ଭୁବନେଶ୍ୱର, ୧୮।୧: ରାଜନୀତିରେ ରୋଚକ ଦୃଶ୍ୟ। ଗୋଟିଏ ଫ୍ରେମରେ ବିଜେଡି-ଭାଜପା ନେତା। ଫଟୋରେ ନଜର ଆସିଛନ୍ତି ନିଲମ୍ୱିତ ନେତା ଅରବିନ୍ଦ ମହାପାତ୍ର। ରାଜନୀତିରେ ଘୋର ବିରୋଧୀ ହୋଇଥିଲେ ମଧ୍ୟ ଭାଇରାଲ ଫଟୋ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଫଟୋରେ ନଜର ଆସିଛନ୍ତି ବରିଷ୍ଠ ନେତା ରାଜା ସ୍ୱାଇଁ, ହିମାଶୁଂ ଶେଖର ସାହୁ, ଆକାଶ ଦାସ ନାୟକ ଭାଜପା ବିଧାୟିକା ଉପାସନା। ଏକ ବିବାହ ଭୋଜି ଅବସରରେ ଏହି ଫଟୋ ଉଠାଯାଇଛି। ଯେଉଁଥିରେ ନିଲମ୍ୱିତ ନେତା ଅରବିନ୍ଦ ମହାପାତ୍ର ମଧ୍ୟ ଅଛନ୍ତି।
ଅରବିନ୍ଦଙ୍କ ନିଲମ୍ୱନକୁ ନେଇ କାରଣ ଖୋଜା ଚାଲିଥିବାବେଳେ ଏହି ଫଟୋ ଓଡ଼ିଶା ରାଜନୀତିକୁ ସରଗରମ ହୋଇଛି।
କିଛିଦିନ ତଳେ ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ର ଶେଷରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସବୁଦିନ ମୋ ବିରୋଧରେ ନୂଆ ନୂଆ ଅଭିଯୋଗ ଆଣୁଛି ବିଜେଡି। ତେବେ ବିଜେଡିର ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ସେ କହିଛନ୍ତି, ଗୋଟିଏ କାଗଜ ଫର୍ଦ୍ଦରେ ସବୁ ଅଭିଯୋଗ ଲେଖିକି ଆଣନ୍ତୁ, ମିଡିଆରେ ପ୍ରତିକ୍ରିୟା ରଖନ୍ତୁ। ମୁଁ ସବୁ ଅଭିଯୋଗର ଉତ୍ତର ରଖିବି। ନବୀନଙ୍କ ସହ କଥା ହେବାକୁ ଚେଷ୍ଟା କରିବି। ତା’ ପରେ ଉତ୍ତର ରଖିବି ବୋଲି ଅରବିନ୍ଦ କହିଛନ୍ତି।