ଭୁବନେଶ୍ୱର, ୨୪।୫: ଯାତ୍ରା ସିଙ୍ଗର ମଞ୍ଜୁଶ୍ରୀ ମଣ୍ଡଳ କିଡନୀ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ହେଉଛନ୍ତି। ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଦୁଇଟି ଯାକ କିଡନୀ ଖରାପ ହେବା ପରେ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି । ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସାହାର୍ଯ୍ୟ ଲୋଡିଥିଲୋ।
ଅନ୍ୟପକ୍ଷେ ତାଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲେ ଓଡ଼ିଆ ଯାତ୍ରା କଳାକାର। ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ମାଗିଲେ ସାହାଯ୍ୟ। ଅଗଣିତ ଦର୍ଶକ ଅଜାଡ଼ି ଦେଲେ ମଞ୍ଜୁଶ୍ରୀଙ୍କୁ ଆର୍ଶିବାଦ। ଯାହାଙ୍କ କଣ୍ଠରୁ ବାହାରୁଥିବା ଗୀତରେ ଦିୱାନା ଥିଲେ ଦର୍ଶକ ଆଜି ସେ ଚୁପ।