ଭୁବନେଶ୍ୱର,୧୫।୧୨: ଅତୀତ କଥା ମନେ ପକାଇଲେ ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା। ଅତୀତରେ କେମିତି ଲୋକଙ୍କ ପାଇଁ ଲଢ଼ୁଥିଲେ ତାହା ମନେ ପକାଇଛନ୍ତି । ଅନ୍ୟପକ୍ଷେ ଅରୁଣ କହିଛନ୍ତି, ‘ମୋର ନୂଆ ଠିକଣା ବିଧାନସଭାକୁ ରାଜରାସ୍ତା’ ମୁଢ଼ି, ବାଦାମ, ବରା ଆଳୁଚପ, ତା ସହିତ ଭୋକଉପାସରେ ଲଢ଼ିବାର ଅଭ୍ୟାସ ଥିଲା ପୁଣି ତାହା ପ୍ରକଟିତ ହେଲା । ଅତୀତକୁ ମନେ ପକାଇଲେ ବହୁତ ଭଲ ଲାଗେ। ଛାତ୍ର ଜୀବନରେ ଯେଉଁ ଲଢ଼ୁଆ ମନବୃତ୍ତି ଥିଲା ତାହା ପୁଣି ଜାଗ୍ରତ ହେଉଛି। ଛାତ୍ର ଜୀବନ ଅନୁଭୂତିକୁ ମନେପକାଇ ନଳି ଖାଇଲି। ଅତୀତର ସ୍ମୃତି ସବୁବେଳେ ସତେଜ ହୋଇ ରହିଲେ ଲଢ଼େଇ କରିବାକୁ ପ୍ରେରଣା ମିଳିବ। ‘ଆମର ନୂଆ ଠିକଣା ବିଧାନସଭାକୁ ରାଜରାସ୍ତା’ । ତାଙ୍କ ସହ ସଞ୍ଜୟ ଦାସବର୍ମା ମଧ୍ୟ ଥିଲେ।