ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ ପଟ୍ଟନାୟକଙ୍କୁ ମୋର କିଛି ପଚାରିବାକୁ ଇଚ୍ଛା ନାହିଁ କି ଆଶା ନାହିଁ ବୋଲି କହିଛନ୍ତି ବିଜେଡିରୁ ବିତାଡ଼ିତ ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ବିଧାନସଭାରେ ଯଦି ନବୀନ ପଟ୍ଟନାୟକ ଦେଖା ହୁଅନ୍ତି ତାହେଲେ ସମ୍ମାନ ଜଣାଇବି । ନବୀନ ବାବୁଙ୍କ ଠାରୁ ଉତ୍ତର ପାଇବା ନେଇ କିଛି ଲକ୍ଷ୍ୟ ରଖି ନାହିଁ ।” ତେବେ ସସପେଣ୍ଡ ନେଇ ବିଜେଡି ସୁପ୍ରିମୋ ଯେଉଁ ମତ ଦେଇଥିଲେ ତାହା ଭୁଲ ବୋଲି କହିଥିଲେ ଅରବିନ୍ଦ । ଆଜି ସେ ପୁଣି ସେହି କଥାକୁ ଦୋହରାଇଛନ୍ତି । ସେହିପରି ନିଜ ନିର୍ବାଚନ ମଣ୍ଡଳୀରେ ନିଜ ଦଳର ବିରୋଧୀ ମେଳି ନେଇ ମତ ରଖିଛନ୍ତି । ସେମାନେ କୁଚକ୍ରୀ ଗୋଷ୍ଠୀ, ସେମାନଙ୍କ ପାଇଁ ନିର୍ବାଚନରେ ଭୋଟ ହାର କମିଲା ବୋଲି କହି ଟାର୍ଗେଟ କରିଛନ୍ତି ।

ତେବେ ଗତ କିଛି ଦିନ ପୂର୍ବରୁ ସେ ଏକ ବୟାନ ଦେଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ମୁଁ ଏବେ ସ୍ବାଧୀନ,ବିଧାନସଭାରେ ସ୍ବାଧୀନ ଭାବେ ପ୍ରସଙ୍ଗ ଉଠାଇବି ବୋଲି ବୋଲି କହିଥିଲେ ।

 

Dharitri – Odisha’s No.1 Odia Daily

 

Share