୍ତର୍ଭୁକ୍ତ ହୋଇନାହିଁ। ଏହି ୬ ଦ୍ରବ୍ୟ ଉପରୁ ଭାଟ୍‌ ଆଦାୟ ହେଉଛି। ରାଜ୍ୟ ସରକାର ୨୦୧୭-୧୮ ଆର୍ଥିକ ବର୍ଷର ୨୦୧୭ ଜୁଲାଇ ୧ରୁ ୨୦୧୮ ମାର୍ଚ୍ଚ ୩୧ ମଧ୍ୟରେ ୬,୬୦୯ କୋଟି ୨୭ ଲକ୍ଷ ଟଙ୍କାର ଜିଏସ୍‌ଟି ଆଦାୟ କରିଛନ୍ତି। ସେଥିରେ ଏସ୍‌ଜିଏସ୍‌ଟି ବାବଦକୁ ୩,୭୪୯ କୋଟି ୯୪ ଲକ୍ଷ ଟଙ୍କା ଏବଂ ଆଇଜିଏସଟି ବାବଦକୁ ୨,୮୫୯ କୋଟି ୩୩ ଲକ୍ଷ ଟଙ୍କା ଅନ୍ତର୍ଭୁକ୍ତ ଥିବା ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ୧୧,୯୪୨ କୋଟି ୫୮ଲକ୍ଷ ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ସେଥିରେ ଏସ୍‌ଜିଏସଟି ୬,୫୬୬ କୋଟି ୬୯ଲକ୍ଷ ଏବଂ ଆଇଜିଏସ୍‌ଟି ୫,୩୭୫ କୋଟି ୮୯ଲକ୍ଷ ଟଙ୍କା ଅନ୍ତର୍ଭୁକ୍ତ। ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ୧୩,୨୦୩.୫୧ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିଛନ୍ତି। ସେଥିରେ ୮,୪୫୩.୬୭ କୋଟି ଏସ୍‌ଜିଏସ୍‌ଟି ଏବଂ ୪,୭୪୯.୮୪ କୋଟି ଆଇଜିଏସ୍‌ଟି ଆଦାୟ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ସରକାର ୧୩,୦୪୩ କୋଟି ୧୯ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିଛନ୍ତି। ସେଥିରେ ଏସ୍‌ଜିଏସ୍‌ଟି ପରିମାଣ ୮,୨୯୧.୭୮ କୋଟି ଟଙ୍କା ଥିବାବେଳେ ୪,୭୫୧.୪୧ କୋଟି ଟଙ୍କା ଆଇଜିଏସ୍‌ଟି ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଫେବୃୟାରୀ ୨୦୨୨ ଶେଷ ସୁଦ୍ଧା ୧୪,୯୪୯ କୋଟି ୫୪ଲକ୍ଷ ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ସେଥିରେ ଏ୍‌ଜିଏସ୍‌ଟି ବାବଦକୁ ୧୧,୩୮୬.୭୫ କୋଟି ଏବଂ ଆଇଜିଏସ୍‌ଟି ବାବଦକୁ ୩,୫୬୨.୭୯ କୋଟି ଟଙ୍କା ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri